Posted inଖେଳ

ବିଜୟ ସହ ବ୍ରାଜିଲର ଅଭିଯାନ ଆରମ୍ଭ

ଭୁବନେଶ୍ୱର, ୧୨।୧୦(କ୍ରୀଡ଼ା ପ୍ରତିନିଧି): ଭାରତ ଓ ଓଡ଼ିଶାରେ ପ୍ରଥମଥର ପାଇଁ ଆରମ୍ଭ ହୋଇଛି ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ। କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ମରକ୍କୋକୁ ୧-୦ ଗୋଲରେ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି ଟାଇଟଲ ଫେଭ୍‌ରାଇଟ ବ୍ରାଜିଲ। ମ୍ୟାଚର ୫ମ ମିନିଟରେ ବ୍ରାଜିଲର ୯ ନମ୍ବର ଜର୍ସି ପରିହିତ ଖେଳାଳି ଜନସନ ସ୍କୋର କରିଥିବା ଗୋଲଟି ଶେଷରେ ନିର୍ଣ୍ଣାୟକ ହୋଇଥିଲା। ମ୍ୟାଚରେ ଉଭୟ ମରକ୍କୋ ଓ ବ୍ରାଜିଲ ୪-୫-୧ ଷ୍ଟାର୍ଟିଂ ଲାଇନ୍‌ଅପ୍‌ ନେଇ ଖେଳିଥିଲେ। ମ୍ୟାଚରେ ବଲ ମରକ୍କୋ ନିୟନ୍ତ୍ରଣରେ ୩ ଓ ବ୍ରାଜିଲ ନିୟନ୍ତ୍ରଣରେ ୬୬ ପ୍ରତିଶତ ରହିଥିଲା। ପ୍ରତିପକ୍ଷ ଗୋଲପୋଷ୍ଟକୁ ବ୍ରାଜିଲ ୧୮ଟି ଏବଂ ମରକ୍କୋ ୪ଟି ଶଟ୍‌ ମାରିଥିଲା। ଏଥିରୁ ବ୍ରାଜିଲ ଗୋଟିଏ ଗୋଲ କରିବାରେ ସକ୍ଷମ ହୋଇଥିଲା। ମରକ୍କୋ ୨ଟି କର୍ନର ପାଇଥିବାବେଳେ ବ୍ରାଜିଲ ୮ଟି କର୍ନର ଶଟ୍‌ ମାରିଥିଲା। ଫାଉଲ୍‌ କ୍ଷେତ୍ରରେ ମଧ୍ୟ ବ୍ରାଜିଲ ଆଗରେ ରହିଥିଲା। ଏହି ସଂଖ୍ୟା ମରକ୍କୋର ୯ ଓ ବ୍ରାଜିଲର ୧୨ ରହିଥିଲା। ଆକ୍ରମଣାତ୍ମକ ପ୍ରଦର୍ଶନ କ୍ଷେତ୍ରରେ ଉଭୟ ପ୍ରାୟତଃ ସମକକ୍ଷ ପ୍ରଦର୍ଶନ କରିଥିଲେ। ମରକ୍କୋ ୨୫ ଓ ବ୍ରାଜିଲ ୨୭ ପ୍ରତିଶତ ଆକ୍ରମଣ କରି ଖେଳିଥିଲା। ଉଭୟ ଦଳର ଖେଳାଳି ଗୋଟିଏ ଲେଖାଏ ହଳଦିଆ କାର୍ଡ ପାଇଥିଲେ।
