ଅବସରପ୍ରାପ୍ତ କିରାଣୀଙ୍କ ଘରୁ ଚୋରି, ଝରକା ଭାଙ୍ଗି ନେଇଗଲେ ଅଳଙ୍କାର, ଟଙ୍କା

ରାୟଗଡା ଅଫିସ,୮।୨: ରାୟଗଡା ସହର ଲୁଟେରାମାନଙ୍କର ଆଡା ସ୍ଥଳ ପାଲଟିଛି। ପ୍ରତିଦିନ ଗୋଟିଏ କି ଦୁଇଟି ଚୋରି ଖବର ସାମ୍ନାକୁ ଆସୁଛି। ତେବେ ମଙ୍ଗଳବାର ରାତିରେ ପୁଣି ସ୍ଥାନୀୟ ରିଙ୍ଗ ରୋଡ଼ର ୩ୟ ଲାଇନରେ କୃଷି କାର୍ଯ୍ୟାଳୟର ଅବସରପ୍ରାପ୍ତ କିରାଣୀ ବି.ବଙ୍ଗା ରିଆ ଙ୍କ ଘରୁ ଚୋରି ହୋଇଛି। ଘରେ କେହି ନ ଥିବା ବେଳେ ସୁଯୋଗ ନେଇ ଦୁର୍ବୃତ୍ତମାନେ ଝରକା ଭାଙ୍ଗି ଘର ଭିତରେ ପଶି ୧/୨ କେଜି ରୂପା, ୫ଗ୍ରାମ ସୁନା, ନଗଦ ୧୦ ହଜାରଟଙ୍କା, ପିତଳ, କଂସା ସବୁ ଅନ୍ୟନ୍ୟା ସାମଗ୍ରୀ ଦୁର୍ବୃତ୍ତମାନେ ନେଇଥିବା ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୋଲିସ ବୁଧବାର ସକାଳୁ ଆସି ସବୁ ଦେଖିକି ଯାଇଛନ୍ତି। ତେବେ ଦୋଷୀକୁ ଖୋଜି ନ୍ୟାୟ ଦେବାକୁ ପରିବାର ଲୋକେ ଦାବି କରିଛନ୍ତି।