Posted inଜାତୀୟ

‘ବ୍ରେକ୍‌ଫାଷ୍ଟ ମିଟିଂ’ ଡାକିଲେ ମୁଖ୍ୟମନ୍ତ୍ରୀ: ପହଞ୍ଚିଲେନି ବିକ୍ରମଦିତ୍ୟ ସିଂ

ଶିମଲା,୨୯।୨: ହିମାଚଳରେ ରାଜନୈତିକ ଝଡ ଧୀରେ ଧୀରେ ଶାନ୍ତ ହେବାକୁ ଲାଗୁଛି। ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କ ତରଫରୁ ଗୁରୁବାର ଶିମଲାରେ ସମସ୍ତ କଂଗ୍ରେସ ବିଧାୟକଙ୍କ ‘ବ୍ରେକ୍‌ଫାଷ୍ଟ ମିଟିଂ’ ଡକାଯାଇଛି। ଡେପୁଟି ସିଏମ ମୁକେଶ ଅଗ୍ନିହୋତ୍ରୀ ମଧ୍ୟ ସିଏମଙ୍କ ସରକାରୀ ବାସଭବନରେ ଅନୁଷ୍ଠିତ ଏହି ବୈଠକରେ ପହଞ୍ଚିଛନ୍ତି। ଏପର୍ଯ୍ୟନ୍ତ ୧୨ ଜଣ ବିଧାୟକ ଏହି ବୈଠକରେ ପହଞ୍ଚି ନାହାଁନ୍ତି। କଂଗ୍ରେସ ବିଧାୟକ ବିକ୍ରମଦିତ୍ୟ ସିଂ ମଧ୍ୟ ଏହି ବୈଠକରେ ଯୋଗ ଦେଇନାହାଁନ୍ତି, ବର୍ତ୍ତମାନ ସେ ତାଙ୍କ ବାସଭବନରେ ଅଛନ୍ତି। ତାଙ୍କର ସମର୍ଥ ବିଧାୟକମାନେ ମଧ୍ୟ ବୈଠକରେ ପହଞ୍ଚି ନାହାଁନ୍ତି।
ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କ ଦ୍ୱାରା ଡକାଯାଇଥିବା ବୈଠକ ସମ୍ପର୍କରେ ବିଧାୟକ ଆଶିଷ ପଟେଲ କହିଛନ୍ତି ଯେ, ଏହା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ, ଆସନ୍ତୁ ଦେଖିବା କଣ ହେଉଛି।
ସମସ୍ତ ବିଧାୟକଙ୍କୁ ସିଏମ ସୁଖୁ ଡକାଇଛନ୍ତି। କିନ୍ତୁ ବିକ୍ରମଦିତ୍ୟ ସିଂ ବୈଠକକୁ ଯିବା ପରିବର୍ତ୍ତେ ତାଙ୍କ ବାସଭବନରେ ରହିଛନ୍ତି। ଏକତା ଦେଖାଇବାକୁ ତାଙ୍କ ସମର୍ଥକମାନେ ଫୁଲ ସହିତ ତାଙ୍କ ବାସଭବନରେ ପହଞ୍ଚୁଛନ୍ତି। ତାଙ୍କ ସମର୍ଥକମାନେ କହିଛନ୍ତି ଯେ, ବିକ୍ରମଦିତ୍ୟ ସିଂଙ୍କ ପ୍ରତି ଅନ୍ୟାୟ କରାଯାଇଛି। ଭବିଷ୍ୟତରେ ସେମାନେ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବାକୁ ଚାହାଁନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୪,୦୦୦ ଟଙ୍କା ଖୁଚୁରା ଧରି ନାମାଙ୍କନ ପତ୍ର ଦାଖଲ କରିବାକୁ ଆସିଲେ ପ୍ରାର୍ଥୀ: କର୍ମଚାରୀ ନୟାନ୍ତ

ଭୋପାଳ,୧୫।୪: ଭୋପାଳ ଲୋକ ସଭା ଆସନ ପାଇଁ ନାମାଙ୍କନ ପ୍ରକ୍ରିୟା ଏପ୍ରିଲ ୧୯ ପର୍ଯ୍ୟନ୍ତ ଜାରି ରହିବ। ଦୁଇ ଦିନ ଛୁଟି ପରେ ସୋମବାର ମାନବ...

