‘ଓଏମ୍‌ଜି-୨’ ରିଲିଜ୍‌ରେ ବ୍ରେକ୍‌

ମୁମ୍ବାଇ: ବର୍ତ୍ତମାନ ସମୟରେ ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ ‘ଓଏମ୍‌ଜି-୨’କୁ ନେଇ ଚର୍ଚ୍ଚା ଲାଗିରହିଛି। ଫିଲ୍ମ ‘ଆଦିପୁରୁଷ’ର ବିବାଦୀୟ ଡାଇଲଗ୍‌ ପରେ ସେନ୍ସର ବୋର୍ଡ ଅତ୍ୟନ୍ତ ସତର୍କ ହୋଇପଡ଼ିଛି। କୌଣସି ବି ଫିଲ୍ମ ଯାହା ଭଗବାନଙ୍କ ସମ୍ବନ୍ଧୀୟ ତାକୁ ବିନା ଯାଞ୍ଚରେ ପ୍ରେକ୍ଷାଳୟକୁ ଛଡ଼ାଯିବନି ବୋଲି ନିଷ୍ପତ୍ତି ନେଇଛି। ଏପରି ସତର୍କତା ପାଇଁ ସେନ୍ସର ବୋର୍ଡ ନିକଟରେ ଅକ୍ଷୟଙ୍କ ଫିଲ୍ମ ‘ଓଏମ୍‌ଜି-୨’ ରିଲିଜ୍‌ରେ ରୋକ୍‌ ଲଗାଇଛି। ଏଥିପାଇଁ ସେନ୍ସର ବୋର୍ଡ ଫିଲ୍ମକୁ ରିଭ୍ୟୁ କମିଟି ପାଖକୁ ପଠାଇଛି। ରିଭ୍ୟୁ କମିଟିର ନିଷ୍ପତ୍ତି ପରେ ସିନେମା ପ୍ରେକ୍ଷାଳୟକୁ ଯିବ କି ନାହିଁ ତାହା ଜଣାପଡ଼ିବ। କିନ୍ତୁ ଫିଲ୍ମକୁ ଏ ପର୍ଯ୍ୟନ୍ତ ବ୍ୟାନ୍‌ କରାଯାଇନାହିଁ। ଏଥିରେ ବ୍ୟବହୃତ ହୋଇଥିବା ସମସ୍ତ ଡାଇଲଗ୍‌ରେ ଯେପରି ଭଗବାନଙ୍କୁ ଅପମାନିତ କରା ନ ଯାଏ, ତା’ର ଯାଞ୍ଚ କରାଯିବ। ପୂର୍ବରୁ ରିଲିଜ୍‌ ହୋଇଥିବା ଫିଲ୍ମ ‘ଆଦିପୁରୁଷ’ର ପୋଷାକ ଏବଂ ଡାଇଲଗ୍‌କୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଯେଉଁଥିରେ ରାମାୟଣଙ୍କୁ ଭିନ୍ନ ଭାବରେ ଦର୍ଶାଯାଇଛି। ୨୦୧୨ରେ ରିଲିଜ୍‌ ହୋଇଥିବା ‘ଓଏମ୍‌ଜି’ରେ ଅକ୍ଷୟଙ୍କ ସହ ପରେଶ ରାୱଲଙ୍କୁ ଦେଖିବାକୁ ମିଳିଥିଲା। ସେଥିରେ ଅକ୍ଷୟ କୃଷ୍ଣଙ୍କ ଚରିତ୍ରରେ ନଜରକୁ ଆସିଥିବାବେଳେ ପରେଶ ଜଣେ ଭଗବାନଙ୍କ ମୂର୍ତ୍ତି ବିକାଳି ଭୂମିକାରେ ନଜରକୁ ଆସିଥିଲେ। ମୁଭିରେ ପରେଶ ଭଗବାନଙ୍କୁ ମାନୁ ନ ଥିଲେ। ଯାହା ଆଧ୍ୟାତ୍ମିକ କମେଡି ଡ୍ରାମାକୁ ନେଇ ଚିତ୍ରଣ କରାଯାଇଥିଲା। ‘ଓଏମ୍‌ଜି-୨’ର ଏକ ଟିଜର ଜୁଲାଇ ୧୧ରେ ରିଲିଜ୍‌ ହୋଇଥିଲା। ଟିଜର ଆରମ୍ଭରୁ ମୁଖ୍ୟ ଚରିତ୍ରରେ ଥିବା ପଙ୍କଜ ତ୍ରିପାଠୀଙ୍କ ଭଏସ ଶୁଣିବାକୁ ମିଳିଥିଲା। ସେ କହିଛନ୍ତି, ଜଣେ ଭଗବାନ କି ନାହିଁ ଆସ୍ତିକ ଏବଂ ନାସ୍ତିକ ମଣିଷ କହିଦେଇପାରିବ। ହେଲେ ଭଗବାନ ନିଜ ସୃଷ୍ଟିର କେଉଁ ମଣିଷଙ୍କ ପ୍ରତି ଭେଦଭାବ କରନ୍ତିନି। ଏହାପରେ ଅକ୍ଷୟ ଈଶ୍ୱରଙ୍କ ଉପରେ ଭରସା ରଖେ, ତୁମେ ଶିବଙ୍କ ଦାସ ବୋଲି କହିଥିଲେ। ତେବେ ମୁଭିରେ ୟାମି ଗୌତମ ଜଣେ ଆଇନଜୀବୀ ଭୂମିକାରେ ନଜରକୁ ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ୪ ଗେଟ୍‌ ଖୋଲିଲା ହୀରାକୁଦ

ସମ୍ବଲପୁର,୧୩ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବନ୍ୟା ଜଳ ପ୍ରବେଶ ପରିମାଣର ବୃଦ୍ଧି ପାଇଛି। ଏହାସହ ଜଳଭଣ୍ଡାରର…

ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ, ସନ୍ଦେହ ଘେରରେ ଘରମାଲିକ

ତୁମୁଡ଼ିବନ୍ଧ,୧୩ା୯(ଦୀପକ କୁମାର ପରାସେଠ): ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ। ଏପରି ଏକ ସମ୍ବେଦନଶୀଳ ତଥା ଅମାନୁଷିକ ଘଟଣା କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ…

‘ଗାଡ଼ି ଗଭୀର ଖାଲ ଆଡ଼କୁ ମାଡ଼ିଚାଲିଛି; ବ୍ରେକ ଲଗାଇବାର ସମୟ ଆସିଯାଇଛି’ AIକୁ ନେଇ ଆମେରିକୀୟ ଆଇନ ପ୍ରଣେତାଙ୍କ ଚେତାବନୀ

ଓ୍ବାଶିଂଟନ,୧୩।୯: ଆମେରିକାର ସିନେଟର ବର୍ନି ସାଣ୍ଡର୍ସ ରବିବାର କହିଛନ୍ତି ଯେ AI (କୃତ୍ରିମ ବୁଦ୍ଧିମତ୍ତା) ବିକାଶର ଗତି ମନ୍ଥର କରିବା ପାଇଁ ଡାରିଓ ଆମୋଡେଇ, ସାମ ଅଲ୍ଟମ୍ୟାନ…

ୟୁଏଇରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶା ପାଇଁ ଆଣିଛନ୍ତି ଖୁସିଖବର, କହିଲେ ଏଥର ଆମ…

ଭୁବନେଶ୍ୱର,୧୩ା୯: ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ସାରି ରବିବାର ଓଡ଼ିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଆଜି…

ଘର କାମ ସାରି ବାହାରେ ଥିବାବେଳେ ଯୁବକଙ୍କୁଦୁଇ ରାଉଣ୍ଡ ଗୁଳି

ସୋରଡ଼ା, ୧୩।୯ (ରଜନୀ ମହାପାତ୍ର): ଗଞ୍ଜାମ ଜିଲାର ବଡ଼ଗଡ଼ ଥାନା ଅଧୀନ ଯୋଡ଼ାବନ୍ଧ ଛକ ନିକଟରେ ଗୁଳିକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ…

ନୂଆଁଖାଇରେ ସମ୍ବଲପୁରୀ ଲୁଗାର କ୍ରେଜ୍‌, ବଢ଼ୁଛି ବେପାର: ବଜାରରେ ଜମୁଛି ଭିଡ଼

ଅମରପାଲି, ୧୩/୯ (ପୀତାମ୍ବର ସାହୁ): ନୂଆଁଖାଇ ପର୍ବକୁ ଆଉ କିଛି ଦିନ ବାକି ଥିବାବେଳେ ପଶ୍ଚିମ ଓଡ଼ିଶାର ବଜାରରେ ଦେଖାଦେଇଛି ଉତ୍ସବର ରଙ୍ଗ। ନୂଆଁଖାଇରେ ନୂଆ ପୋଷାକ…

ବିରଳ ପ୍ରଜାତିର ସବୁଜ ଶାମୁକା, ଏଥିରୁ ପ୍ରସ୍ତୁତ ହୁଏ ବିଭିନ୍ନ ରୋଗର ମହୌଷଧି

ମହାକାଳପଡ଼ା,୧୩ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ନୀଳ ଜଳରାଶିର ସାମୁଦ୍ରିକ ବିରଳ ସବୁଜ ଶାମୁକା ଅନ୍ୟତମ। ଗହୀରମଥା ଅଞ୍ଚଳର…

ଚାଲିଗଲେ ହରି ନନା, ହାଣ୍ଡିରେ ରହିଗଲା ସ୍ୱାଦ: ଆଉ ମିଳିବନି…

ବଡ଼ଗାଁ, ୧୩।୯ (ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଓ ଆଖପାଖ ଅଞ୍ଚଳରେ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତି ପାଇଁ ବେଶ୍‌ ପରିଚିତ ରୋଷେୟା ହରିହର ବିଶି (୬୨)ଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?