ଆଶୀର୍ବାଦ ଯୋଜନା ପାଇଁ ଲାଞ୍ଚ

ନୟାଗଡ଼ ଅଫିସ,୨୭।୧୦: ଲାଞ୍ଚ ନ ଦେଲେ ଆଶୀର୍ବାଦ ଯୋଜନାରେ ନାମ ତାଲିକାଭୁକ୍ତ କରାଯାଉନାହିଁ। ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ୧ ହଜାର ଟଙ୍କା ନ ଦେଲେ ଦରଖାସ୍ତକୁ ଫେରାଇ ଦେଉଛନ୍ତି। ଯଦି କେହି ବାଧ୍ୟ କରି ଦରଖାସ୍ତ ଦେଉଛନ୍ତି ତାକୁ ଫିଙ୍ଗି ଦିଆଯାଉଥିବା ଅଭିଯୋଗ ହୋଇଛି। ନୟାଗଡ଼ ଜିଲା ଶିଶୁ ସୁରକ୍ଷା ୟୁନିଟି କାର୍ଯ୍ୟାଳୟରେ ଏପରି ଚାଲିଛି ବୋଲି ସୋମବାର ସୁରକ୍ଷା ଅଧିକାରୀ(ଆନୁଷ୍ଠାନିକ ଯନତ୍)ଙ୍କ ବିରୋଧରେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଛି। ତଦନ୍ତ କରି ସତ୍ୟ ଉନ୍ମୋଚନ କରିବା ସହ ଦୋଷୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଯୋଗକାରୀ ନିବେଦନ କରିଛନ୍ତି।
ସୂଚନା ଅନୁଯାୟୀ, କରୋନାରେ ବାପା,ମାଙ୍କୁ ହରାଇଥିବା ପରିବାରର ୧୮ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରିବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି। ଏଥିରେ ସାମିଲ ହିତାଧିକାରୀ ମାସିକ ୧୫ ଶହ ଟଙ୍କା ଭତ୍ତା ପାଇବାର ବ୍ୟବସ୍ଥା ରହିଛି। ଏହି ଯୋଜନା ଏପ୍ରିଲ ୨୦୨୦ରୁ ଆରମ୍ଭ ହୋଇ ୧୫ ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ ବଳବତ୍ତର ରହିଛି। ଏନେଇ ଜିଲା ସୁରକ୍ଷା ୟୁନିଟ୍‌ରେ ନାମ ପଞ୍ଜିକରଣ କରିବାର ବ୍ୟବସ୍ଥା ହୋଇଛି। ହେଲେ ଦାୟିତ୍ୱରେ ଥିବା କେତେଜଣ କର୍ମଚାରୀଙ୍କ ଲାଞ୍ଚଖୋର ମନୋଭାବ ଯୋଗୁ ହିତାଧିକାରୀମାନେ ଚିନ୍ତାରେ ପଡିଛନ୍ତି। ଏ ସଂକ୍ରାନ୍ତରେ ନୂଆଗଁା ବ୍ଲକ ମହିପୁର ନିକଟସ୍ଥ ଆଡିପଡ଼ା ଗଁାର ବିନ ନାୟକ କୁହନ୍ତି, ମୋ ସ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇ କଟକ ବଡ଼ ମେଡିକାଲରେ ଚିକିସତ୍ିତ ହେଉଥିଲେ। ଅଗଷ୍ଟ ୮ରେ ତାଙ୍କର ପରଲୋକ ଘଟିଲା। ମୋର ଗୋଟିଏ ଝିଅ ଅଛି। ସରକାରଙ୍କ ଆଶୀର୍ବାଦ ଯୋଜନାରେ ଝିଅର ନାମକୁ ସାମିଲ କରିବାକୁ ମୁଁ ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ କାର୍ଯ୍ୟାଳୟରେ ଫର୍ମ ପକାଇବାକୁ ଯାଇଥିଲି। ସେଠାରେ ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ ଅଫିସର ସୁରକ୍ଷା ଅଧିକାରୀ(ଆନୁଷ୍ଠାନିକ ଯନତ୍) ସତ୍ୟ ରଞ୍ଜନ ଦାସ ମୋତେ ୧ ହଜାର ଟଙ୍କା ଲାଞ୍ଚ ମାଗିଲେ। ଟଙ୍କା କାହିଁକି ଦେବି ପଚାରିବାରୁ କହିଥିଲେ ତୁମ କାମ ହେବନାହିଁ। ମୁଁ ଦେଇଥିବା ଦରଖାସ୍ତ ମୋ ଠାରୁ ନେଇ ଠିକ୍‌ ନାହିଁ କହି ଫିଙ୍ଗି ଦେଲେ। ପରେ ପୁଣି ସଂଶୋଧନ କରି ଦେଲି ତାହା ଫେରାଇ ଦେଲେ। ମୁଁ ମୋ ନାମ କେବଳ ଦସ୍ତଖତ କରିପାରେ। ମୋତେ ଲେଖାପଢ଼ା ଆସେ ନାହିଁ। ମୋ ପରି ଗରିବ ଲୋକକୁ ଅପମାନ କରି ତଡି ଦେବାରୁ ମୁଁ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛି। ମୋ ଝିଅକୁ ଆଶୀର୍ବାଦ ଯୋଜନାରେ ସାମିଲ କରିବାକୁ ଅନୁରୋଧ କରିଛି ବୋଲି କହି ସେ କାନ୍ଦି ପକାଇଥିଲେ।
ସେହିପରି ଜଣେ ମହିଳା ନିଜ ନାମ ଗୋପନ ରଖି କହିଛନ୍ତି, ଆଶୀର୍ବାଦ ଯୋଜନାରେ ୧ ହଜାର ଟଙ୍କା ଲାଞ୍ଚ ନ ଦେଲେ ଦରଖାସ୍ତ ଗ୍ରହଣ କରାଯାଉ ନ ଥିବା ଅଭିଯୋଗର ସତ୍ୟତା ଅଛି। ବାରମ୍ବାର ଏପରି ଅଭିଯୋଗ ସାମ୍‌ନାକୁ ଆସୁଛି। ବିଭିନ୍ନ ବାହାନା କରି ଦାୟିତ୍ୱରେ ଥିବା କର୍ମଚାରୀମାନେ ଲାଞ୍ଚ ନେଉଛନ୍ତି। ଅଭିଯୋଗ କଲେ ସୁଫଳ ମିଳୁ ନ ଥିବାରୁ ମୁଁ ୧ ହଜାର ଲାଞ୍ଚ ଦେଇ ମୋ ପୁଅ ନାମରେ ୧୫୦୦ ଟଙ୍କା ଭତ୍ତା ମଞ୍ଜୁର କରାଇଛି ବୋଲି ସେ କହିଛନ୍ତି। ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ ଅଫିସର ସୁରକ୍ଷା ଅଧିକାରୀ(ଆନୁଷ୍ଠାନିକ ଯନତ୍) ସତ୍ୟ ରଞ୍ଜନ ଦାସ କୁହନ୍ତି, ମୁଁ କେବେ କାହାକୁ ଲାଞ୍ଚ ମାଗିନି। ଆଡିପଡାର ଯେଉଁ ବ୍ୟକ୍ତି ଅଭିଯୋଗ କରିଛନ୍ତି ସେଥିରେ ସତ୍ୟତା ନାହିଁ। ମୋତେ କାହିଁକି ସେ ଫସାଇବାକୁ ଉଦ୍ୟମ କରୁଛନ୍ତି ଜାଣିପାରୁ ନାହିଁ ବୋଲି ସେ କହିଛନ୍ତି। ସମ୍ପୃକ୍ତ ବ୍ୟକ୍ତି ଆସି ଆଶୀର୍ବାଦ ଯୋଜନାରେ ମୋ ଝିଅର ନାମ କାହିଁକି ସାମିଲ ହୋଇନି ବୋଲି ପଚାରିଥିଲେ। ଜଣେ ଓକିଲଙ୍କ ଜରିଆରେ କାଗଜପତ୍ର ଦେଇଥିବା କହିଥିଲେ। ବିନ ନାହାକଙ୍କ ନାମରେ ଦରଖାସ୍ତ ପାଇ ନ ଥିବା କହିବା ପରେ ସେ ପୁଣି ଦରଖାସ୍ତ ଦେଇଥିଲେ। ହେଲେ ଦରଖାସ୍ତରେ ପ୍ରମାଣପତ୍ର ନ ଥିଲା। ଏଣୁ ଦରଖାସ୍ତ ରଖା ଯାଇ ନ ଥିଲା। ଲାଞ୍ଚ ନ ଦେବାରୁ ଦରଖାସ୍ତ ଫେରାଇବା ଅଭିଯୋଗ ଠିକ୍‌ ନୁହେଁ। ଏହି ଯୋଜନାରେ ଜିଲାରେ ୬୩୦ ଜଣ ସାମିଲ ହୋଇ ସାରିଲେଣି ବୋଲି ସେ କହିଛନ୍ତି। ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ ଅଧିକାରୀ ଉପେନ୍ଦ୍ର ନାଥ ବଡଜେନା କୁହନ୍ତି ଆଶୀର୍ବାଦ ଯୋଜନାରେ ୧ ହଜାର ଲାଞ୍ଚ ନିଆଯାଉଥିବା କଥା ମୁଁ ଜାଣିନି। ଲାଞ୍ଚ ଅଭିଯୋଗ ଉଠିଥିବାରୁ ଘଟଣାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି। ଜିଳାପାଳ ପୋମା ଟୁଡୁ କୁହନ୍ତି, ଲାଞ୍ଚ ଅଭିଯୋଗର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ୍‌ସେବା, ମାଗଣାରେ ପିଲାଙ୍କୁ ମିଳିବ…

ଭୁବନେଶ୍ୱର,୨୭ା୧୨: ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ ସେବା ବା ଏମ୍‌ବିଏସ୍‌। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri