Posted inଖେଳ

ଆଜି ବି ଟି୨୦ ଫାଇନାଲରେ ଏହି ଶେଷ ଓଭରକୁ ଭୁଲି ପାରୁନାହାନ୍ତି ବ୍ରେଟ୍‌ ଲି’: ୬ ବଲ୍‌ରେ…

ନୂଆଦିଲ୍ଲୀ,୨୮।୧: ଅଷ୍ଟ୍ରେଲିଆର ପୂର୍ବ ପେସର ବ୍ରେଟ ଲି କ୍ରିକେଟ ଇତିହାସର ସବୁଠାରୁ ଦ୍ରୁତ ବୋଲରଙ୍କ ମଧ୍ୟରୁ ଅନ୍ୟତମ। ଦୀର୍ଘଦିନ ଧରି ସେ କ୍ରିକେଟର ସମସ୍ତ ଫର୍ମାଟରେ ବ୍ୟାଟ୍ସମ୍ୟାନଙ୍କୁ ଅଡୁଆରେ ପକାଉଥିଲେ। ଅନ୍ତଃରାଷ୍ଟ୍ରୀୟ କ୍ରିକେଟରେ ବ୍ରେଟ୍‌ ଲି ଅନେକ ଥର ଐତିହାସିକ ପ୍ରଦର୍ଶନ କରିଛନ୍ତି। ହେଲେ ଏଭଳି ଏକ ଟି୨୦ ମ୍ୟାଚ୍‌ ରହିଛି, ଯେଉଁଥିରେ ସେ ଶେଷ ଓଭରରେ ଆଶା ମୁତାବକ ପ୍ରଦର୍ଶନ କରିଥିଲେ ହେଁ ସଫଳତା ପାଇ ନ ଥିଲେ। ୬ ବର୍ଷ ପୂର୍ବେ ଆଜିର ଦିନରେ ଖେଳାଯାଇଥିଲା ଉକ୍ତ ମ୍ୟାଚ୍‌।

ଅଷ୍ଟ୍ରେଲିଆର ଲୋକପ୍ରିୟ ବିଗ୍‌ ବ୍ୟାସ୍‌ ଲିଗ୍‌(ବିବିଏଲ୍‌)ର ୨୦୧୫ ସଂସ୍କରଣର ଫାଇନାଲ ମୁକାବିଲାରେ ପର୍ଥ ସ୍କୋର୍ଚର୍ସ ଏବଂ ସିଡନୀ ସିକ୍ସର୍ସ ଟିମ୍‌ ମୁହାଁମୁହିଁ ହୋଇଥିଲେ। ମ୍ୟାଚ୍‌ର ଶେଷ ଓଭରରେ ଏଭଳି କିଛି ଘଟିଥିଲା ଯାହା ମ୍ୟାଚ୍‌କୁ ଟି୨୦ କ୍ରିକେଟର ସବୁଠାରୁ ରୋମାଞ୍ଚକର ମ୍ୟାଚ୍‌ରେ ପରିବର୍ତ୍ତିତ କରିଥିଲା।

ଫାଇନାଲ୍‌ରେ ସିଡନୀ ଦଳ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପରେ ୨୦ ଓଭରରେ ଦଳ ୫ ଉଇକେଟ ହରାଇ ୧୪୭ ରନ୍‌ କରିଥିଲା। ପର୍ଥ ଟିମ୍‌କୁ ଜିତିବା ଲାଗି ୧୪୮ ରନ୍‌ର ଆବଶ୍ୟକତା ଥିଲା।

ପ୍ରାରମ୍ଭରେ ପର୍ଥର ଟିମ୍‌ ଭଲ ପ୍ରଦର୍ଶନ କରିଥିଲା। ଦୁଇ ଓପନ୍‌ର ପ୍ରଥମ ଉଇକେଟ ପାଇଁ ୭୦ ରନ୍‌ର ଭାଗିଦାରୀ କରିଥିଲେ। ଏହା ଭାଙ୍ଗିବା ପରେ ହଠାତ ଗୋଟିଏ ପରେ ଗୋଟିଏ ୪ଟି ଉଇକେଟ ପତନ ହୋଇଥିଲା। ମ୍ୟାଚ୍‌ର ଶେଷ ଓଭରରେ ଜିତିବା ପାଇଁ କେବଳ ୮ ରନ୍‌ର ଆବଶ୍ୟକତା ଥିଲା। ଏହି ଓଭର ବୋଲିଂ କରିବାକୁ ଆସିଥିଲେ ବ୍ରେଟ୍‌ ଲି।

ଏପରି ଥିଲା ଓଭର:
ପ୍ରଥମ ବଲ୍‌: ୪ ରନ୍‌
ଦ୍ୱିତୀୟ ବଲ୍‌: ୨ରନ୍‌
ତୃତୀୟ ବଲ: ୧ ରନ୍‌
୪ର୍ଥ ବଲ୍‌: ଉଇକେଟ
୫ମ ବଲ୍‌: ଉଇକେଟ
୬ଷ୍ଠ ବଲ୍‌: ୧ ରନ୍‌(ରୋମାଞ୍ଚକର ଥିଲା ଏହି ରନ୍‌ ନେବା। ପଡ଼ିଆରେ ଖେଳାଳିମାନେ ଏକାଠି ହୋଇଥିଲେ। ରନ୍‌ ନେବା ସମୟରେ ବିପକ୍ଷ ଖେଳାଳିଙ୍କୁ ଆଉଟ୍‌ କରିବାକୁ ଚେଷ୍ଟା କରିଥିଲେ ହେଁ ତାହା ସଫଳ ହୋଇ ନ ଥିଲା)

ଦେଖନ୍ତୁ ଭିଡିଓ


Enter your email to get our daily news in your inbox.

All Right Reserved By Dharitri.Com

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri