Categories: Home Leftଖେଳ

୨୩ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ବ୍ରେଣ୍ଡନ ଟେଲର

ଆବୁଧାବି,୧୮ା୧୦: ଭେଟେରାନ ଉଇକେଟକିପର ବ୍ୟାଟର ବ୍ରେଣ୍ଡନ ଟେଲର ଜିମ୍ବାଓ୍ବେ ପାଇଁ ଅନ୍ତର୍ଜାତୀୟ ଦିନିିକିଆରେ ସର୍ବାଧିକ ରନ କରିବାର ରେକର୍ଡ କରିଛନ୍ତି।ବାଂଲାଦେଶ ବିପକ୍ଷ ତ୍ରିରାଷ୍ଟ୍ରୀୟ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ୮୧ ରନର ଇନିଂସ୍‌ ଖେଳିବା ଅବସରରେ ସେ ଏହି ସଫଳତା ପାଇଛନ୍ତି। ୪୦ ବର୍ଷୀୟ ଟେଲର ୨୧୧ ଦିନିକିଆ ମ୍ୟାଚ୍‌ରେ ୬,୮୩୭ ରନ କରିଛନ୍ତି।

ଏହି ରେକର୍ଡ ପୂର୍ବରୁ ଆଣ୍ଡି ଫ୍ଲାଓ୍ବାର(୬,୭୮୬)ଙ୍କ ନାମରେ ଥିଲା। ମ୍ୟାଚ୍‌ରେ ଜିମ୍ବାଓ୍ବେ ୨୪ ରନରେ ଟପ୍‌ ୩ ଉଇକେଟ ହରାଇବା ପରେ ଟେଲର ଓ କ୍ରେଗ ଏରଭିନଙ୍କ ମଧ୍ୟରେ ଚତୁର୍ଥ ଉଇକେଟ ପାଇଁ ୧୫୦ ରନର ପାର୍ଟନରଶିପ ହୋଇଥିଲା, ଯାହାକି ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା। ଜିମ୍ବାଓ୍ବେ ୫୦ ଓଭରରେ ୮ ଉଇକେଟ ହରାଇ ୨୭୧ ରନ କରିଥିଲା। ଜବାବରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ବାଂଲାଦେଶ ୧୭୨ ରନରେ ଅଲଆଉଟ୍‌ ହୋଇଯାଇଥିଲା।

Share