Posted inଖେଳ

ସାହସୀ ରିଙ୍କୁ

କ୍ରିକେଟ୍‌ କ୍ୟାରିୟର ଆରମ୍ଭରେ କୋଚିଂ ସେଣ୍ଟରରେ ଝାଡୁଦାର ଚାକିରି କରିଥିଲେ ରିଙ୍କୁ ସିଂ। ମାତ୍ର ଏହି କାର୍ଯ୍ୟ ତାଙ୍କୁ ପସନ୍ଦ ଲାଗି ନ ଥିଲା। ଶିକ୍ଷାଗତ ଯୋଗ୍ୟତା କମ୍‌ ଥିବାରୁ କେବଳ କ୍ରିକେଟ ହିଁ ଭାଗ୍ୟ ବଦଳାଇପାରିବ ବୋଲି ତାଙ୍କର ଦୃଢ଼ ବିଶ୍ୱାସ ଥିଲା…

 

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପି ଏଲ୍‌)ର ୧୬ତମ ସଂସ୍କରଣ ଇତିମଧ୍ୟରେ ୨ ସପ୍ତାହ ଅତିକ୍ରମ କରିଛି। ନିଜର ସାହସୀ ପ୍ରଦର୍ଶନ ଦ୍ୱାରା ଜଣେ ଖେଳାଳି ଏବେ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ସେ ହେଉଛନ୍ତି କୋଲ୍‌କାତା ନାଇଟ୍‌ ରାଇଡର୍ସ (କେକେଆର୍‌)ର ରିଙ୍କୁ ସିଂ। ବିଶ୍ୱର ସବୁଠାରୁ ଲୋକପ୍ରିୟ ଟି୨୦ କ୍ରିକେଟ ଲିଗ୍‌ ଗ୍ଲାମରରେ ପରିପୂର୍ଣ୍ଣ ଏବଂ ଦର୍ଶକରେ ଭରପୂର ଷ୍ଟାଡିୟମରେ ଅସମ୍ଭବ କ୍ରୀଡ଼ା ନୈପୁଣ୍ୟ ଦେଖିବାକୁ ମିଳିଥାଏ। ଏହାସହିତ ଯେକୌଣସି ପୃଷ୍ଠଭୂମିର ଲୋକଙ୍କୁ ଏହା ଏକ ଉପଯୁକ୍ତ ପ୍ଲାଟ୍‌ଫର୍ମ ଓ ଆଗକୁ ବଢ଼ିବାର ସୁଯୋଗ ଦେଇଥାଏ। କୋଲ୍‌କାତା ନାଇଟ ରାଇଡର୍ସର ୨୫ ବର୍ଷୀୟ ବ୍ୟାଟର ରିