Categories: ଖେଳ

ପଡ଼ିଆରେ ନିଃଶ୍ୱାସ ନେବାରେ ଅସୁବିଧା, ଇନହେଲର ବ୍ୟବହାର କଲେ ବେନ ଷ୍ଟୋକ୍ସ,ଦେଖନ୍ତୁ ଭାଇରାଲ ଭିଡିଓ…

ବେଙ୍ଗାଲୁରୁ,୨୬।୧୦ : ବିଶ୍ୱକପରେ ଇଂଲଣ୍ଡ ଦଳର ଅବସ୍ଥା ଖରାପ। ଦଳ ଚାରିଟି ମଧ୍ୟରୁ କେବଳ ଗୋଟିଏ ମ୍ୟାଚ ଜିତିବାରେ ସକ୍ଷମ ହୋଇଛି। ବର୍ତ୍ତମାନ ଇଂଲଣ୍ଡ ଦଳ ବେଙ୍ଗାଲୁରୁରେ ଶ୍ରୀଲଙ୍କା ବିପକ୍ଷରେ ପଞ୍ଚମ ମ୍ୟାଚ ଖେଳୁଛି। ଏହି ମ୍ୟାଚରେ ବେନ ଷ୍ଟୋକ୍ସ ଖେଳୁଛନ୍ତି। ଏହି ମ୍ୟାଚ ପୂର୍ବରୁ ଅଭ୍ୟାସ ସମୟରେ ବେନ ଷ୍ଟୋକ୍ସ ଏକ ଇନହେଲର୍‌ ବ୍ୟବହାର କରୁଥିବା ଦେଖାଯାଇଥିଲା। ଏହା ଦଳ ପାଇଁ ଚିନ୍ତାଜନକ ହୋଇଛି। ଷ୍ଟୋକ୍ସ ବୋଧହୁଏ ସମ୍ପୂର୍ଣ୍ଣ ସୁସ୍ଥ ନାହାନ୍ତି। ସେ କିଛି ସମସ୍ୟା ଦେଇ ଗତି କରୁଥିବା ଚର୍ଚ୍ଚା ହେଉଛି।

ଆହତ ହୋଇଥିବା କାରଣରୁ ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକ୍ସ ଗତ ଚାରିଟି ମ୍ୟାଚ ଖେଳି ନ ଥିଲେ। ଏହି ସମୟରେ ଖବର ଆସୁଛି ଷ୍ଟୋକ୍ସ କିଛି ରୋଗରେ ପୀଡିତ ଅଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ସେ ସମ୍ପୂର୍ଣ୍ଣ ସୁସ୍ଥ ନାହାନ୍ତି। ସାଧାରଣତଃ ଆଜମା ସମସ୍ୟା ଥିବା ଲୋକଙ୍କ ଦ୍ୱାରା ଇନହେଲର୍‌ ବ୍ୟବହାର କରାଯାଇଥାଏ। ତେବେ ଦଳରେ ଷ୍ଟୋକ୍ସଙ୍କ ଯୋଗଦେବା ଇଂଲଣ୍ଡ ପାଇଁ ଏକ ଭଲ ସଙ୍କେତ।

 

Share