Posted inଜାତୀୟ

ରାହୁଲଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ

ନୂଆଦିଲ୍ଲୀ,୨୧ା୧୨: ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ଇଣ୍ଡିଆ ବ୍ଲକ୍‌ ସ୍ବାଧିକାର ଭଙ୍ଗ ନୋଟିସ ଦେଇଥିବାବେଳେ ଭାଜପା ପକ୍ଷରୁ ଶୁକ୍ରବାର କଂଗ୍ରେସ ନେତା ରାହୁଲଙ୍କ ଗାନ୍ଧୀଙ୍କ ବିରୋଧରେ ଅନୁରୂପ ପଦକ୍ଷେପ ନିଆଯାଇଛି। ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଆଗତ ପାଇଁ ବାଚସ୍ପତି ଓମ୍‌ ବିର୍ଲାଙ୍କୁ ପତ୍ର ଲେଖିଛନ୍ତି। ଶାହାଙ୍କ ସମ୍ବିଧାନ ବିତର୍କ ସମ୍ପର୍କିତ ବିବୃତିକୁ ଏଡିଟ୍‌ କରି ଏକ୍ସ’ରେ ଶେୟାର କରିଥିବାରୁ ତତ୍କାଳ ରାହୁଲଙ୍କ ଲୋକ ସଭା ସଦସ୍ୟତା ରଦ୍ଦ କରାଯାଉ ବୋଲି ଏଥିରେ ନିଶିକାନ୍ତ ଦାବି କରିଛନ୍ତି। ରାଜ୍ୟ ସଭାରେ ମଧ୍ୟ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେଙ୍କ ବିରୋଧରେ ଅନୁରୂପ ନୋଟିସ ଦିଆଯାଇଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍‌ ରିଜିଜୁ ସୂଚନା ଦେଇଛନ୍ତି। ଶାହାଙ୍କ ବିରୋଧରେ ଖାର୍ଗେ ସ୍ବାଧିକାର ଭଙ୍ଗ ନୋଟିସ ଦେବାର ଦିନକ ପରେ ତାଙ୍କ ବିରୋଧରେ ଶାସକ ପକ୍ଷ ନୋଟିସ ଦେଇଛନ୍ତି।
ନିଶିକାନ୍ତ କହିଛନ୍ତି, ରାହୁଲ ଏଭଳି ଲଜ୍ଜାଜନକ କାର୍ଯ୍ୟ ପାଇଁ ଷଡ଼ଯନ୍ତ୍ର ରଚିବାବେଳେ ଭୁଲିଯାଇଛନ୍ତି ଯେ, ଲୋକ ସଭାର ବିରୋଧୀ ଦଳ ନେତାଙ୍କଠାରୁ ଯେପରି ସମ୍ବେଦନଶୀଳ ବ୍ୟବହାର ଆଶା କରାଯାଏ, ରାହୁଲ ତାକୁ ଭୁଲି ସବୁ ସୀମା ଅତିକ୍ରମ କରିଛନ୍ତି। ସେ ସଂସଦୀୟ ସ୍ବାଧିକାରକୁ ଭଙ୍ଗ କରିଛନ୍ତି। ତେଣୁ ତାଙ୍କ ବିରୋଧରେ ଗୃହରୁ ନିଲମ୍ବନ ଭଳି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ନିଶିକାନ୍ତ ଉକ୍ତ ନୋଟିସରେ ଉଲ୍ଲେଖ କରିଛନ୍ତି। ପାର୍ଲାମେଣ୍ଟରେ ଏହାର ତଦନ୍ତ ରିପୋର୍ଟ ଦାଖଲ ନ ହେବା ପର୍ଯ୍ୟନ୍ତ ରାହୁଲଙ୍କୁ ଗୃହକୁ ପ୍ରବେଶ କରିବାକୁ ଅନୁମତି ଦିଆ ନ ଯାଉ ବୋଲି ସେ ଦାବି କରିଛନ୍ତି। ଅନ୍ୟପକ୍ଷେ ନିଶିକାନ୍ତ ଓ ପୁରୀ ଏମ୍‌ପି ସମ୍ବିତ ପାତ୍ରଙ୍କ ବିରୋଧରେ ପୂର୍ବରୁ ଦିଆଯାଇଥିବା ପ୍ରିଭିଲେଜ୍‌ ମୋଶନ ନୋଟିସ ଉପରେ ପ୍ରଥମେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି କଂଗ୍ରେସ ଏମ୍‌ପି ହିବି ଏଡେନ୍‌ ଦାବି କରିଛନ୍ତି।
ଯେ, ରାଜ୍ୟ ସଭାରେ ମଙ୍ଗଳବାର ସମ୍ବିଧାନ ସମ୍ପର୍କିତ ବିତର୍କ ବେଳେ ଶାହା ବିରୋଧୀଙ୍କୁ ଟାର୍ଗେଟ କରି କହିଥିଲେ, ଏବେ ଏକ ଫ୍ୟାଶନ୍‌ ହୋଇଯାଇଛି, ‘ଆମ୍ବେଡକର, ଆମ୍ବେଡକର, ଆମ୍ବେଡକର, ଆମ୍ବେଡକର, ଆମ୍ବେଡକର, ଆମ୍ବେଡକର। କଂଗ୍ରେସ ନେତାମାନେ ଯେତିକି ଥର ‘ଆମ୍ବେଡକର ଆମ୍ବେଡକର’ ଚିତ୍କାର କରୁଛନ୍ତି, ସେତେଥର ଭଗବାନଙ୍କ ନାମ ନେଇଥିଲେ ୭ ଜନ୍ମ ଧରି ସ୍ବର୍ଗରେ ସ୍ଥାନ ପାଇଥାଆନ୍ତେ। କଂଗ୍ରେସ ଆମ୍ବେଡକରଙ୍କ ନାମ ଧରୁଥିବାରୁ ଭାଜପା ଖୁସି, କିନ୍ତୁ ବିରୋଧୀ ଦଳ ତାଙ୍କ ପ୍ରତି ଥିବା ନିଜ ମନୋଭାବର ମଧ୍ୟ ପରିପ୍ରକାଶ କରିବା ଉଚିତ ବୋଲି ସେ କହିଥିଲେ। ଶାହାଙ୍କ ଏହି ବକ୍ତବ୍ୟ ସମ୍ବଳିତ ଭିଡିଓକୁ ଏଡିଟ୍‌ କରି ସୋସିଆଲ ମିଡିଆରେ ପ୍ରସାର କରାଯାଇଥିବା ଭାଜପା ଅଭିଯୋଗ ଆଣିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri