ବ୍ରାଜିଲର ଐତିହାସିକ ଜିସସ ଷ୍ଟାଚ୍ୟୁ ଉପରେ ପଡିଲା ବିଜୁଳି, କ୍ୟାମେରାରେ କଏଦ ହେଲା ଅଦ୍ଭୁତ ଦୃଶ୍ୟ

ବ୍ରାସିଲିଆ,୧୨ ।୨: ବ୍ରାଜିଲର ଏକ ଅଦ୍ଭୁତ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସେଠାକାର ପ୍ରସିଦ୍ଧ ତଥା ଐତିହାସିକ ଜିସସ ଷ୍ଟାଚ୍ୟୁ ଉପରେ ଶୁକ୍ରବାର ଓ ଶନିବାର ମଧ୍ୟରେ ରାତି ସମୟରେ ବିଜୁଳି ପଡିଛି ଓ ସେହି ସମୟର ଫଟୋ କ୍ୟାମେରାରେ କ୍ୟାପଚର ହୋଇଯାଇଛି । ଫଟୋରେ ଦେଖିବାକୁ ମିଳୁଛି ବିଜୁଳି ଜିସସଙ୍କ ଠିକ୍ ମୁଣ୍ଡ ଉପର ପଡୁଛି । ଜିସସଙ୍କ ଏହି ମୂର୍ତ୍ତି ସମୁଦ୍ର ପତନଠରୁ ପ୍ରାୟ ୭୦୦ ମିଟର ଉପରେ ଥିବା ଏକ ପାହାଡର ଶୀର୍ଷରେ ରହିଛି ।
ବ୍ରାଜିଲର ସମାଚାର ପୋର୍ଟାଲ ୟୁଓଏଲ ରାଷ୍ଟ୍ରୀୟ ଅନ୍ତରିକ୍ଷ ଅନୁସନ୍ଧାନ ସଂସ୍ଥାନର ତଥ୍ୟ ଅନୁଯାୟୀ କହିଛି କି ଜିସସଙ୍କ ମୂର୍ତ୍ତି ଉପରେ ବର୍ଷକୁ ପ୍ରାୟ ୬ ଥର ବିଜୁଳି ପଡିଥାଏ । ୨୦୧୪ରେ ଯେତେବେଳେ ବିଜୁଳିି ପଡିଥିଲା ସେତେବେଳେ ମୂର୍ତ୍ତିକୁ ମରାମତି କରିବାକୁ ପଡିଥିଲା । ଏହାପରେ ପୁଣିଥରେ ବିଜୁଳିର ଝଟକାରେ ମୂର୍ତ୍ତିର ଡାହାଣ ହାତ ଆଙ୍ଗୁଠିର ନଖ ଭାଙ୍ଗି ଯାଇଥିଲା ।
ଷ୍ଟାଚ୍ୟୁ ଉପରେ ବିଜୁଳି ପଡିବାର ମୁହୂର୍ତ୍ତ ଅଦ୍ଭୁତ ଥିବ ବୋଲି କୁହାଯାଉଛି । ଜଣେ ସ୍ଥାନୀୟ ଫଟୋଗ୍ରାଫର ଏହି ମୁହୂର୍ତ୍ତକୁ କ୍ୟାମେରାରେ କଏଦ କରିବାରେ ସଫଳ ହୋଇଛନ୍ତି । ବ୍ରାଜିଲର ଏନକୋଡାଟୋରେ ଏହା ଜିସସଙ୍କ ବିଶ୍ୱରେ ଥିବା ତୃତୀୟ ସବୁଠାରୁ ଉଚ୍ଚା ମୂର୍ତ୍ତି । ଏହାର ନିର୍ମାଣ ଏପ୍ରିଲ ୨୦୨୨ରେ ଶେଷ ହୋଇଥିଲା । ଏହାର ଉଚ୍ଚତା ୧୪୧ ଫୁଟ ପାଖାପାଖି ।

Share