Categories: ଖେଳ

ବିଦାୟ ନେବ ଏମିତି: କ୍ୟାରିୟରର ଶେଷ ମ୍ୟାଚ୍‌ରେ ଏମିତି କରିଥିଲେ ଧମାକା

ଜଣେ ଖେଳାଳି ପାଇଁ ତା କ୍ୟାରିୟରର ପ୍ରଥମ ଏବଂ ଶେଷ ମ୍ୟାଚ୍‌ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କ୍ରିକେଟରେ ଡେବ୍ୟୁ କରିଥିବା ଖେଳାଳି ତାଙ୍କର ପ୍ରଥମ ଏବଂ ଶେଷ ମ୍ୟାଚ୍‌ ସ୍ମରଣୀୟ କରିବାକୁ ଚାହାନ୍ତି। କେତେକ ଖେଳାଳି ନିଜର ପ୍ରଥମ ମ୍ୟାଚ୍‌ରେ ଶହେ ରନ୍‌କରି କିମ୍ବା ଅଧିକ ଓ୍ବିକେଟ ନେଇ ନିଜର ପରିଚୟ ସୃଷ୍ଟି କରିଥାଏ। କେହି କେହି ବିଦାୟ ମ୍ୟାଚ୍‌ରେ ଏପରି କରି ସୁନ୍ଦର ବିଦାୟ ନେଇଥାନ୍ତି। ଏମିତି ଜଣେ ଖେଳାଳି ହେଲେ ନ୍ୟୁଜଲାଣ୍ଡର ପୂର୍ବତନ ଅଧିନାୟକ ବ୍ରେଣ୍ଡନ ମ୍ୟାକକୁଲମ୍‌। ମ୍ୟାକକୁଲମ ନିଜର ବ୍ୟାଟିଂ ପାଇଁ ବେସ୍‌ ପରିଚିତ। କ୍ୟାରିୟରରେ ସେ ବହୁତ ବିସ୍ଫୋରକ ଇନିଂସ ଖେଳିଛନ୍ତି। କିନ୍ତୁ କ୍ୟାରିୟରର ଶେଷ ଟେଷ୍ଟ ମ୍ୟାଚରେ ଖେଳିଥିବା ଇନିଂସକୁ ସମସ୍ତେ ମନେ ରଖିବେ। କାରଣ ମ୍ୟାକକୁଲମ ଶେଷ ଟେଷ୍ଟ ମ୍ୟାଚ୍‌ରେ ଦ୍ରୁତତମ ଟେଷ୍ଟ ଶତକ ନିଜ ନାମରେ କରିଥିଲେ। ସେ ଏହି ମ୍ୟାଚ୍‌ରେ ୭୯ ବଲରେ ୧୪୫ ରନ୍‌ କରିଥିଲେ।
ଫେବୃଆରୀ ୨୦୧୬ ରେ ସେ ଶେଷ ଟେଷ୍ଟ ମ୍ୟାଚ ଖେଳିଥିଲେ। ସେ ଅଷ୍ଟ୍ରେଲିଆର ଖ୍ରୀଷ୍ଟଚର୍ଚ ବିପକ୍ଷରେ ୫୪ ବଲରେ ଶତକ ହାସଲ କରି ପାକିସ୍ତାନର ମିସବା-ଉଲ-ହକ ଏବଂ ଭିଭ ରିଚାର୍ଡସଙ୍କ ରେକର୍ଡ ଭାଙ୍ଗିଥିଲେ। ଉଭୟ ୫୬-୫୬ ବଲରେ ଟେଷ୍ଟ ଶତକ ହାସଲ କରିଥିଲେ। ଏହି ଅବସରରେ ୨୧ଟି ଚୌକା ଏବଂ ୬ଟି ଛକା ମାରିଥିଲେ।

Share