ଆଶୀର୍ବାଦ ଯୋଜନା ପାଇଁ ଲାଞ୍ଚ

ନୟାଗଡ଼ ଅଫିସ,୨୭।୧୦: ଲାଞ୍ଚ ନ ଦେଲେ ଆଶୀର୍ବାଦ ଯୋଜନାରେ ନାମ ତାଲିକାଭୁକ୍ତ କରାଯାଉନାହିଁ। ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ୧ ହଜାର ଟଙ୍କା ନ ଦେଲେ ଦରଖାସ୍ତକୁ ଫେରାଇ ଦେଉଛନ୍ତି। ଯଦି କେହି ବାଧ୍ୟ କରି ଦରଖାସ୍ତ ଦେଉଛନ୍ତି ତାକୁ ଫିଙ୍ଗି ଦିଆଯାଉଥିବା ଅଭିଯୋଗ ହୋଇଛି। ନୟାଗଡ଼ ଜିଲା ଶିଶୁ ସୁରକ୍ଷା ୟୁନିଟି କାର୍ଯ୍ୟାଳୟରେ ଏପରି ଚାଲିଛି ବୋଲି ସୋମବାର ସୁରକ୍ଷା ଅଧିକାରୀ(ଆନୁଷ୍ଠାନିକ ଯନତ୍)ଙ୍କ ବିରୋଧରେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଛି। ତଦନ୍ତ କରି ସତ୍ୟ ଉନ୍ମୋଚନ କରିବା ସହ ଦୋଷୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଯୋଗକାରୀ ନିବେଦନ କରିଛନ୍ତି।
ସୂଚନା ଅନୁଯାୟୀ, କରୋନାରେ ବାପା,ମାଙ୍କୁ ହରାଇଥିବା ପରିବାରର ୧୮ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରିବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି। ଏଥିରେ ସାମିଲ ହିତାଧିକାରୀ ମାସିକ ୧୫ ଶହ ଟଙ୍କା ଭତ୍ତା ପାଇବାର ବ୍ୟବସ୍ଥା ରହିଛି। ଏହି ଯୋଜନା ଏପ୍ରିଲ ୨୦୨୦ରୁ ଆରମ୍ଭ ହୋଇ ୧୫ ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ ବଳବତ୍ତର ରହିଛି। ଏନେଇ ଜିଲା ସୁରକ୍ଷା ୟୁନିଟ୍‌ରେ ନାମ ପଞ୍ଜିକରଣ କରିବାର ବ୍ୟବସ୍ଥା ହୋଇଛି। ହେଲେ ଦାୟିତ୍ୱରେ ଥିବା କେତେଜଣ କର୍ମଚାରୀଙ୍କ ଲାଞ୍ଚଖୋର ମନୋଭାବ ଯୋଗୁ ହିତାଧିକାରୀମାନେ ଚିନ୍ତାରେ ପଡିଛନ୍ତି। ଏ ସଂକ୍ରାନ୍ତରେ ନୂଆଗଁା ବ୍ଲକ ମହିପୁର ନିକଟସ୍ଥ ଆଡିପଡ଼ା ଗଁାର ବିନ ନାୟକ କୁହନ୍ତି, ମୋ ସ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇ କଟକ ବଡ଼ ମେଡିକାଲରେ ଚିକିସତ୍ିତ ହେଉଥିଲେ। ଅଗଷ୍ଟ ୮ରେ ତାଙ୍କର ପରଲୋକ ଘଟିଲା। ମୋର ଗୋଟିଏ ଝିଅ ଅଛି। ସରକାରଙ୍କ ଆଶୀର୍ବାଦ ଯୋଜନାରେ ଝିଅର ନାମକୁ ସାମିଲ କରିବାକୁ ମୁଁ ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ କାର୍ଯ୍ୟାଳୟରେ ଫର୍ମ ପକାଇବାକୁ ଯାଇଥିଲି। ସେଠାରେ ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ ଅଫିସର ସୁରକ୍ଷା ଅଧିକାରୀ(ଆନୁଷ୍ଠାନିକ ଯନତ୍) ସତ୍ୟ ରଞ୍ଜନ ଦାସ ମୋତେ ୧ ହଜାର ଟଙ୍କା ଲାଞ୍ଚ ମାଗିଲେ। ଟଙ୍କା କାହିଁକି ଦେବି ପଚାରିବାରୁ କହିଥିଲେ ତୁମ କାମ ହେବନାହିଁ। ମୁଁ ଦେଇଥିବା ଦରଖାସ୍ତ ମୋ ଠାରୁ ନେଇ ଠିକ୍‌ ନାହିଁ କହି ଫିଙ୍ଗି ଦେଲେ। ପରେ ପୁଣି ସଂଶୋଧନ କରି ଦେଲି ତାହା ଫେରାଇ ଦେଲେ। ମୁଁ ମୋ ନାମ କେବଳ ଦସ୍ତଖତ କରିପାରେ। ମୋତେ ଲେଖାପଢ଼ା ଆସେ ନାହିଁ। ମୋ ପରି ଗରିବ ଲୋକକୁ ଅପମାନ କରି ତଡି ଦେବାରୁ ମୁଁ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛି। ମୋ ଝିଅକୁ ଆଶୀର୍ବାଦ ଯୋଜନାରେ ସାମିଲ କରିବାକୁ ଅନୁରୋଧ କରିଛି ବୋଲି କହି ସେ କାନ୍ଦି ପକାଇଥିଲେ।
ସେହିପରି ଜଣେ ମହିଳା ନିଜ ନାମ ଗୋପନ ରଖି କହିଛନ୍ତି, ଆଶୀର୍ବାଦ ଯୋଜନାରେ ୧ ହଜାର ଟଙ୍କା ଲାଞ୍ଚ ନ ଦେଲେ ଦରଖାସ୍ତ ଗ୍ରହଣ କରାଯାଉ ନ ଥିବା ଅଭିଯୋଗର ସତ୍ୟତା ଅଛି। ବାରମ୍ବାର ଏପରି ଅଭିଯୋଗ ସାମ୍‌ନାକୁ ଆସୁଛି। ବିଭିନ୍ନ ବାହାନା କରି ଦାୟିତ୍ୱରେ ଥିବା କର୍ମଚାରୀମାନେ ଲାଞ୍ଚ ନେଉଛନ୍ତି। ଅଭିଯୋଗ କଲେ ସୁଫଳ ମିଳୁ ନ ଥିବାରୁ ମୁଁ ୧ ହଜାର ଲାଞ୍ଚ ଦେଇ ମୋ ପୁଅ ନାମରେ ୧୫୦୦ ଟଙ୍କା ଭତ୍ତା ମଞ୍ଜୁର କରାଇଛି ବୋଲି ସେ କହିଛନ୍ତି। ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ ଅଫିସର ସୁରକ୍ଷା ଅଧିକାରୀ(ଆନୁଷ୍ଠାନିକ ଯନତ୍) ସତ୍ୟ ରଞ୍ଜନ ଦାସ କୁହନ୍ତି, ମୁଁ କେବେ କାହାକୁ ଲାଞ୍ଚ ମାଗିନି। ଆଡିପଡାର ଯେଉଁ ବ୍ୟକ୍ତି ଅଭିଯୋଗ କରିଛନ୍ତି ସେଥିରେ ସତ୍ୟତା ନାହିଁ। ମୋତେ କାହିଁକି ସେ ଫସାଇବାକୁ ଉଦ୍ୟମ କରୁଛନ୍ତି ଜାଣିପାରୁ ନାହିଁ ବୋଲି ସେ କହିଛନ୍ତି। ସମ୍ପୃକ୍ତ ବ୍ୟକ୍ତି ଆସି ଆଶୀର୍ବାଦ ଯୋଜନାରେ ମୋ ଝିଅର ନାମ କାହିଁକି ସାମିଲ ହୋଇନି ବୋଲି ପଚାରିଥିଲେ। ଜଣେ ଓକିଲଙ୍କ ଜରିଆରେ କାଗଜପତ୍ର ଦେଇଥିବା କହିଥିଲେ। ବିନ ନାହାକଙ୍କ ନାମରେ ଦରଖାସ୍ତ ପାଇ ନ ଥିବା କହିବା ପରେ ସେ ପୁଣି ଦରଖାସ୍ତ ଦେଇଥିଲେ। ହେଲେ ଦରଖାସ୍ତରେ ପ୍ରମାଣପତ୍ର ନ ଥିଲା। ଏଣୁ ଦରଖାସ୍ତ ରଖା ଯାଇ ନ ଥିଲା। ଲାଞ୍ଚ ନ ଦେବାରୁ ଦରଖାସ୍ତ ଫେରାଇବା ଅଭିଯୋଗ ଠିକ୍‌ ନୁହେଁ। ଏହି ଯୋଜନାରେ ଜିଲାରେ ୬୩୦ ଜଣ ସାମିଲ ହୋଇ ସାରିଲେଣି ବୋଲି ସେ କହିଛନ୍ତି। ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ ଅଧିକାରୀ ଉପେନ୍ଦ୍ର ନାଥ ବଡଜେନା କୁହନ୍ତି ଆଶୀର୍ବାଦ ଯୋଜନାରେ ୧ ହଜାର ଲାଞ୍ଚ ନିଆଯାଉଥିବା କଥା ମୁଁ ଜାଣିନି। ଲାଞ୍ଚ ଅଭିଯୋଗ ଉଠିଥିବାରୁ ଘଟଣାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି। ଜିଳାପାଳ ପୋମା ଟୁଡୁ କୁହନ୍ତି, ଲାଞ୍ଚ ଅଭିଯୋଗର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ପୀଡ଼ିତଙ୍କ ଗୁହାରି: ‘ରିଲିଫ ନୁହେଁ, ମୋ କାଠ କିଣ’

ଭୁବନେଶ୍ୱର, ୯ା୬ (ବ୍ୟୁରୋ): ରିଲିଫ୍‌ରେ ପେଟ ପୂରୁନାହିଁ, ଘରେ ମୋର ୭ ପ୍ରାଣୀ କୁଟୁମ୍ବ। ମାସେ ହେବ କାମ ଧନ୍ଦା ନାହିଁ, ପାଖରେ ଟଙ୍କାଟିଏ ମଧ୍ୟ...

କ୍ରଶର ଭଙ୍ଗାରେ ଟାଳଟୁଳ ନୀତି

ଯାଜପୁର ଅଫିସ,୧୧।୧୨: ଯାଜପୁର ଜିଲା ଧର୍ମଶାଳା ବ୍ଲକରେ ପ୍ରାୟ ୪୦୦ ଷ୍ଟୋନ୍‌ କ୍ରଶର ଚାଲିଛି। ସେଥିମଧ୍ୟରୁ ପ୍ରାୟ ୫୦ଟି ମେଗା କ୍ରଶର ଚାଲିଥିବାବେଳେ ଅନ୍ୟସବୁ ଛୋଟବଡ଼...

ବାଲିଗୁଡ଼ାରେ ୩ଦିନ ହେଲା ବନ୍ଦ ରହିଛି ଜଳ ଯୋଗାଣ, ଲୋକେ ହନ୍ତସନ୍ତ

ବାଲିଗୁଡ଼ା,୨୪।୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅଧିକାଂଶ ସମୟରେ ଜଳ ସମସ୍ୟା ଦେଖିବାକୁ ମିଳୁଛି। ଖରା, ବର୍ଷା, ଶୀତ ସବୁବେଳେ ଏହି ସମାନ...

ମୁଖ୍ୟ ଶାସନ ସଚିବଙ୍କ ପାରାଦୀପ ଗସ୍ତ: ବିଭିନ୍ନ ପ୍ରକଳ୍ପର କଲେ ଉଦ୍‌ଘାଟନ

ପାରାଦୀପ,୫ା୧(ସ୍ବ.ପ୍ର.): ପାରାଦୀପ ବନ୍ଦର ପ୍ରତିଷ୍ଠା ଦିବସ ଅବସରରେ ଶନିବାର ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବ ଅସିତ୍‌ କୁମାର ତ୍ରିପାଠୀ ପାରାଦୀପ ଗସ୍ତ କରିଥିଲେ। ଏହି ସମୟରେ...

ପାଳନ ହେଉନି କୋଭିଡ୍‌-୧୯ ନିୟମ

ପାରାଦୀପ,୧୭।୭(ସ୍ବ.ପ୍ର.): କରୋନା ଭୂତାଣୁ ଏବେ ହୁହୁ ହୋଇ ବଢ଼ିଚାଲିଛି। ଫଳରେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଭୟ ବଢ଼ୁଛି। କିନ୍ତୁ ଏହାରି ଭିତରେ ପାରାଦୀପ ମାଛଧରା...

ଏମ୍‌କେସିଜି ମେଡିକାଲ ବିକାଶ ପାଇଁ ହେଉ ସ୍ବତନ୍ତ୍ର ଯୋଜନା

ବ୍ରହ୍ମପୁର ଅଫିସ,୧୨ା୩: ଗଞ୍ଜାମ ସାଙ୍ଗଠନିକ ଜିଲା ଭାଜପା ପକ୍ଷରୁ ବୁଧବାର ବ୍ରହ୍ମପୁରସ୍ଥ ଦକ୍ଷିଣାଞ୍ଚଳ ଆରଡିସିଙ୍କ ଅଫିସ ଆଗରେ ବିକ୍ଷୋଭ କରାଯାଇଥିଲା। ଜିଲାର ପ୍ରମୁଖ ସହର ରେଶମ ନଗରୀ...

ରବିବାର ଓଡ଼ିଶା ଆସିବେ ଅମିତ ଶାହା

ଭୁବନେଶ୍ୱର,୬।୮(ବ୍ୟୁରୋ): କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରବିବାର ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏ ନେଇ ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି ଶନିବାର...

ମଣ୍ଠିରୁ ଉଠୁନି ଧାନ: ସାଲେଭଟା-ଆଗଲପୁର ରାସ୍ତା ଅବରୋଧ କଲେ ଚାଷୀ

ଲୋଇସିଂହା,୭।୧: ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ଡୁଡୁକା ପ୍ୟାକ୍ସରେ ଧାନକିଣାରେ ମନ୍ଥରତା ଦେଖାଦେଇଛି।ମିଲର୍ସମାନେ ନ ଆସିବାରୁ ଧାନ ଉଠି ପାରୁନାହିଁ। ଏବେ ପ୍ୟାକ୍ସରେ ୨୩ଶହ ପ୍ୟାକେଟ...

Advertisement
Archives

Model This Week