Posted inଜାତୀୟ

‘ବ୍ରେକ୍‌ଫାଷ୍ଟ ମିଟିଂ’ ଡାକିଲେ ମୁଖ୍ୟମନ୍ତ୍ରୀ: ପହଞ୍ଚିଲେନି ବିକ୍ରମଦିତ୍ୟ ସିଂ

ଶିମଲା,୨୯।୨: ହିମାଚଳରେ ରାଜନୈତିକ ଝଡ ଧୀରେ ଧୀରେ ଶାନ୍ତ ହେବାକୁ ଲାଗୁଛି। ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କ ତରଫରୁ ଗୁରୁବାର ଶିମଲାରେ ସମସ୍ତ କଂଗ୍ରେସ ବିଧାୟକଙ୍କ ‘ବ୍ରେକ୍‌ଫାଷ୍ଟ ମିଟିଂ’ ଡକାଯାଇଛି। ଡେପୁଟି ସିଏମ ମୁକେଶ ଅଗ୍ନିହୋତ୍ରୀ ମଧ୍ୟ ସିଏମଙ୍କ ସରକାରୀ ବାସଭବନରେ ଅନୁଷ୍ଠିତ ଏହି ବୈଠକରେ ପହଞ୍ଚିଛନ୍ତି। ଏପର୍ଯ୍ୟନ୍ତ ୧୨ ଜଣ ବିଧାୟକ ଏହି ବୈଠକରେ ପହଞ୍ଚି ନାହାଁନ୍ତି। କଂଗ୍ରେସ ବିଧାୟକ ବିକ୍ରମଦିତ୍ୟ ସିଂ ମଧ୍ୟ ଏହି ବୈଠକରେ ଯୋଗ ଦେଇନାହାଁନ୍ତି, ବର୍ତ୍ତମାନ ସେ ତାଙ୍କ ବାସଭବନରେ ଅଛନ୍ତି। ତାଙ୍କର ସମର୍ଥ ବିଧାୟକମାନେ ମଧ୍ୟ ବୈଠକରେ ପହଞ୍ଚି ନାହାଁନ୍ତି।
ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କ ଦ୍ୱାରା ଡକାଯାଇଥିବା ବୈଠକ ସମ୍ପର୍କରେ ବିଧାୟକ ଆଶିଷ ପଟେଲ କହିଛନ୍ତି ଯେ, ଏହା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ, ଆସନ୍ତୁ ଦେଖିବା କଣ ହେଉଛି।
ସମସ୍ତ ବିଧାୟକଙ୍କୁ ସିଏମ ସୁଖୁ ଡକାଇଛନ୍ତି। କିନ୍ତୁ ବିକ୍ରମଦିତ୍ୟ ସିଂ ବୈଠକକୁ ଯିବା ପରିବର୍ତ୍ତେ ତାଙ୍କ ବାସଭବନରେ ରହିଛନ୍ତି। ଏକତା ଦେଖାଇବାକୁ ତାଙ୍କ ସମର୍ଥକମାନେ ଫୁଲ ସହିତ ତାଙ୍କ ବାସଭବନରେ ପହଞ୍ଚୁଛନ୍ତି। ତାଙ୍କ ସମର୍ଥକମାନେ କହିଛନ୍ତି ଯେ, ବିକ୍ରମଦିତ୍ୟ ସିଂଙ୍କ ପ୍ରତି ଅନ୍ୟାୟ କରାଯାଇଛି। ଭବିଷ୍ୟତରେ ସେମାନେ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବାକୁ ଚାହାଁନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri