ବ୍ରାଜିଲ ରାଷ୍ଟ୍ରପତିଙ୍କୁ କରୋନା

ସାଓ ପାଉଲୋ,୭।୭: ବ୍ରାଜିଲ ରାଷ୍ଟ୍ରପତି ଜୈର୍‌ ବୋଲ୍‌ସୋନାରୋ କରୋନା ଆକ୍ରାନ୍ତ ହୋଇଛନ୍ତି। ମଙ୍ଗଳବାର ପରୀକ୍ଷା ରିପୋର୍ଟରେ ତାଙ୍କର ପଜିଟିଭ୍‌ ଆସିଛି। ରବିବାର ତାଙ୍କୁ ସାମାନ୍ୟ ଜ୍ୱର ଆସିବା ପରେ ସେ କରୋନା ପରୀକ୍ଷା କରିଥିଲେ। ଏବେ ସେ ସୁସ୍ଥ ଥିବା ଜଣାପଡ଼ିଛି। ଏଠାରେ ସୂଚନାଯୋଗ୍ୟ ଯେ, ଆମେରିକା ପରେ ବ୍ରାଜିଲ ବିଶ୍ୱର ଦ୍ୱିତୀୟ ସର୍ବାଧିକ କରୋନା ଆକ୍ରାନ୍ତ ଦେଶ ଭାବେ ଉଭାହୋଇଛି। ଏଠାରେ ୧୬.୨୮ ଲକ୍ଷରୁ ଊର୍ଦ୍ଧ୍ୱ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୬୫,୬୩୧ ଜଣଙ୍କ ଜୀବନ ଗଲାଣି।

Share