Categories: ଜାତୀୟ

ଉପାସରେ ଅନ୍ନଦାତା: ଜିଦ୍‌ରେ ଅଟଳ କେନ୍ଦ୍ର ସରକାର, ରାଜନୈତିକ କାଦୁଅ ଫିଙ୍ଗା ଜୋରଦାର୍‌

ନୂଆଦିଲ୍ଲୀ,୧୪।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଦେଶବ୍ୟାପୀ ଅନ୍ନଦାତାଙ୍କ ଆନ୍ଦୋଳନ ୧୯ ଦିନରେ ପହଞ୍ଚିଛି। ସରକାରଙ୍କ ଉପରେ ଚାପ ବୃଦ୍ଧି କରିବା ଲାଗି ଅନ୍ନଦାତାମାନେ ସୋମବାର ସକାଳ ୮ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଉପାସରେ ବସି ରହିଛନ୍ତି। ଅନ୍ନଦାତାଙ୍କୁ ସମର୍ଥନ କରି ଆମ ଆଦ୍‌ମୀ ପାର୍ଟି ପକ୍ଷରୁ ମଧ୍ୟ ୯ ଘଣ୍ଟିଆ ଅନଶନ କରାଯାଇଛି। କେନ୍ଦ୍ର ସରକାର ଜିଦ୍‌ରେ ଅଟଳ ରହିଛନ୍ତି। ଏପରିସ୍ଥଳେ ସରକାରଙ୍କୁ ଏବେ ବିରୋଧୀଙ୍କ ପକ୍ଷରୁ ଘେରିବା ଉଦ୍ୟମ ଆରମ୍ଭ ହୋଇଛି। ଚାଷୀ ସଂଗଠନ ସଦସ୍ୟ ରାଜରାସ୍ତାରେ ଶୀତ କାକରରେ ଭୋକଉପାସରେ ପଡ଼ି ରହିଥିବାବେଳେ ସେମାନଙ୍କ ସମସ୍ୟାର ସମାଧାନ ପରିବର୍ତ୍ତେ ଏହାକୁନେଇ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ କାଦୁଅ ଫିଙ୍ଗା ଜୋରଦାର ହେବାରେ ଲାଗିଛି। ଅନ୍ନଦାତାଙ୍କୁ ଅଟକାଇବା ପାଇଁ ବଜ୍ର ବାହନ ସହିତ ସୁସଜ୍ଜିତ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ଏହା ବହୁ ବୁଦ୍ଧିଜୀବିଙ୍କୁ ବ୍ୟଥିତ କରୁବାରେ ଲାଗିଛି। ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ସଂଶୋଧନ ପ୍ରସ୍ତାବକୁ ଚାଷୀ ସଂଗଠନ ପୂର୍ବରୁ ଅଗ୍ରାହ୍ୟ କରିଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଏହାକୁ ଉଠାଇ ନେବା ଆବଶ୍ୟକ ବୋଲି ବିରୋଧୀ କହିଛନ୍ତି।

Share