Posted inଖେଳ

ଆଜି ବି ଟି୨୦ ଫାଇନାଲରେ ଏହି ଶେଷ ଓଭରକୁ ଭୁଲି ପାରୁନାହାନ୍ତି ବ୍ରେଟ୍‌ ଲି’: ୬ ବଲ୍‌ରେ…

ନୂଆଦିଲ୍ଲୀ,୨୮।୧: ଅଷ୍ଟ୍ରେଲିଆର ପୂର୍ବ ପେସର ବ୍ରେଟ ଲି କ୍ରିକେଟ ଇତିହାସର ସବୁଠାରୁ ଦ୍ରୁତ ବୋଲରଙ୍କ ମଧ୍ୟରୁ ଅନ୍ୟତମ। ଦୀର୍ଘଦିନ ଧରି ସେ କ୍ରିକେଟର ସମସ୍ତ ଫର୍ମାଟରେ ବ୍ୟାଟ୍ସମ୍ୟାନଙ୍କୁ ଅଡୁଆରେ ପକାଉଥିଲେ। ଅନ୍ତଃରାଷ୍ଟ୍ରୀୟ କ୍ରିକେଟରେ ବ୍ରେଟ୍‌ ଲି ଅନେକ ଥର ଐତିହାସିକ ପ୍ରଦର୍ଶନ କରିଛନ୍ତି। ହେଲେ ଏଭଳି ଏକ ଟି୨୦ ମ୍ୟାଚ୍‌ ରହିଛି, ଯେଉଁଥିରେ ସେ ଶେଷ ଓଭରରେ ଆଶା ମୁତାବକ ପ୍ରଦର୍ଶନ କରିଥିଲେ ହେଁ ସଫଳତା ପାଇ ନ ଥିଲେ। ୬ ବର୍ଷ ପୂର୍ବେ ଆଜିର ଦିନରେ ଖେଳାଯାଇଥିଲା ଉକ୍ତ ମ୍ୟାଚ୍‌।

ଅଷ୍ଟ୍ରେଲିଆର ଲୋକପ୍ରିୟ ବିଗ୍‌ ବ୍ୟାସ୍‌ ଲିଗ୍‌(ବିବିଏଲ୍‌)ର ୨୦୧୫ ସଂସ୍କରଣର ଫାଇନାଲ ମୁକାବିଲାରେ ପର୍ଥ ସ୍କୋର୍ଚର୍ସ ଏବଂ ସିଡନୀ ସିକ୍ସର୍ସ ଟିମ୍‌ ମୁହାଁମୁହିଁ ହୋଇଥିଲେ। ମ୍ୟାଚ୍‌ର ଶେଷ ଓଭରରେ ଏଭଳି କିଛି ଘଟିଥିଲା ଯାହା ମ୍ୟାଚ୍‌କୁ ଟି୨୦ କ୍ରିକେଟର ସବୁଠାରୁ ରୋମାଞ୍ଚକର ମ୍ୟାଚ୍‌ରେ ପରିବର୍ତ୍ତିତ କରିଥିଲା।

ଫାଇନାଲ୍‌ରେ ସିଡନୀ ଦଳ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପରେ ୨୦ ଓଭରରେ ଦଳ ୫ ଉଇକେଟ ହରାଇ ୧୪୭ ରନ୍‌ କରିଥିଲା। ପର୍ଥ ଟିମ୍‌କୁ ଜିତିବା ଲାଗି ୧୪୮ ରନ୍‌ର ଆବଶ୍ୟକତା ଥିଲା।

ପ୍ରାରମ୍ଭରେ ପର୍ଥର ଟିମ୍‌ ଭଲ ପ୍ରଦର୍ଶନ କରିଥିଲା। ଦୁଇ ଓପନ୍‌ର ପ୍ରଥମ ଉଇକେଟ ପାଇଁ ୭୦ ରନ୍‌ର ଭାଗିଦାରୀ କରିଥିଲେ। ଏହା ଭାଙ୍ଗିବା ପରେ ହଠାତ ଗୋଟିଏ ପରେ ଗୋଟିଏ ୪ଟି ଉଇକେଟ ପତନ ହୋଇଥିଲା। ମ୍ୟାଚ୍‌ର ଶେଷ ଓଭରରେ ଜିତିବା ପାଇଁ କେବଳ ୮ ରନ୍‌ର ଆବଶ୍ୟକତା ଥିଲା। ଏହି ଓଭର ବୋଲିଂ କରିବାକୁ ଆସିଥିଲେ ବ୍ରେଟ୍‌ ଲି।

ଏପରି ଥିଲା ଓଭର:
ପ୍ରଥମ ବଲ୍‌: ୪ ରନ୍‌
ଦ୍ୱିତୀୟ ବଲ୍‌: ୨ରନ୍‌
ତୃତୀୟ ବଲ: ୧ ରନ୍‌
୪ର୍ଥ ବଲ୍‌: ଉଇକେଟ
୫ମ ବଲ୍‌: ଉଇକେଟ
୬ଷ୍ଠ ବଲ୍‌: ୧ ରନ୍‌(ରୋମାଞ୍ଚକର ଥିଲା ଏହି ରନ୍‌ ନେବା। ପଡ଼ିଆରେ ଖେଳାଳିମାନେ ଏକାଠି ହୋଇଥିଲେ। ରନ୍‌ ନେବା ସମୟରେ ବିପକ୍ଷ ଖେଳାଳିଙ୍କୁ ଆଉଟ୍‌ କରିବାକୁ ଚେଷ୍ଟା କରିଥିଲେ ହେଁ ତାହା ସଫଳ ହୋଇ ନ ଥିଲା)

ଦେଖନ୍ତୁ ଭିଡିଓ


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ଦିନ ପାଳନ ପାଇଁ ଚଳଚଞ୍ଚଳ କନ୍ଧମାଳ: ପୋଲିସ ପାଟ୍ରୋଲିଂକୁ କରାଯିବ କଡାକଡ଼ି

ଦାରିଙ୍ଗବାଡି, ୨୨ା୧୨ (ଅରୁଣ ସାହୁ): ଆଉ ମାତ୍ର ୨ ଦିନ ପରେ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ପାଳନ ହେବ। ଏଥିପାଇଁ ସବୁଠି ଆନନ୍ଦର ଲହରି ଦେଖା ଦେଇଛି।...

ଟି-୨୦ ବିଶ୍ୱକପ ପୂର୍ବରୁ ସନ୍ୟାସ ନେଇ ଚମକାଇଲେ ଏହି ଖେଳାଳି, ଟିମ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆର ଦଳ ଡିସେମ୍ବର ୨୦ ତାରିଖରେ ଘୋଷଣା କରାଯାଇଥିଲା। ୨୦୨୬ ଟି୨୦ ବିଶ୍ୱକପ ଭାରତ ଏବଂ ଶ୍ରୀଲଙ୍କା...

ଅତିଷ୍ଠ ହେଉଛିସାମାଜିକ ବାସନ୍ଦ: ପରିବାର ସହ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ମାଗିଲେ ବ୍ୟକ୍ତି

ଦିଗପହଣ୍ଡି,୨୨।୧୨: ଦୀର୍ଘ ଏକ ବର୍ଷରୁ ଅଧିକ ସମୟ ଧରି ସାମାଜିକ ବାସନ୍ଦର ଶିକାର ହୋଇ ଶେଷରେ ଜିଲା ପ୍ରଶାସନ ନିକଟରେ ଗୁହାରି କରିଛନ୍ତି ଜଣେ ବ୍ୟକ୍ତି।...

ବ୍ରାହ୍ମଣୀ ନଦୀରେ ବୁଡ଼ି ଯୁବତୀଯୁବକଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ବଣାଇଁ, ୨୨/୧୨(ପ୍ରଦୀପ ତ୍ରିପାଠୀ):- ସୁନ୍ଦରଗଡ ଜିଲ୍ଲା ଚାନ୍ଦିପୋଷ ଥାନାର ବିରତୋଳା ମନ୍ଦିର ନିକଟରେ ବ୍ରାହ୍ମଣି ନଦୀରେ ଅଭାବନୀୟ ଘଟଣା । ବ୍ରାହ୍ମଣି ନଦୀରେ ବୁଡି ଯୁବତୀଯୁବକଙ୍କ...

ନୂଆ ବର୍ଷ ପୂର୍ବରୁ EPFO ଜାରି କଲା ନୂଆ ଗାଇଡଲାଇନ୍‌, ଜାଣିରଖନ୍ତୁ…

ନୂଆଦିଲ୍ଲୀ,୨୨।୧୨: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) କର୍ମଚାରୀ ପେନସନ ଯୋଜନା (EPS) ସହିତ ଜଡିତ ଭୁଲ କିମ୍ବା ଅସମ୍ପୂର୍ଣ୍ଣ ଯୋଗଦାନର ମାମଲାଗୁଡ଼ିକର ସମାଧାନ ପାଇଁ...

ମହିଳା କର୍ମଚାରୀଙ୍କୁ ଅଶ୍ଳିଳ ବ୍ୟବହାର: କଲେଜ ସଂପାଦକ ଗିରଫ

ବଲାଙ୍ଗିର,୨୨।୧୨: ମହିଳା କର୍ମଚାରୀଙ୍କୁ ଅଶ୍ଳୀଳ ବ୍ୟବହାର ଓ ଧମକଚମକ ଦେବା ଅଭିଯୋଗରେ ଜଣେ ଘରୋଇ କଲେଜର ସମ୍ପାଦକଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ଜଣକ...

ମନରେଗା ଯୋଜନାର ନୂତନ ନାମକରଣକୁ ବିରୋଧ, ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ କଂଗ୍ରେସର ବିକ୍ଷୋଭ

ଛତ୍ରପୁର,୨୨/୧୨(ଦିଲ୍ଲୀପ ସାମଲ):ମନରେଗା ଯୋଜନାର ନୂଆ ନାମକରଣ କରି ସେଥିରୁ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ନାମକୁ ବାଦ ଦେବାକୁ ବିରୋଧ କରି କଂଗ୍ରେସ ଦଳ ପକ୍ଷରୁ ଗଞ୍ଜାମ...

ଡେବିଟ୍‌ କାର୍ଡରେ ପରିବର୍ତ୍ତନ ଆଣିଲା ଏହି ବ୍ୟାଙ୍କ, ଚେକ୍‌ କରିନିଅନ୍ତୁ ଆପଣଙ୍କ ବ୍ୟାଙ୍କ ନାହିଁ ତ?

ନୂଆଦିଲ୍ଲୀ,୨୨।୧୨: ଆପଣ କ’ଣ ଏୟାରପୋର୍ଟ ଲାଉଞ୍ଜ ଆକ୍ସେସ ପାଇବା ପାଇଁ HDFC ବ୍ୟାଙ୍କ ଡେବିଟ୍‌ କାର୍ଡ କିଣିଛନ୍ତି? ଆପଣଙ୍କ ପାଇଁ ଏକ ବଡ଼ ଅପଡେଟ। ନୂତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri