Categories: ଜାତୀୟ

ମୂଷଳ ଧାରା ବର୍ଷାରେ ଭିଜି ଭାଷଣ ଦେଲେ ରାହୁଲ

ମହୀଶୁର,୩।୧୦: ଭାରତ ଯୋଡୋ ଯାତ୍ରା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରବଳ ବର୍ଷା ମଧ୍ୟରେ କର୍ନାଟକର ମହୀଶୁରରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି। ଏହି ସାଧାରଣ ସଭାରେ ରାହୁଲ ଏହା ମଧ୍ୟ କହିଛନ୍ତି, ଭାରତ ଯୋଡୋ ଯାତ୍ରା ମାଧ୍ୟମରେ ଆମକୁ ଦେଶ ଏକଜୁଟ କରିବାରେ କେହି ରୋକି ପାରିବେ ନାହିଁ। ରାହୁଲ ଗାନ୍ଧୀଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ପ୍ରବଳ ବର୍ଷାରେ ରାହୁଲ ଗାନ୍ଧୀ ଭାଷଣ ଦେଇଥିଲେ। ଜନସାଧାରଣ ମଧ୍ୟ ଓଦା ହୋଇ ତାଙ୍କ କଥା ଶୁଣୁଥିବାର ନଜର ଆସିଥିଲେ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଦେଖିବାକୁ ମିଳେ ଯେ, ପ୍ରବଳ ବର୍ଷା ମଧ୍ୟରେ ରାହୁଲ ଗାନ୍ଧୀ ଏକ ଭାଷଣ ଦେଉଛନ୍ତି ଏବଂ ଶହ ଶହ ଲୋକ ବର୍ଷାରେ ଭିଜି ତାଙ୍କ ଭାଷଣ ଶୁଣୁଛନ୍ତି। ରାହୁଲ ଗାନ୍ଧୀ ଏହାର ଭିଡିଓ ଶେୟାର କରିଥିଲେ। ରାହୁଲ ଭିଡିଓ ସେୟାର କରି ଲେଖିଛନ୍ତି, ‘ଭାରତକୁ ଏକତ୍ର କରିବାରେ ଆମକୁ କେହି ରୋକି ପାରିବେ ନାହିଁ। କନ୍ୟାକୁମାରୀରୁ କଶ୍ମୀରକୁ ଯିବେ, ଭାରତ ଯୋଡୋ ଯାତ୍ରାକୁ କେହି ଅଟକାଇ ପାରିବେ ନାହିଁ।
ବକ୍ସିଂ ଖେଳାଳି ବିଜେନ୍ଦର ସିଂ ରାହୁଲ ଗାନ୍ଧୀଙ୍କ ଫଟୋ ସହିତ ଲେଖିଛନ୍ତି, ପ୍ରଥମେ ସେମାନେ ତୁମକୁ ଧ୍ୟାନ ଦେବେ ନାହିଁ, ତୁମକୁ ଦେଖି ହସିବେ, ତାପରେ ସେ ତୁମ ସହିତ ଲଢେଇ କରିବେ ଏବଂ ପରେ ତୁମେ ଜିତିଯିବବ।

Share