ସ୍ତନ୍ୟପାନ କରାଉଥିବା ମା’ଙ୍କୁ ମିଳୁ ଓ୍ବାର୍କ ଫ୍ରମ୍‌ ହୋମ୍‌ ସୁବିଧା: ରାଜ୍ୟ ସରକାରଙ୍କୁ କେନ୍ଦ୍ରର ପରାମର୍ଶ …

ନୂଆଦିଲ୍ଲୀ,୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସ୍ଥିତି ହୋଇଛି। ଏପରିସ୍ଥଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ନୂଆ ପରାମର୍ଶ ଦିଆଯାଇଛି। ସ୍ତନ୍ୟପାନ କରାଉଥିବା ମା’ଙ୍କୁ ଏକ ବର୍ଷ ପାଇଁ ଓ୍ବାର୍କ ଫର୍ମ ହୋମ୍‌ ସୁବିଧା ପ୍ରଦାନ କରିବା ଉପରେ କେନ୍ଦ୍ର ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି। ୨୦୧୭ ମାତୃତ୍ୱ ଲାଭ ସଂଶୋଧିତ ଅଧିନିୟମ ଧାରା ୫ ଅନୁସାରେ ସ୍ତନ୍ୟପାନ କରାଉଥିବା ମା’ଙ୍କୁ ଏଭଳି ସୁବିଧା ସୁଯୋଗ ଦେବାକୁ କୁହାଯାଇଛି। ମାତୃତ୍ୱ ଲାଭ କରିଥିବା ମା’ଙ୍କର କାମ ଯଦି ଘରେ ରହି କରିହେବା ଉପଯୋଗୀ ତେବେ ତାଙ୍କୁ ଏଭଳି କରିବାକୁ କୁହାଯିବା ଉପରେ କେନ୍ଦ୍ର ସରକାର ଗୁରୁତ୍ୱାରୋପ କରିଛନ୍ତି। ସୂଚନାଯୋଗ୍ୟ,ମାତୃତ୍ୱ ଲାଭ ଆଇନ ଅନୁସାରେ ମା’ଙ୍କୁ ୧୨ ସପ୍ତାହରୁ ୨୬ ସପ୍ତାହ ପର୍ଯ୍ୟନ୍ତ ଛୁଟି ପ୍ରଦାନ କରାଯାଉଛି।

Share