Categories: ଖେଳ

ଡାଟା ସାଇନ୍ସ ଅନୁସାରେ ବ୍ରାଜିଲ୍‌ ଫେଭରାଇଟ୍‌

ଦୋହା,୨୭।୧୧(ପି.ଟି.): କାତାରରେ ଅନୁଷ୍ଠିତ ବିଶ୍ୱକପ ମଧ୍ୟରେ ଟାଇଟଲ ଫେଭରାଇଟ୍‌କୁ ନେଇ ଏକ ଭିନ୍ନ ଧରଣର ଖବର ସାମ୍ନାକୁ ଆସିଛି। କିଛି ଡାଟା ସାଇଣ୍ଟିଷ୍ଟଙ୍କ ଦ୍ୱାରା କରାଯାଇଥିବା ଡାଟା ଲାବ ପ୍ରୋଜେକ୍ଟରୁ ଆସିଥିବା ତଥ୍ୟ ଅନୁସାରେ ଫିଫା ୨୦୨୨ ପାଇଁ ବ୍ରାଜିଲ ଟାଇଟଲ୍‌ ଫେଭରାଇଟ୍‌ ରହିଛି। ମେସିନ୍‌ ଲର୍ନିଂ ଟେକ୍‌ନିକ୍‌ ଅନୁସାରେ ଏହି ତଥ୍ୟ ପ୍ରକାଶ ପାଇଛି। ଏହି ତଥ୍ୟ ଅନୁସାରେ ବ୍ରାଜିଲ ଟାଇଟଲ ଜିତିବାର ସମ୍ଭାବନା ସବୁଠାରୁ ଅଧିକ ରହିଛି। ଟାଇଟଲ ଜିତିବାର ସମ୍ଭାବନା ୨୦.୯% ରହିଥିବା ବେଳେ ସେମି ଫାଇନାଲ ପ୍ରବେଶର ୫୩.୪% ରହିଛି। ଅପର ପକ୍ଷରେ ସାଉଦି ଆରବ ଠାରୁ ଅପ୍ରତ୍ୟାଶିତ ଭାବରେ ହାରିଥିବା ଆର୍ଜେଣ୍ଟିନାର ଟାଇଟଲ ବିଜୟ ସମ୍ଭାବନା ୧୪.୩ ପ୍ରତିଶତ ରହିଛି। ଡିଫେଣ୍ଡିଂ ଚାମ୍ପିୟନ୍‌ ଫ୍ରାନ୍ସ(୧୧.୪%), ସ୍ପେନ୍‌(୯%) ଓ ଜର୍ମାନୀ(୩.୪%)ଯଥାକ୍ରମେ ତୃତୀୟରୁ ପଞ୍ଚମ ସ୍ଥାନରେ ରହିଛନ୍ତି। ପୂର୍ବ ବିଶ୍ୱକପ ଗୁଡିକରେ ପ୍ରଦର୍ଶନ ଓ ବର୍ତ୍ତମାନର ର଼୍ୟାଙ୍କିଙ୍ଗ ଆଧାରରେ ମେସିନ୍‌ ଲର୍ନିଂ ପକ୍ଷରୁ ଏହି ତାଲିକା ପ୍ରକାଶ ପାଇଛି। ଏହା ସହିତ ନକ୍‌ଆଉଟ ପ୍ରବେଶ ପାଇଁ ବ୍ରାଜିଲର ସମ୍ଭାବନା ୯୭.୪୮% ରହଛି। ଅନ୍ୟ ପକ୍ଷରେ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ୯୬.୧% ସହିତ ଦ୍ୱିତୀୟ ସ୍ଥାନରେ ରହିଛି।

Share