ଭଞ୍ଜନଗର,୬।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାଇ ଗୁରୁକୂଳ ଆବାସିକ ବିଦ୍ୟାଳୟରେ ଶନିବାର ବନ ମହୋତ୍ସବ ସପ୍ତାହ ଅବସରରେ ଚାରା ରୋପଣ ହୋଇଥିଲା। ଏହି ଅବସରରେ ରୋଟି ତିଆରି ମେସିନ ମଧ୍ୟ ଉଦ୍ଘାଟିତ ହୋଇଥିଲା । ରାତିରେ ଛାତ୍ରୀଛାତ୍ର ମାନେ ଭାତ ବଦଳରେ ରୋଟି ଖାଇଲେ ଅଧିକ ସମୟ ପାଠ ପଢିବା ପାଇଁ ଆଗ୍ରହ ସୃଷ୍ଟି ହେବ। ଏଥିସହ ଭାତ ଅପେକ୍ଷା ରୋଟିରେ ଅଧିକ ଭିଟାମିନ ଅଛି। ତେଣୁ ବିଦ୍ୟାଳୟରେ ପଢୁଥିବା ଶତାଧିକ ଛାତ୍ରୀଛାତ୍ରଙ୍କୁ ରୋଟି ଖାଦ୍ୟ ପ୍ରତି ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟ ନେଇ ଏହି ମେସିନ ଉଦ୍ଘାଟିତ ହୋଇଛି ବୋଲି ବିଦ୍ୟାଳୟ ଚେୟାରମ୍ୟାନ ଅଜିତ ଶତପଥି କହିଛନ୍ତି। ଏଥିସହ ବାହାର ଲୋକ ଚାହିଁଲେ ଗୋଟିଏ ରୋଟି ପିଛା ୩ ଟଙ୍କା ଦେଇ କିଣି ନେଇପାରିବେ । ଆୟୋଜିତ ସଭାରେ ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଡ଼ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ, ଉପଦେଷ୍ଟା ଶୁଳପାଣି ଶତପଥି, ସନ୍ତୋଷ ଜେନା, ସିମାଞ୍ଚଳ ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଚାରା ରୋପଣ କରିବା ସହ ନୂତନ ମେଶିନକୁ ଉଦ୍ଘାଟିତ କରିଥିଲେ।