ଏୟାର ଇଣ୍ଡିଆ ବିମାନ ଯାତ୍ରା ସମୟରେ ରାଗିଲେ ଭାଜପା ନେତା

ନୂଆଦିଲ୍ଲୀ,୧୫।୪: ଦିଲ୍ଲୀ ଏବଂ ଦୁବାଇ ମଧ୍ୟରେ ଏୟାର ଇଣ୍ଡିଆର ବିମାନରେ ପ୍ରମୁଖ ଅବହେଳା ସାମ୍ନାକୁ ଆସିଛି। ଭାଜପା ନେତା ସୁଦର୍ଶନ ମିତ୍ତଲ କହିଛନ୍ତି ଯେ ସେ...

ଦେଶର ସବୁଠାରୁ ବଡ ଭୋଟର ପରିବାର, ୧୦-୨୦ ନୁହେଁ ଗୋଟିଏ ପରିବାରରେ ଭୋଟରଙ୍କ ସଂଖ୍ୟା ଶହେରେ

ଗୁଆହାଟି,୧୫।୪: ଲୋକ ସଭା ନିର୍ବାଚନ ୨୦୨୪ରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ଆଉ କିଛି ଦିନ ବାକି ଅଛି। ଏହି ସମୟରେ ଆସାମରେ ଏକ ପରିବାର...

ରାହୁଲଙ୍କ ପରି ମୋଦି-ଶାହାଙ୍କ ହେଲିକପ୍ଟରର ବି ହେଉ ଯାଞ୍ଚ: ଜୟରାମ ରମେଶ

ନୂଆଦିଲ୍ଲୀ,୧୫।୪: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ପ୍ରଚାରରେ ନିୟୋଜିତ ନେତାମାନେ ଏବେ ରାଲି ଉପେର ରାଲି କରୁଛନ୍ତି। ଷ୍ଟାର ପ୍ରଚାରକମାନେ ଗୋଟିଏ ସ୍ଥାନରୁ ଅନ୍ୟ...

ଚଳିତ ବର୍ଷ ବଳକା ହେବ ମୌସୁମୀ ବର୍ଷା: ଭାରତୀୟ ପାଣିପାଗ ବିଭାଗ

ନୂଆଦିଲ୍ଲୀ,୧୫।୪: ଚଳିତ ବର୍ଷ ସ୍ୱାଭାବିକ ଠାରୁ ଅଧିକ ବର୍ଷା ନେଇ ଆସୁଛି ଦକ୍ଷିଣ ପଶ୍ଚିମ ମୌସୁମୀ। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୋମବାର ସୂଚନା...

ସୁପ୍ରିମକୋର୍ଟରୁ କେଜ୍ରିୱାଲଙ୍କୁ ମିଳିଲାନି ଆଶ୍ବସ୍ତି, ୨୯ ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ,୧୫।୪: ଦିଲ୍ଲୀର ଅବକାରୀ ଦୁର୍ନୀତି ମାମଲାରେ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ରିଲିଫ ଦେବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ଏହି ପ୍ରସଙ୍ଗରେ...

ଇତିହାସରେ ପ୍ରଥମଥର ୪୦୦ରୁ କମ୍‌ ଆସନରେ ଲୋକ ସଭା ନିର୍ବାଚନ ଲଢୁଛି କଂଗ୍ରେସ

ନୂଆଦିଲ୍ଲୀ,୧୫।୪: ଦୀର୍ଘ ସମୟ ଧରି କ୍ଷମତାରେ ରହିଆସିଥିବା ତଥା ଦେଶର ସର୍ବ ପୁରାତନ ଦଳ ହୋଇଥିବା କଂଗ୍ରେସ ଏହାର ନିର୍ବାଚନ ଇତିହାସରେ ସର୍ବନିମ୍ନ ସଂଖ୍ୟକ ଆସନରେ...

ରାହୁଲ ଗାନ୍ଧୀଙ୍କ ହେଲିକପ୍ଟର ଯାଞ୍ଚ କଲେ ନିର୍ବାଚନ ଅଧିକାରୀ

ଚେନ୍ନାଇ,୧୫।୪: ସୋମବାର ନିର୍ବାଚନ ଅଧିକାରୀମାନେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ହେଲିକପ୍ଟରର ଯାଞ୍ଚ କରିଛନ୍ତି। ହେଲିକପ୍ଟର ଅବତରଣ କରିବା ପରେ ଫ୍ଲାଇଙ୍ଗ ସ୍କ୍ୱାଡ଼ ଅଧିକାରୀମାନେ ଖୋଜାଖୋଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri