ରୁଷିଆର ଏୟାର ଷ୍ଟ୍ରାଇକ୍‌ରେ ବ୍ରାଜିଲ ମଡେଲ୍‌ଙ୍କ ମୃତ୍ୟୁ

କିଭ୍‌,୭।୭: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ହୋଇଥିବା ଯୁଦ୍ଧରେ ଏପର୍ଯ୍ୟନ୍ତ ଅନେକ ଲୋକ ପ୍ରାଣ ହରାଇଛନ୍ତି। ଏଥିମଧ୍ୟରେ ଅନେକ ସାଧାରଣ ଲୋକଙ୍କ ଠାରୁ ସେନା ଏବଂ ଜଣାଶୁଣା ବ୍ୟକ୍ତି ସାମିଲ ଅଛନ୍ତି। ରୁଷିଆର ଏୟାର ଷ୍ଟ୍ରାଇକ୍‌ରେ ୟୁକ୍ରେନ ସେନାରେ ଯୋଗ ଦେଇଥିବା ୟୁକ୍ରେନର ଶାର୍ପ ଶୁଟର ତଥା ବ୍ରାଜିଲ ମଡେଲ୍‌ ଥାଲିତା ଡୋ’ଙ୍କର ମୃତ୍ୟୁ ହୋଇଛି। ଥାଲିତାଙ୍କ ସମ୍ପର୍କୀୟମାନେ ଏହି ଖବରକୁ ନିଶ୍ଚିତ କରିଛନ୍ତି।
ଜୁନ ୩୦ରେ, ରୁଷିଆ ୟୁକ୍ରେନର ଖାର୍କିଭରେ ରକେଟ ଆକ୍ରମଣ କରିଥିଲା। ରୁଷିଆ ପକ୍ଷରୁ ରକେଟ ଷ୍ଟ୍ରାଇକ ଯୋଗୁ ଥାଲିତାଙ୍କ ମୃତ୍ୟୁ ଘଟିଛି। ଏହାସହ ତାଙ୍କ ସାଥୀ ଡଗଲାସ ବର୍ଜିଓଙ୍କର ମଧ୍ୟ ଏହି ରକେଟ ଆକ୍ରମଣରେ ପ୍ରାଣ ହରାଇଥିଲେ।
ଥାଲିତା ଡୋ ବ୍ରାଜିଲର ବାସିନ୍ଦା ଥିଲେ। ମଡେଲିଂରେ କ୍ୟାରିୟର କରିବା ପରେ ସେ ଆଇନ ଅଧ୍ୟୟନ କରିଥିଲେ। ସେ ଆଇଏସଆଇଏସ ବିରୋଧରେ ଲଢେଇ କରିବାକୁ କୁର୍ଦ୍ଦିଶ ସୈନ୍ୟବାହିନୀରେ ଯୋଗ ଦେଇଥିଲେ। ମୃତ୍ୟୁର ତିନି ସପ୍ତାହ ପୂର୍ବରୁ ସେ ଯୁଦ୍ଧ ପାଇଁ ୟୁକ୍ରେନରେ ପହଞ୍ଚିଥିଲେ ଏବଂ ପରେ ତାଙ୍କୁ ଖାର୍କିଭକୁ ପଠାଯାଇଥିଲା।

Share