Posted inଖେଳ

ବିଜୟ ସହ ବ୍ରାଜିଲର ଅଭିଯାନ ଆରମ୍ଭ

ଭୁବନେଶ୍ୱର, ୧୨।୧୦(କ୍ରୀଡ଼ା ପ୍ରତିନିଧି): ଭାରତ ଓ ଓଡ଼ିଶାରେ ପ୍ରଥମଥର ପାଇଁ ଆରମ୍ଭ ହୋଇଛି ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ। କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ମରକ୍କୋକୁ ୧-୦ ଗୋଲରେ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି ଟାଇଟଲ ଫେଭ୍‌ରାଇଟ ବ୍ରାଜିଲ। ମ୍ୟାଚର ୫ମ ମିନିଟରେ ବ୍ରାଜିଲର ୯ ନମ୍ବର ଜର୍ସି ପରିହିତ ଖେଳାଳି ଜନସନ ସ୍କୋର କରିଥିବା ଗୋଲଟି ଶେଷରେ ନିର୍ଣ୍ଣାୟକ ହୋଇଥିଲା। ମ୍ୟାଚରେ ଉଭୟ ମରକ୍କୋ ଓ ବ୍ରାଜିଲ ୪-୫-୧ ଷ୍ଟାର୍ଟିଂ ଲାଇନ୍‌ଅପ୍‌ ନେଇ ଖେଳିଥିଲେ। ମ୍ୟାଚରେ ବଲ ମରକ୍କୋ ନିୟନ୍ତ୍ରଣରେ ୩ ଓ ବ୍ରାଜିଲ ନିୟନ୍ତ୍ରଣରେ ୬୬ ପ୍ରତିଶତ ରହିଥିଲା। ପ୍ରତିପକ୍ଷ ଗୋଲପୋଷ୍ଟକୁ ବ୍ରାଜିଲ ୧୮ଟି ଏବଂ ମରକ୍କୋ ୪ଟି ଶଟ୍‌ ମାରିଥିଲା। ଏଥିରୁ ବ୍ରାଜିଲ ଗୋଟିଏ ଗୋଲ କରିବାରେ ସକ୍ଷମ ହୋଇଥିଲା। ମରକ୍କୋ ୨ଟି କର୍ନର ପାଇଥିବାବେଳେ ବ୍ରାଜିଲ ୮ଟି କର୍ନର ଶଟ୍‌ ମାରିଥିଲା। ଫାଉଲ୍‌ କ୍ଷେତ୍ରରେ ମଧ୍ୟ ବ୍ରାଜିଲ ଆଗରେ ରହିଥିଲା। ଏହି ସଂଖ୍ୟା ମରକ୍କୋର ୯ ଓ ବ୍ରାଜିଲର ୧୨ ରହିଥିଲା। ଆକ୍ରମଣାତ୍ମକ ପ୍ରଦର୍ଶନ କ୍ଷେତ୍ରରେ ଉଭୟ ପ୍ରାୟତଃ ସମକକ୍ଷ ପ୍ରଦର୍ଶନ କରିଥିଲେ। ମରକ୍କୋ ୨୫ ଓ ବ୍ରାଜିଲ ୨୭ ପ୍ରତିଶତ ଆକ୍ରମଣ କରି ଖେଳିଥିଲା। ଉଭୟ ଦଳର ଖେଳାଳି ଗୋଟିଏ ଲେଖାଏ ହଳଦିଆ କାର୍ଡ ପାଇଥିଲେ।
ମ୍ୟାଚର ପ୍ରଥମ ମିନିଟରେ ଆକ୍ରମଣ କରିଥିଲା ମରକ୍କୋ। ୧ମ ମିନିଟରେ ମାସନାଉ ସମୟା ଶୁଟ୍‌ କରିଥିବା ଶଟ୍‌କୁ ବ୍ରାଜିଲ ଗୋଲ କିପର ଅଟକାଇ ଦେଇଥିଲେ। ମାତ୍ର ତତ୍‌କ୍ଷଣାତ ବ୍ରାଜିଲ ପ୍ରତିଆକ୍ରମଣ କରିଥିଲା। ୩ୟ ମିନିଟରେ ଜନସନଙ୍କ ଶଟ୍‌କୁ ମରକ୍କୋ ଗୋଲକିପର ରୋକିଥିଲେ। ତେବେ ୫ମ ମିନିଟରେ ଲାରାଙ୍କଠାରୁ ପାଇଥିବା ଶଟ୍‌କୁ ବାମ ପଟରୁ ଗୋଲରେ ପରିଣତ କରିବାରେ ସକ୍ଷମ ହୋଇଥିଲେ ଜନସନ। ୪୦ତମ ମିନିଟରେ ମରକ୍କୋର ୟାଶମିନ ଜୋଉହିରଙ୍କୁ ୟେଲୋ କାର୍ଡ ବ୍ୟତୀତ ପ୍ରଥମାର୍ଦ୍ଧରେ ଆଉ ସେପରି କିଛି ଘଟଣା ଘଟି ନ ଥିଲା। ବ୍ରାଜିଲ ୧-୦ ଗୋଲରେ ଅଗ୍ରଣୀ ରହିଥିଲା। ଲୋ ର଼୍ୟାଙ୍କ୍‌ପ୍ରାପ୍ତ ଦଳ ହୋଇଥିଲେ ହେଁ ମରକ୍କୋ ଶକ୍ତିଶାଳୀ ବ୍ରାଜିଲକୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲା।
ଦ୍ୱିତୀୟାର୍ଦ୍ଧ ଆରମ୍ଭରେ ବ୍ରାଜିଲ ଆକ୍ରମଣକୁ ଜୋରଦାର କରିଥିଲା। ୪୯ତମ ମିନିଟରେ ଆନା ଜୁଲିଆ ଗୋଲ ଉଦ୍ୟମ କରିଥିଲେ ହେଁ ମରକ୍କୋ ଗୋଲକିପର ଦୋର୍ବାଲି ଲୋଇସା ବଲ୍‌କୁ ବାହାରକୁ ପଠାଇ ଦେବାରେ ସକ୍ଷମ ହୋଇଥିଲେ। ୫୬ତମ ମିନିଟରେ ଜନସନ ଓ ୫୭ତମ ମିନିଟରେ ଗୁଟାଙ୍କ ପ୍ରୟାସକୁ ମଧ୍ୟ ଲୋଇସା ସଫଳତାର ସହ ରୋକିଥିଲେ। ମରକ୍କୋ ପକ୍ଷରୁ ମଧ୍ୟ ଏକାଧିକ ପ୍ରୟାସ ହୋଇଥିଲା। ମାତ୍ର କୌଣସି ଦଳ ଆଉ ଗୋଲ କରିପାରି ନ ଥିଲେ। ମୋଟାମୋଟି ଭାବେ ଗୋଟିଏ ଗୋଲ ବରଣ କରିଥିଲେ ହେଁ ମରକ୍କୋ ଭଲ ଖେଳିଥିଲା। ଅନ୍ୟପକ୍ଷରେ ପ୍ରତିଷ୍ଠା ଅନୁସାରେ ବ୍ରାଜିଲ ପ୍ରଦର୍ଶନ କରିପାରି ନ ଥିଲା। ଦଳ ବିଜୟୀ ହୋଇଥିବାରୁ ଖୁସି ଆସିଥିଲେ ହେଁ ଦଳର ପ୍ରଦର୍ଶନରେ ସନ୍ତୁଷ୍ଟ ହୋଇ ନ ଥିଲେ ମୁଖ୍ୟ କୋଚ୍‌ ସିମୋନି। ଏକାଧିକ ସୁଯୋଗ ହାତଛଡ଼ା ହେଲା, ତେବେ ଆଗାମୀ ମ୍ୟାଚରେ ଦଳ ଉନ୍ନତ ପ୍ରଦର୍ଶନ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?