ଇରାନରେ ରୁଟି ହେଲା ମହଙ୍ଗା, ଅଟା ଦାମରେ ୩୦୦ ପ୍ରତିଶତ ବୃଦ୍ଧି…

ତେହେରାନ୍‌, ୧୫।୫ : ଖାଦ୍ୟ ସାମଗ୍ରୀର ଦରଦାମ ବୃଦ୍ଧି ନେଇ ଇରାନର ବିଭିନ୍ନ ସହରରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଦେଶର ଦକ୍ଷିଣ-ପଶ୍ଚିମ ଦେଶରେ ପ୍ରଦର୍ଶନ ସମୟରେ ଜଣଙ୍କର ମୃତ୍ୟୁ ଘଟିଛି। ଗତ ସପ୍ତାହରେ ଆମଦାନୀ ହୋଇଥିବା ଗହମ ପାଇଁ ରାଜ୍ୟ ସବସିଡି ହ୍ରାସ ପାଇବା ପରେ ଇରାନରେ ବିଭିନ୍ନ ପ୍ରକାରର ଅଟା ଭିତ୍ତିକ ଖାଦ୍ୟର ଦାମ ୩୦୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି।

ଏହାକୁ ନେଇ ବିରୋଧ ପ୍ରଦର୍ଶନ କରାଯାଉଛି।
ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ସରକାଙ୍କେ ପକ୍ଷରୁ ଖାଇବା ତେଲ ଏବଂ ଦୁଗ୍ଧଜାତ ଦ୍ରବ୍ୟ ଭଳି ମୌଳିକ ସାମଗ୍ରୀର ମୂଲ୍ୟ ବୃଦ୍ଧି କରାଯାଇଛି। ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ଭିଡିଓ ଅନୁଯାୟୀ, ଇରାନର ଉତ୍ତର ସହର ରାଶଟ, କେନ୍ଦ୍ରୀୟ ସହର ଫରସାନ ଏବଂ ଉତ୍ତର-ପୂର୍ବ ସହର ନେଶାବୁରରେ ଏନେଇ ବିରୋଧ ପ୍ରଦର୍ଶନ କରାଯାଇଥିଲା। ରଏଟର୍ସ ଏକ ଭିଡିଓ ଶେୟାର କରିଛି ଯେଉଁଥିରେ ବିକ୍ଷୋଭକାରୀମାନେ ଚିତ୍କାର କରି କହୁଛନ୍ତି ରାଇସି, ଲଜ୍ଜା କର, ଦେଶ ବାହାରକୁ ପଳାଅ! ତେବେ, ଭିଡିଓର ସତ୍ୟତାକୁ ରଏଟର୍ସ ପକ୍ଷରୁ ଯାଞ୍ଚ କରା ଯାଇନାହିଁ।

ସ୍ଥାନୀୟ ସାଂସଦ ଅହମ୍ମଦ ଆୱାଇ ଆଇଏଲଏନଏ ନ୍ୟୁଜ ଏଜେନ୍ସିକୁ କହିଛନ୍ତି ଯେ ଦକ୍ଷିଣ-ପଶ୍ଚିମ ଖୁଜେସ୍ତାନର ତୈଳ ଉତ୍ପାଦନକାରୀ ସହର ଡାଜଫୁଲରେ ପ୍ରଦର୍ଶନ ସମୟରେ ଜଣଙ୍କର ମୃତ୍ୟୁ ଘଟିଛି। ଏହା ପୂର୍ବରୁ ରାଜ୍ୟ ଗଣମାଧ୍ୟମ ରିପୋର୍ଟ କରିଥିଲା ଯେ ସୁରକ୍ଷା ବାହିନୀଙ୍କ ଦ୍ୱାରା ପ୍ରାୟ ୩୦୦ ପ୍ରଦର୍ଶନକାରୀଙ୍କୁ ଘଉଡ଼ା ଯାଇଥିଲା। ସେହିପରି ୧୫ ଜଣଙ୍କୁ ଗିରଫ କରାଯାଇଥିଲା। ମୂଲ୍ୟ ବୃଦ୍ଧିକୁ ନେଇ ଅସନ୍ତୋଷର ପ୍ରଥମ ସଙ୍କେତରେ ଇରାନ ଗଣମାଧ୍ୟମ ଗତ ସପ୍ତାହରେ ଇଣ୍ଟରନେଟ ସେବା ବ୍ୟାହତ ହୋଇଥିବା ରିପୋର୍ଟ କରିଥିଲା। ସରକାରଙ୍କ ପକ୍ଷରୁ ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ସଭା ଏବଂ ରାଲି ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ସେହିପରି ଭିଡିଓ ପ୍ରସାରିତ ନହେବା ପାଇଁ ସୋସିଆଲ ମିଡିଆରେ ଏକ ଅସ୍ଥାୟୀ ପ୍ରତିବନ୍ଧକ ଲଗାଯାଇଥିଲା।

ଇଣ୍ଟରନେଟ ବ୍ଲକ ଅବଜରଭେଟୋରୀ ନେଟବ୍ଲକ୍ସ ଶନିବାର ରିପୋର୍ଟ କରିଛି ଯେ ଇରାନର ଇଣ୍ଟରନେଟ ସେବା ପ୍ରଦାନକାରୀ ମୋବିନେଟରେ ଘଣ୍ଟା ଘଣ୍ଟା ଧରି ସେବା ବ୍ୟାହତ ହୋଇଛି। ନେଟବ୍ଲକ୍ସ ଟୁଇଟରରେ କହିଛି ଯେ ବିରୋଧ ମଧ୍ୟରେ ଇରାନରେ ଇଣ୍ଟରନେଟ ସେବା ବ୍ୟାଘାତ ହୋଇଥିବା ରିପୋର୍ଟ ହୋଇଛି। ଦେଶରେ ଦରଦାମ ବୃଦ୍ଧି ପାଇଛି। ଏଥିପାଇଁ ପଡୋଶୀ ଦେଶ ଇରାକ ଏବଂ ଆଫଗାନିସ୍ତାନରେ ସବସିଡିଯୁକ୍ତ ଅଟା ଚୋରା ଚାଲାଣକୁ ଇରାନର ଅଧିକାରୀମାନେ ଦାୟୀ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri