ଲକ୍‌ଡାଉନ୍‌ରେ ବ୍ରେକ୍‌ଅପ୍‌ ହୋଇଗଲେ, ଏହି ୪ ପନ୍ଥା ଆପଣାଇ ସମ୍ଭାଳନ୍ତୁ ନିଜକୁ

ବ୍ରେକଅପ ଯନ୍ତ୍ରଣାରୁ ବାହାରିବା ଏତେ ସହଜ କାମ ନୁହେଁ। ଯେତେବେଳେ ପ୍ରେମ ସମ୍ପର୍କ ହଠାତ୍‌ ସମାପ୍ତ ହୁଏ, ନିଜକୁ ସମ୍ଭାଳିବା କଷ୍ଟକର ହୋଇଯାଏ। ବିଶେଷ ଭାବରେ, ଯେଉଁମାନେ ଲକଡାଉନରେ ବ୍ରେକଅପ କରିଛନ୍ତି, ସେମାନଙ୍କ ପାଇଁ ଏହା ଅଧିକ ବିବ୍ରତ କରିଦେଇଥିବ। ସାଧାରଣତଃ ବ୍ରେକଅପ ପରେ କିଛି ଯୁବତୀଯୁବକ ଭାଙ୍ଗି ପଡନ୍ତି। ଏଥିରୁ ବାହାରିବା ପାଇଁ ସେମାନେ ବାହ୍ୟଜଗତରେ ନିଜକୁ ବ୍ୟସ୍ତ ରଖନ୍ତି। ଯେପରିକି ସାଙ୍ଗମାନଙ୍କ ମସ୍ତି କରିବା ଆଦି କରନ୍ତି କିନ୍ତୁ ଲକଡାଉନ ସମୟରେ ଏହା କରିବା ସମ୍ଭବ ନୁହେଁ। ଏପରି ପରିସ୍ଥିତିରେ ନିଜକୁ ସମ୍ଭାଳିବା ଏକ କଷ୍ଟସାଧ୍ୟ କାର୍ଯ୍ୟ। କିନ୍ତୁ ଘରେ ମଧ୍ୟ ଆପଣଙ୍କୁ ନିଜକୁ ସମ୍ଭାଳିପାରିବେ। କିଛି ଟିପ୍ସ ଉପରେ ଧ୍ୟାନ ଦେଲେ ବ୍ରେକ୍‌ଅପ୍‌ ପରେ ନିଜକୁ ସମ୍ଭାଳି ପାରିବେ।

ଅନଲାଇନରେ ପ୍ରେରଣାଦାୟକ ଚଳଚ୍ଚିତ୍ର ଦେଖନ୍ତୁ

ଅତୀତରୁ ବାହାରିବା ପାଇଁ ପ୍ରଥମ ପ୍ରୟାସ ହେଉଛି ଏହା ନିଜେ ନିଜକୁ ସଜାଡିବା। ପ୍ରେରଣାଦାୟକ ଚଳଚ୍ଚିତ୍ର ତାଲିକା କରନ୍ତୁ ଏବଂ ଅନଲାଇନ ଦେଖନ୍ତୁ। ପୁରୁଣା ଜିନିଷରୁ ଯେତେ ଧ୍ୟାନ କାଢିବେ ବ୍ରେକଅପରୁ ସେତେ ବାହାରକୁ ଆସିବେ।

ଫୋନରେ ସାଙ୍ଗମାନଙ୍କ ସହିତ କଥାବାର୍ତ୍ତା କରନ୍ତୁ
ଯଦି ଆପଣ ସାଙ୍ଗମାନଙ୍କୁ ଭେଟିବାକୁ ଅସମର୍ଥ, ତେବେ କୌଣସି ଅସୁବିଧା ନାହିଁ, ଫୋନରେ ସେମାନଙ୍କ ସହିତ କଥାବାର୍ତ୍ତା କରନ୍ତୁ କିମ୍ବା ଭିଡିଓ ଚାଟ ଦ୍ୱାରା ଆପଣଙ୍କ ଯନ୍ତଣାକୁ ହାଲ୍‌କା କରିପାରିବେ।

ଭଲ ବହି ପଢନ୍ତୁ
ଏହି ଲକଡାଉନକୁ ଏକ ସୁଯୋଗ ଭାବରେ ନିଅନ୍ତୁ। ଯଥାସମ୍ଭବ ଭଲ ବହି ପଢନ୍ତୁ ଏବଂ ବିଭିନ୍ନ ବିଷୟରେ ନିଜର ଜ୍ଞାନ ବଢାନ୍ତୁ। ନୂଆ ବିଷୟ ପ୍ରତି ଯେତେ ଆଗ୍ରହ ଦେଖାନ୍ତି, ତୁମେ ଶୀଘ୍ର ପୁରୁଣା ବିଷୟରୁ ବାହାରକୁ ଆସପାରିବେ। ଭଲ ଏବଂ ପ୍ରେରଣାଦାୟକ ପୁସ୍ତକକୁ ସକରାତ୍ମକ ଶକ୍ତି ମିଳିବ।

ଅନଲାଇନ ଡେଟିଂ
ଅନେକ ଆପ ଅଛି ଯାହା ଅନଲାଇନ ଡେଟିଂ ପାଇଁ ସବୁଠାରୁ ନିର୍ଭରଯୋଗ୍ୟ ବୋଲି ବିବେଚନା କରାଯାଏ। ବ୍ରେକଅପ୍‌ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଏହି ଆପଗୁଡ଼ିକରେ ଏକ ନୂଆ ସାଥୀ ଖୋଜାଯାଇପାରିବ। ଲକଡାଉନ ପାଇଁ ଏହି ଡେଟିଂ ଆପ୍ସରେ ଅନେକ ନୂଆ ବ୍ୟବସ୍ଥା ମଧ୍ୟ କରାଯାଇଛି, ଯାହାର ଲାଭ ଉଠାଇ ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri