ଆଶୀର୍ବାଦ ଯୋଜନା ପାଇଁ ଲାଞ୍ଚ

ନୟାଗଡ଼ ଅଫିସ,୨୭।୧୦: ଲାଞ୍ଚ ନ ଦେଲେ ଆଶୀର୍ବାଦ ଯୋଜନାରେ ନାମ ତାଲିକାଭୁକ୍ତ କରାଯାଉନାହିଁ। ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ୧ ହଜାର ଟଙ୍କା ନ ଦେଲେ ଦରଖାସ୍ତକୁ ଫେରାଇ ଦେଉଛନ୍ତି। ଯଦି କେହି ବାଧ୍ୟ କରି ଦରଖାସ୍ତ ଦେଉଛନ୍ତି ତାକୁ ଫିଙ୍ଗି ଦିଆଯାଉଥିବା ଅଭିଯୋଗ ହୋଇଛି। ନୟାଗଡ଼ ଜିଲା ଶିଶୁ ସୁରକ୍ଷା ୟୁନିଟି କାର୍ଯ୍ୟାଳୟରେ ଏପରି ଚାଲିଛି ବୋଲି ସୋମବାର ସୁରକ୍ଷା ଅଧିକାରୀ(ଆନୁଷ୍ଠାନିକ ଯନତ୍)ଙ୍କ ବିରୋଧରେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଛି। ତଦନ୍ତ କରି ସତ୍ୟ ଉନ୍ମୋଚନ କରିବା ସହ ଦୋଷୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଯୋଗକାରୀ ନିବେଦନ କରିଛନ୍ତି।
ସୂଚନା ଅନୁଯାୟୀ, କରୋନାରେ ବାପା,ମାଙ୍କୁ ହରାଇଥିବା ପରିବାରର ୧୮ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରିବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି। ଏଥିରେ ସାମିଲ ହିତାଧିକାରୀ ମାସିକ ୧୫ ଶହ ଟଙ୍କା ଭତ୍ତା ପାଇବାର ବ୍ୟବସ୍ଥା ରହିଛି। ଏହି ଯୋଜନା ଏପ୍ରିଲ ୨୦୨୦ରୁ ଆରମ୍ଭ ହୋଇ ୧୫ ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ ବଳବତ୍ତର ରହିଛି। ଏନେଇ ଜିଲା ସୁରକ୍ଷା ୟୁନିଟ୍‌ରେ ନାମ ପଞ୍ଜିକରଣ କରିବାର ବ୍ୟବସ୍ଥା ହୋଇଛି। ହେଲେ ଦାୟିତ୍ୱରେ ଥିବା କେତେଜଣ କର୍ମଚାରୀଙ୍କ ଲାଞ୍ଚଖୋର ମନୋଭାବ ଯୋଗୁ ହିତାଧିକାରୀମାନେ ଚିନ୍ତାରେ ପଡିଛନ୍ତି। ଏ ସଂକ୍ରାନ୍ତରେ ନୂଆଗଁା ବ୍ଲକ ମହିପୁର ନିକଟସ୍ଥ ଆଡିପଡ଼ା ଗଁାର ବିନ ନାୟକ କୁହନ୍ତି, ମୋ ସ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇ କଟକ ବଡ଼ ମେଡିକାଲରେ ଚିକିସତ୍ିତ ହେଉଥିଲେ। ଅଗଷ୍ଟ ୮ରେ ତାଙ୍କର ପରଲୋକ ଘଟିଲା। ମୋର ଗୋଟିଏ ଝିଅ ଅଛି। ସରକାରଙ୍କ ଆଶୀର୍ବାଦ ଯୋଜନାରେ ଝିଅର ନାମକୁ ସାମିଲ କରିବାକୁ ମୁଁ ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ କାର୍ଯ୍ୟାଳୟରେ ଫର୍ମ ପକାଇବାକୁ ଯାଇଥିଲି। ସେଠାରେ ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ ଅଫିସର ସୁରକ୍ଷା ଅଧିକାରୀ(ଆନୁଷ୍ଠାନିକ ଯନତ୍) ସତ୍ୟ ରଞ୍ଜନ ଦାସ ମୋତେ ୧ ହଜାର ଟଙ୍କା ଲାଞ୍ଚ ମାଗିଲେ। ଟଙ୍କା କାହିଁକି ଦେବି ପଚାରିବାରୁ କହିଥିଲେ ତୁମ କାମ ହେବନାହିଁ। ମୁଁ ଦେଇଥିବା ଦରଖାସ୍ତ ମୋ ଠାରୁ ନେଇ ଠିକ୍‌ ନାହିଁ କହି ଫିଙ୍ଗି ଦେଲେ। ପରେ ପୁଣି ସଂଶୋଧନ କରି ଦେଲି ତାହା ଫେରାଇ ଦେଲେ। ମୁଁ ମୋ ନାମ କେବଳ ଦସ୍ତଖତ କରିପାରେ। ମୋତେ ଲେଖାପଢ଼ା ଆସେ ନାହିଁ। ମୋ ପରି ଗରିବ ଲୋକକୁ ଅପମାନ କରି ତଡି ଦେବାରୁ ମୁଁ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛି। ମୋ ଝିଅକୁ ଆଶୀର୍ବାଦ ଯୋଜନାରେ ସାମିଲ କରିବାକୁ ଅନୁରୋଧ କରିଛି ବୋଲି କହି ସେ କାନ୍ଦି ପକାଇଥିଲେ।
ସେହିପରି ଜଣେ ମହିଳା ନିଜ ନାମ ଗୋପନ ରଖି କହିଛନ୍ତି, ଆଶୀର୍ବାଦ ଯୋଜନାରେ ୧ ହଜାର ଟଙ୍କା ଲାଞ୍ଚ ନ ଦେଲେ ଦରଖାସ୍ତ ଗ୍ରହଣ କରାଯାଉ ନ ଥିବା ଅଭିଯୋଗର ସତ୍ୟତା ଅଛି। ବାରମ୍ବାର ଏପରି ଅଭିଯୋଗ ସାମ୍‌ନାକୁ ଆସୁଛି। ବିଭିନ୍ନ ବାହାନା କରି ଦାୟିତ୍ୱରେ ଥିବା କର୍ମଚାରୀମାନେ ଲାଞ୍ଚ ନେଉଛନ୍ତି। ଅଭିଯୋଗ କଲେ ସୁଫଳ ମିଳୁ ନ ଥିବାରୁ ମୁଁ ୧ ହଜାର ଲାଞ୍ଚ ଦେଇ ମୋ ପୁଅ ନାମରେ ୧୫୦୦ ଟଙ୍କା ଭତ୍ତା ମଞ୍ଜୁର କରାଇଛି ବୋଲି ସେ କହିଛନ୍ତି। ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ ଅଫିସର ସୁରକ୍ଷା ଅଧିକାରୀ(ଆନୁଷ୍ଠାନିକ ଯନତ୍) ସତ୍ୟ ରଞ୍ଜନ ଦାସ କୁହନ୍ତି, ମୁଁ କେବେ କାହାକୁ ଲାଞ୍ଚ ମାଗିନି। ଆଡିପଡାର ଯେଉଁ ବ୍ୟକ୍ତି ଅଭିଯୋଗ କରିଛନ୍ତି ସେଥିରେ ସତ୍ୟତା ନାହିଁ। ମୋତେ କାହିଁକି ସେ ଫସାଇବାକୁ ଉଦ୍ୟମ କରୁଛନ୍ତି ଜାଣିପାରୁ ନାହିଁ ବୋଲି ସେ କହିଛନ୍ତି। ସମ୍ପୃକ୍ତ ବ୍ୟକ୍ତି ଆସି ଆଶୀର୍ବାଦ ଯୋଜନାରେ ମୋ ଝିଅର ନାମ କାହିଁକି ସାମିଲ ହୋଇନି ବୋଲି ପଚାରିଥିଲେ। ଜଣେ ଓକିଲଙ୍କ ଜରିଆରେ କାଗଜପତ୍ର ଦେଇଥିବା କହିଥିଲେ। ବିନ ନାହାକଙ୍କ ନାମରେ ଦରଖାସ୍ତ ପାଇ ନ ଥିବା କହିବା ପରେ ସେ ପୁଣି ଦରଖାସ୍ତ ଦେଇଥିଲେ। ହେଲେ ଦରଖାସ୍ତରେ ପ୍ରମାଣପତ୍ର ନ ଥିଲା। ଏଣୁ ଦରଖାସ୍ତ ରଖା ଯାଇ ନ ଥିଲା। ଲାଞ୍ଚ ନ ଦେବାରୁ ଦରଖାସ୍ତ ଫେରାଇବା ଅଭିଯୋଗ ଠିକ୍‌ ନୁହେଁ। ଏହି ଯୋଜନାରେ ଜିଲାରେ ୬୩୦ ଜଣ ସାମିଲ ହୋଇ ସାରିଲେଣି ବୋଲି ସେ କହିଛନ୍ତି। ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ ଅଧିକାରୀ ଉପେନ୍ଦ୍ର ନାଥ ବଡଜେନା କୁହନ୍ତି ଆଶୀର୍ବାଦ ଯୋଜନାରେ ୧ ହଜାର ଲାଞ୍ଚ ନିଆଯାଉଥିବା କଥା ମୁଁ ଜାଣିନି। ଲାଞ୍ଚ ଅଭିଯୋଗ ଉଠିଥିବାରୁ ଘଟଣାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି। ଜିଳାପାଳ ପୋମା ଟୁଡୁ କୁହନ୍ତି, ଲାଞ୍ଚ ଅଭିଯୋଗର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

ମଣିଷଠାରୁ ମହାନ୍‌

ଓଡ଼ିଆ ସବୁଜ ସାହିତ୍ୟର ମହାରଥୀ କାଳିନ୍ଦୀଚରଣ ପାଣିଗ୍ରାହୀ ଏକାଧାରରେ ଥିଲେ କବି, ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର ଓ ପ୍ରାବନ୍ଧିକ। କାଳଜୟୀ ଉପନ୍ୟାସ ‘ମାଟିର ମଣିଷ’ ପାଇଁ ସେ…

ଅକ୍ଟୋବର ସୁଦ୍ଧା ସରିବ ପୋଲିସ ଏସ୍‌ଆଇ ପରୀକ୍ଷା

ଭୁବନେଶ୍ୱର,୨ା୭(ସୁଚିସ୍ମିତା ସାହୁ): ପ୍ରଶ୍ନପତ୍ର ଲିକ୍‌ ଓ ନିଯୁକ୍ତି ଅନିୟମିତା ଯୋଗୁ ଦେଢ଼ବର୍ଷ ଧରି ପୋଲିସ ସବ୍‌-ଇନ୍ସପେକ୍ଟର (ଏସ୍‌ଆଇ) ପରୀକ୍ଷା ଅନିଶ୍ଚିତତା ଭିତରେ ରହିଥିବାବେଳେ ଇତିମଧ୍ୟରେ ବହୁ ଆବେଦନକାରୀଙ୍କ…

ଗୋଲ୍ଡେନ୍‌ ବୁଟ୍‌ ରେସ୍‌ରେ ମେସିଙ୍କ ସମକକ୍ଷ ଏମ୍‌ବାପେ

ଇଷ୍ଟ ରଦରଫୋର୍ଡ,୨ା୭ (ଏପି):ଚଳିତ ଫିଫା ବିଶ୍ୱକପ୍‌ରେ ଫ୍ରାନ୍ସ ତା’ର ବିଜୟଧାରା ଜାରି ରଖି ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛି। କିଲିଆନ ଏମ୍‌ବାପେଙ୍କ ଡବଲ ଗୋଲ୍‌ ବଳରେ ବୁଧବାର ଅନୁଷ୍ଠିତ…

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri