ସେନା ମୁଖ୍ୟଙ୍କୁ ବରଖାସ୍ତ କଲେ ବ୍ରାଜିଲ ରାଷ୍ଟ୍ରପତି ଲୁଲା, ବୋଲସନାରୋ ସମର୍ଥକଙ୍କ ହଙ୍ଗାମା ପରେ ନିଆଯାଇଛି ନିଷ୍ପତ୍ତି

ବ୍ରାସିଲିୟା,୨୨ ।୧: ବ୍ରାଜିଲର ରାଷ୍ଟ୍ରପତି ଲୁଇଜ ଇନସିୟୋ ଲୁଲା ଡା ସିଲଭା ଶନିବାର ଦେଶର ସେନା ମୁଖ୍ୟ, ଜୁଲିୟୋ ସିଜର ଡି ଅରୁଡାଙ୍କୁ ସେନା ମୁଖ୍ୟ ପଦରୁ ବରଖାସ୍ତ କରିଛନ୍ତି । ଶନିବାର ରାଜଧାନୀରେ ହୋଇଥିବା ହିଂସକ ପ୍ରଦର୍ଶନ ପରେ ଏହି ନିଷ୍ପତ୍ତି ନିଆଯାଇଛି ।
ଅରୁଡାଙ୍କୁ ବ୍ରାଜିଲ ପୂର୍ବତନ ରାଷ୍ଟ୍ରପତି ଜାୟରା ବୋଲସନାରୋଙ୍କ ସମର୍ଥକଙ୍କ ଦ୍ୱାରା ସରକାରୀ ବିଲଡିଂକୁ କବଜାକୁ ନେବା ମାମଲରେ ବରଖାସ୍ତ କରାଯାଇଛି ।
ବ୍ରାଜିଲର ସଶସ୍ତ୍ର ବଳଙ୍କ ଅଫିସିୟାଲ ୱେବସାଇଟ କହିଛି ଜେନରାଲ ଜୁଲିୟୋ ସିଜର ଡି ଅରୁଡାଙ୍କୁ ସେନା ମୁଖ୍ୟ ପଦରୁ ହଟାଇ ଦିଆଯାଇଛି । ତାଙ୍କ ସ୍ଥାନରେ ଜନରାଲ ଟମ୍‌ସ ମିଗୁଏଲ ରିବେରୋ ପାଇୱାଙ୍କୁ ନିଯୁକ୍ତ କରାଯାଇଛି । ମିଡିଆ ରିପୋର୍ଟ ଅନୁଯାୟୀ, ଏହା ପୂର୍ବରୁ ପାଇୱା ଦକ୍ଷିଣ ପୂର୍ବ ସେନା କମାଣ୍ଡର ମୁଖ୍ୟଥିଲେ ।

Share