Categories: ଫୁରସତ

ନୂଆ ପ୍ରଜାତିର ସ୍ତନ୍ୟପାୟୀ

ନୂଆଦିଲ୍ଲୀ: ଭାରତର ଜୁଲୋଜିକାଲ ସର୍ଭେର ବୈଜ୍ଞାନିକମାନେ ଆଣ୍ଡାମାନ ଦ୍ୱୀପପୁଞ୍ଜରୁ ଏକ ନୂଆ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ ଆବିଷ୍କାର କରିଛନ୍ତି। ନେଚର ନାମକ ପତ୍ରିକାରେ ଏହି ଆବିଷ୍କାର ସମ୍ପର୍କରେ ପ୍ରକାଶ ପାଇଛି। ନୂଆ ପ୍ରଜାତି କ୍ରୋସିଡୁରା ଗ୍ରୁପ୍‌ର ବୋଲି କୁହାଯାଉଛି। ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ଆଗ୍ନେୟ ନାର୍‌କୋଣ୍ଡାମ୍‌ ଦ୍ୱୀପରୁ ମିଳିଥିବା କେତେକ ପ୍ରଜାତିର ଉଭୟ ମର୍ଫୋଲୋଜିକାଲ ଏବଂ ମଲିକୁଲାର ପରୀକ୍ଷା କରାଯାଇ ଏହାକୁ କ୍ରୋସିଡୁରା ଗ୍ରୁପ୍‌ରେ ସାମିଲ କରାଯାଇଥିବା ଗବେଷଣା ନିବନ୍ଧରେ ଉଲ୍ଲେଖ କରାଯାଇଛି। ଏହି ଗ୍ରୁପ୍‌ରେ ମୋଟ ୧୯୮ ପ୍ରକାର ପ୍ରାଣୀ ଅଛନ୍ତି। ସେମାନେ ବିଶେଷ କରି ଆଫ୍ରିକା, ୟୁରୋପ ଓ ଏସିଆ ମହାଦେଶରେ ଦେଖାଦେଇଥାନ୍ତି। ଏମାନଙ୍କ ଶରୀର କ୍ଷୁଦ୍ରରୁ ମଧ୍ୟମ ଆକାରର ହୋଇଥିବାବେଳେ ଛୋଟ ଓ ଘଞ୍ଚ ଲୋମ ରହିଥାଏ।

Share