ମ୍ୟାଚର ପ୍ରଥମ ମିନିଟରେ ଆକ୍ରମଣ କରିଥିଲା ମରକ୍କୋ। ୧ମ ମିନିଟରେ ମାସନାଉ ସମୟା ଶୁଟ୍‌ କରିଥିବା ଶଟ୍‌କୁ ବ୍ରାଜିଲ ଗୋଲ କିପର ଅଟକାଇ ଦେଇଥିଲେ। ମାତ୍ର ତତ୍‌କ୍ଷଣାତ ବ୍ରାଜିଲ ପ୍ରତିଆକ୍ରମଣ କରିଥିଲା। ୩ୟ ମିନିଟରେ ଜନସନଙ୍କ ଶଟ୍‌କୁ ମରକ୍କୋ ଗୋଲକିପର ରୋକିଥିଲେ। ତେବେ ୫ମ ମିନିଟରେ ଲାରାଙ୍କଠାରୁ ପାଇଥିବା ଶଟ୍‌କୁ ବାମ ପଟରୁ ଗୋଲରେ ପରିଣତ କରିବାରେ ସକ୍ଷମ ହୋଇଥିଲେ ଜନସନ। ୪୦ତମ ମିନିଟରେ ମରକ୍କୋର ୟାଶମିନ ଜୋଉହିରଙ୍କୁ ୟେଲୋ କାର୍ଡ ବ୍ୟତୀତ ପ୍ରଥମାର୍ଦ୍ଧରେ ଆଉ ସେପରି କିଛି ଘଟଣା ଘଟି ନ ଥିଲା। ବ୍ରାଜିଲ ୧-୦ ଗୋଲରେ ଅଗ୍ରଣୀ ରହିଥିଲା। ଲୋ ର଼୍ୟାଙ୍କ୍‌ପ୍ରାପ୍ତ ଦଳ ହୋଇଥିଲେ ହେଁ ମରକ୍କୋ ଶକ୍ତିଶାଳୀ ବ୍ରାଜିଲକୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲା।
ଦ୍ୱିତୀୟାର୍ଦ୍ଧ ଆରମ୍ଭରେ ବ୍ରାଜିଲ ଆକ୍ରମଣକୁ ଜୋରଦାର କରିଥିଲା। ୪୯ତମ ମିନିଟରେ ଆନା ଜୁଲିଆ ଗୋଲ ଉଦ୍ୟମ କରିଥିଲେ ହେଁ ମରକ୍କୋ ଗୋଲକିପର ଦୋର୍ବାଲି ଲୋଇସା ବଲ୍‌କୁ ବାହାରକୁ ପଠାଇ ଦେବାରେ ସକ୍ଷମ ହୋଇଥିଲେ। ୫୬ତମ ମିନିଟରେ ଜନସନ ଓ ୫୭ତମ ମିନିଟରେ ଗୁଟାଙ୍କ ପ୍ରୟାସକୁ ମଧ୍ୟ ଲୋଇସା ସଫଳତାର ସହ ରୋକିଥିଲେ। ମରକ୍କୋ ପକ୍ଷରୁ ମଧ୍ୟ ଏକାଧିକ ପ୍ରୟାସ ହୋଇଥିଲା। ମାତ୍ର କୌଣସି ଦଳ ଆଉ ଗୋଲ କରିପାରି ନ ଥିଲେ। ମୋଟାମୋଟି ଭାବେ ଗୋଟିଏ ଗୋଲ ବରଣ କରିଥିଲେ ହେଁ ମରକ୍କୋ ଭଲ ଖେଳିଥିଲା। ଅନ୍ୟପକ୍ଷରେ ପ୍ରତିଷ୍ଠା ଅନୁସାରେ ବ୍ରାଜିଲ ପ୍ରଦର୍ଶନ କରିପାରି ନ ଥିଲା। ଦଳ ବିଜୟୀ ହୋଇଥିବାରୁ ଖୁସି ଆସିଥିଲେ ହେଁ ଦଳର ପ୍ରଦର୍ଶନରେ ସନ୍ତୁଷ୍ଟ ହୋଇ ନ ଥିଲେ ମୁଖ୍ୟ କୋଚ୍‌ ସିମୋନି। ଏକାଧିକ ସୁଯୋଗ ହାତଛଡ଼ା ହେଲା, ତେବେ ଆଗାମୀ ମ୍ୟାଚରେ ଦଳ ଉନ୍ନତ ପ୍ରଦର୍ଶନ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟ ମହିଳା କ୍ରିକେଟ ଦଳ ଘୋଷିତ

ନୂଆଦିଲ୍ଲୀ, ୧୫।୫- ଇଂଲଣ୍ଡ ବିପକ୍ଷ ୭ ମ୍ୟାଚ ବିଶିଷ୍ଟ ଟୁର୍‌ ପାଇଁ ଶୁକ୍ରବାର ଭାରତୀୟ ମହିଳା କ୍ରିକେଟ ଦଳ ଘୋଷିତ ହୋଇଛି। ଶେଫାଳି ବର୍ମା ପ୍ରଥମଥରପାଇଁ...

ଟୁର୍ନାମେଣ୍ଟ ଛାଡ଼ିବାକୁ ରାଜି, ହେଲେ ଟିକା ନେବି ନାହିଁ: ଜୋକାଭିଚ୍‌

ୱାଶିଂଟନ,୧୫।୨: ଗୋଟିଏ ପଟେ ମହାମାରୀ କରୋନା ସହ ଲଢ଼ିବା ଲାଗି ଟିକାକରଣକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଟିକା ନ ନେବା ଜିଦରେ ଅଟଳ ରହିଛନ୍ତି ଟେନିସ...

ଦେଶର ଶ୍ରେଷ୍ଠ ଫୁଟ୍‌ବଲରଙ୍କ ପରଲୋକ

କୋଲକାତା, ୨୦।୩(ପି.ଟି.)- ଭାରତୀୟ ଫୁଟ୍‌ବଲର ଏକ ଯୁଗର ଅନ୍ତ ହୋଇଛି। ଦେଶର ଅନ୍ୟତମ ଶ୍ରେଷ୍ଠ ଫୁଟ୍‌ବଲ ଖେଳାଳି ୮୩ ବର୍ଷୀୟ ପି.କେ. ବାନାର୍ଜୀଙ୍କ ଶୁକ୍ରବାର ପରଲୋକ...

ସିରାଜଙ୍କ ଘାତକ ବୋଲିଂ, ଆର୍‌ସିବିର ଦମ୍‌ଦାର ବିଜୟ

ଆବୁଧାବି, ୨୨।୧୦- ପେସ୍‌ ବୋଲର ମହମ୍ମଦ ସିରାଜଙ୍କ ଘାତକ ବୋଲିଂ ସହାୟତାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଅନୁଷ୍ଠିତ ମ୍ୟାଚରେ...

କୋହଲିଙ୍କ ପାଇଁ ପ୍ରେରଣା ମେରୀକମ୍‌

ନୂଆଦିଲ୍ଲୀ, ୧୬ା୧୦ (ପି.ଟି.)-ପିତୃତ୍ୱ ଲାଭ କଲେ ଏହା ତାଙ୍କ ଖେଳକୁ ପ୍ରଭାବିତ କରିବ ନାହିଁ ତ ଏହି ଦ୍ୱନ୍ଦ୍ୱରେ ଥିଲେ ଭାରତୀୟ କ୍ରିକେଟ ଅଧିନାୟକ ବିରାଟ...

ସାମ୍ନାକୁ ଆସିଲା ବିରାଟ-ଅନୁଷ୍କାଙ୍କ ଝିଅର ପ୍ରଥମ ଫଟୋ

ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା କନ୍ୟା ସନ୍ତାନ...

ଆଇସିସି ଦିନିକିଆ ଟିମ୍‌ ର଼୍ୟାଙ୍କିଙ୍ଗ: ୩ୟ ସ୍ଥାନ ବଜାୟ ରଖିଲା ଭାରତ

ଦୁବାଇ, ୨୩ା୮: ଆଇସିସିର ଦିନିକିଆ ଟିମ୍‌ ର଼୍ୟାଙ୍କିଙ୍ଗ ପ୍ରକାଶ ପାଇଛି। ଜିମ୍ବାଓ୍ବେ ବିପକ୍ଷରେ କ୍ଲିନ ସୁଇପ୍‌ ଯୋଗୁ ଭାରତ ଏହାର ୩ୟ ସ୍ଥାନ ବଜାୟ ରଖିପାରିଛି।...

ଛକା ସହ ଅନ୍ତର୍ଜାତୀୟ କ୍ରିକେଟରେ ଏଣ୍ଟ୍ରି ମାରିଲେ ସୂର୍ଯ୍ୟକୁମାର

ଅହମ୍ମଦାବାଦ,୧୮।୩: ସୂର୍ଯ୍ୟକୁମାର ଯାଦବ ଫୁଲ ସ୍ବାଗ୍‌ରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଛନ୍ତି। ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ୍‌ର ଦ୍ବିତୀୟ ମ୍ୟାଚ୍‌ରେ ସେ ପଦାର୍ପଣ କରିଥିଲେ। କିନ୍ତୁ...

Advertisement
Archives

Model This Week