ଜଳବାୟୁ ପରିବର୍ତ୍ତନରୁ ଓଡ଼ଶ ବଂଶବୃଦ୍ଧି

ସିଓଲ,୧୬ା୧୧: ଜଳବାୟୁ ପରିବର୍ତ୍ତନ ଯୋଗୁ ଉତ୍ତର କୋରିଆ ସମେତ ସାରା ବିଶ୍ୱରେ ଓଡ଼ଶଙ୍କ ବଂଶବୃଦ୍ଧି ଚିନ୍ତାର କାରଣ ପାଲଟିଛି। ୭୦-୮୦ ଡିଗ୍ରୀ ଫାରେନ୍‌ହିଟ୍‌ (୨୧-୨୭ ଡିଗ୍ରୀ ସେଲସିଅସ୍‌) ତାପମାତ୍ରା ଏହି ରକ୍ତ ଶୋଷଣକାରୀ ପୋକକୁ ସୁହାଉଥିବାରୁ ଅସ୍ବାଭାବିକ ଉଷ୍ମତା ବୃଦ୍ଧିକୁ ଏଥିପାଇଁ ଦାୟୀ କରାଯାଉଛି। କାରଣ ତାପମାତ୍ରା ବଢ଼ିଲେ ଓଡ଼ଶଙ୍କ ତ୍ୱରିତ ବଂଶବିସ୍ତାର ହୋଇଥାଏ। ଏଥିସହ ଓଡ଼ଶଙ୍କୁ ନୂଆ ଅଞ୍ଚଳରେ ନିଜ ବାସସ୍ଥାନ ବିସ୍ତାର ପାଇଁ ମଧ୍ୟ ସୁଯୋଗ ମିଳିଥାଏ। ସମ୍ପ୍ରତି ଏସୀୟ ରାଷ୍ଟ୍ରଗୁଡ଼ିକରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଅହେତୁକ ଭାବେ ଅନୁଭୂତ ହେଉଥିବାରୁ ଏହି କୀଟଙ୍କୁ ନେଇ ଆତଙ୍କ ବଢ଼ିବାରେ ଲାଗିଛି।
କୋଭିଡ୍‌-୧୯ ମହାମାରୀ ପରେ ଦକ୍ଷିଣ କୋରିଆର ପର୍ଯ୍ୟଟନ କ୍ଷେତ୍ରରେ ଅଭିବୃଦ୍ଧି ଦେଖିବାକୁ ମିଳିଥିବାବେଳେ ଓଡ଼ଶଙ୍କ ବଂଶବୃଦ୍ଧି ଦେଶବାସୀଙ୍କୁ ଆତଙ୍କିତ କରିଛି। ଫଳରେ ଏହି ରକ୍ତଶୋଷଣକାରୀ ପୋକ ଦୌରାମତ୍‌ୟରୁ ମୁକ୍ତି ପାଇବା ପାଇଁ ଅନେକ ଲୋକ ସାଧାରଣ ପରିବହନର ବ୍ୟବହାର ଓ ସିନେମା ହଲ୍‌କୁ ଯିବା ବନ୍ଦ କରିଦେଲେଣି। ପରିଚ୍ଛନ୍ନତା ଦାୟିତ୍ୱରେ ଥିବା ଅଧିକାରୀମାନେ ଓଡ଼ଶଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଫ୍ରାନ୍ସ ଓ ବ୍ରିଟେନ୍‌ ସମେତ ବିଭିନ୍ନ ଦେଶରୁ ଆସୁଥିବା ଅନ୍ତର୍ଜାତୀୟ ଯାତ୍ରୀଙ୍କୁ ନିଜ ନିଜ ଜିନିଷପତ୍ରଗୁଡ଼ିକରେ ସତର୍କତାର ସହ କୀଟାଣୁନାଶକ ପ୍ରୟୋଗ କରିବାକୁ ପରାମର୍ଶ ଦେଉଛନ୍ତି। ଓଡ଼ଶଙ୍କ ଶିକାର ହୋଇଥିବା ବ୍ୟକ୍ତିମାନେ ବିଦେଶ ଯାତ୍ରାବେଳେ ସାଙ୍ଗରେ ନେଇ ଯାଉଥିବା ସାମଗ୍ରୀଗୁଡ଼ିକୁ ଷ୍ଟେରଲାଇଜ୍‌ କରାଇବା ଉଚିତ ବୋଲି ନିକଟରେ କୋରିଆ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ୍‌ ପ୍ରିଭେନ୍ସନ ଏଜେନ୍ସି ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି। ତେବେ ଓଡ଼ଶ ଉପରେ କୀଟାଣୁନାଶକ ସିଞ୍ଚନ କଲେ ସୁଫଳ ମିଳି ନ ପାରେ ବୋଲି ଅଧିକାରୀମାନେ ସତର୍କ କରାଇଛନ୍ତି। ଏଥିସହ ଓଡ଼ଶ ମାରିବା ପାଇଁ ଦେଶ ପାଇରେଥ୍ରୋଇଡ୍‌ ଭିତ୍ତିକ ରାସାୟନିକ ଥିବା ପେଷ୍ଟିସାଇଡ୍‌ ଆପଣାଇବା ଆବଶ୍ୟକ ବୋଲି ସେମାନେ ମାନିଛନ୍ତି। ସ୍ଥାନୀୟ ନ୍ୟୁଜ୍‌ ଚ୍ୟାନେଲଗୁଡ଼ିକରେ ପ୍ରଦର୍ଶିତ ଭିଡିଓରେ ଛୋଟ ଛୋଟ ଲାଲ-ଧୂସର ଓଡ଼ଶ ଦେଖିବାକୁ ମିଳିଛି, ଯାହାର ଆକାର ସେଓ ମଞ୍ଜି ସଦୃଶ। ସେଗୁଡ଼ିକ ପୋଷାକ, ଘରର ଭାଙ୍ଗ, ସୋଫା ଆଦିରେ ବୁଲି ସାଧାରଣରେ ଆତଙ୍କ ସୃଷ୍ଟି କରୁଛନ୍ତି। ଦକ୍ଷିଣ କୋରିଆରେ ପୂର୍ବରୁ ଏଭଳି ଓଡ଼ଶ କେବେ ଦେଖିବାକୁ ମିଳି ନ ଥିଲା।
ଓଡ଼ଶ ମଣିଷ ଓ ପ୍ରାଣୀଙ୍କ ରକ୍ତ ଶୋଷିଥାଏ। କିନ୍ତୁ ଏହା ରୋଗ ସଂକ୍ରାମକ ନୁହେଁ ବୋଲି ସିଓଲ ସିଟିର ଜଣେ ସ୍ବାସ୍ଥ୍ୟ ଅଧିକାରୀ ୟୁ-ମି କହିଛନ୍ତି। ଅନ୍ୟପକ୍ଷେ ଓଡ଼ଶକୁ ନେଇ ଚିନ୍ତିତ ହେବାର କାରଣ ନାହିଁ ବୋଲି ହଂକଂ କହିଛି। ତେବେ ଓଡ଼ଶ କାମୁଡ଼ିବା ଦ୍ୱାରା ଚର୍ମରୋଗ, କୁଣ୍ଡିଆ ହେଉଥିବାରୁ ଏହାର ନିରାକରଣ ଦିଗରେ ଆମେ ବିଶେଷ ଯନତ୍ବାନ ହେବୁ ବୋଲି ସେ କହିଛନ୍ତି। ସିଓଲର ଏକ ଛୋଟ ରୁମ୍‌ରେ ରହୁଥିବା ପାର୍କ ନାମକ ଜଣେ ୬୬ ବର୍ଷୀୟଙ୍କ ବୃଦ୍ଧାଙ୍ଗୁଳି ନଖରେ ଓଡ଼ଶ ଚଢ଼ିଥିବା ଟିଭି ଚୋସୁନ ନ୍ୟୁଜରେ ଦେଖିବାକୁ ମିଳିଛି। ପାର୍କ କହିଛନ୍ତି, ଓଡ଼ଶ କାମୁଡ଼ିଲେ ଭୀଷଣ କୁଣ୍ଡାଇଥାଏ। ବସ୍‌ ଯାତ୍ରୀମାନେ କହିଛନ୍ତି, ସେମାନେ ସିଟ୍‌ରେ ବସିବା ପୂର୍ବରୁ ଓଡ଼ଶ ଅଛି କି ବୋଲି ଭଲଭାବେ ଦେଖିନେଉଛନ୍ତି। ଜଣେ ୨୮ ବର୍ଷୀୟା ମହିଳା କର୍ମଚାରୀ କହିଛନ୍ତି, ଓଡ଼ଶ କାମୁଡ଼ା କିମ୍ବା ସାଙ୍ଗରେ ଘରକୁ ଚାଲିଆସିବା ଭୟରେ ସେ ସିନେମା ଦେଖିଯିବା ବନ୍ଦ କରିଦେଲେଣି। ସ୍ବାସ୍ଥ୍ୟ ଅଧିକାରୀମାନଙ୍କ ମତରେ ଦେଶରେ ଗତ ୧୦ ବର୍ଷ ମଧ୍ୟରେ ୯ ଥର ଓଡ଼ଶ ସଂକ୍ରମଣ ଦେଖିବାକୁ ମିଳିଥିବାବେଳେ କେବଳ ମାସକରେ ଏହି ସଂଖ୍ୟା ଅନୂ୍ୟନ ୩୩। ସିଙ୍ଗାପୁରର ଜଣେ ବ୍ୟକ୍ତି ଓଡ଼ଶଙ୍କୁ ମାରିବା ପାଇଁ ନିଜ ମସିଣାରେ ନିଅଁା ଲଗାଇଦେଇଛନ୍ତି।
ସାରା ବିଶ୍ୱରେ ଓଡ଼ଶଙ୍କ ବଂଶବୃଦ୍ଧି ଘଟୁଛି। ଏପରି କି କୀଟନାଶକ ମଧ୍ୟ ଓଡ଼ଶଙ୍କୁ କାମ କରୁନାହିଁ। ଦକ୍ଷିଣ କୋରିଆରେ ଡିଡିଟି କୀଟନାଶକ ପ୍ରୟୋଗ ଯୋଗୁ ୧୯୬୦ରୁ ୧୯୭୦ ଦଶକ ମଧ୍ୟରେ ଓଡ଼ଶ ବଂଶ ପ୍ରାୟତଃ ନିପାତ ହୋଇଯାଇଥିଲେ। କିନ୍ତୁ ଏବେ ଡିଡିଟି ବ୍ୟବହାରକୁ ନିଷେଧ କରାଯାଇଛି। ଓଡ଼ଶ ବୃଦ୍ଧି ଘଟିଲେ ରିପୋର୍ଟ ଗ୍ରହଣ ପାଇଁ ସିଓଲ ସିଟିରେ ଏକ କଲ୍‌ ସେଣ୍ଟର ଖୋଲାଯାଇଛି। ଫୋନ୍‌ କରିବା ମାତ୍ରେ ନିୟନ୍ତ୍ରଣ ପାଇଁ ଅଧିକାରୀମାନେ ପହଞ୍ଚତ୍ୟାଉଛନ୍ତି।
ଆସନ୍ତା ବର୍ଷ ହେବାକୁ ଥିବା ପ୍ୟାରିସ ଓଲିମ୍ପିକ୍ସ ପୂର୍ବରୁ ଫ୍ରାନ୍ସରେ ଓଡ଼ଶ ଏକ ରାଜନୈତିକ ପ୍ରସଙ୍ଗ ପାଲଟିଯାଇଛି। ଫେବ୍ରିକ୍‌ ବସ୍‌ର ସିଟଗୁଡ଼ିକରେ ଅଧିକାରୀମାନେ ନିୟମିତ ଭାବେ ହଟ୍‌-ଷ୍ଟିମ୍‌ ଦେବାକୁ ଯୋଜନା କରିଛନ୍ତି। ଗୃହ ମନ୍ତ୍ରଣାଳୟର ଜଣେ ସୁରକ୍ଷା ଅଧିକାରୀଙ୍କ ମତରେ ବିଜ୍‌ନେସ୍‌ ଅପରେଟରମାନେ ସେମାନଙ୍କ ବ୍ୟବସାୟ ପ୍ରଭାବିତ ହେବା ଆଶଙ୍କାରେ ଓଡ଼ଶଙ୍କ ପ୍ରକୃତ ପ୍ରାଦୁର୍ଭାବକୁ ନେଇ ରିପୋର୍ଟ କରୁନାହାନ୍ତି। ସେମାନେ ଚୁପ୍‌ଚାପ୍‌ ଘରୋଇ ପେଷ୍ଟ-କଣ୍ଟ୍ରୋଲ ସର୍ଭିସଗୁଡ଼ିକ ସହ ଯୋଗାଯୋଗ କରୁଛନ୍ତି। ୩ଟି ପର୍ଯ୍ୟାୟରେ କୀଟାଣୁନାଶକ ପ୍ରୟୋଗ ପାଇଁ ଏଭଳି ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକ ପ୍ରାୟ ୭୬୮ ଆମେରିକୀୟ ଡଲାର ନେଉଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri