ଭାରତକୁ ସାହାଯ୍ୟ ପାଇଁ ଆଗେଇ ଆସିଲେ ମହାନ ଖେଳାଳି

ନୂଆଦିଲ୍ଲୀ,୨୭।୪ : ଅଷ୍ଟ୍ରେଲିଆନ ପେସର ପାଟ କୁମିନ୍ସଙ୍କ ପରେ ଭାରତକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି ମହାନ କ୍ରିକେଟର ତଥା କମେଣ୍ଟଟର ବ୍ରେଟ୍‌ ଲି। ବର୍ତ୍ତମାନ ଆଇପିଏଲ ପାଇଁ ଭାରତରେ ଥିବା ୪୪ ବର୍ଷୀୟ ପୂର୍ବତନ କ୍ରିକେଟର ଟୁଇଟର ମାଧ୍ୟମରେ ଘୋଷଣା କରିଛନ୍ତି ଯେ, ବିଭିନ୍ନ ହସ୍ପିଟାଲକୁ ଅକ୍ସିଜେନ ଯୋଗାଇ ଦେବା ଲାଗି ଏକ ବିଟ୍‌ କଏନ୍‌ ଦାନ କରିଛନ୍ତି। ବିଟ୍‌ କଏନ୍‌ର ମୂଲ୍ୟ ଭାରତୀୟ ମୁଦ୍ରାରେ ୪୦ ଲକ୍ଷ ୯୫ ହଜାର ୯୯୧ ଟଙ୍କା। ତାଙ୍କ ପୂର୍ବରୁ କୁମିନ୍ସ ପିଏମ୍‌ କେୟାର ଫଣ୍ଡକୁ ୫୦ ହଜାର ଆମେରିକୀୟ ଡଲାର ଦାନ କରିଥିଲେ।

Share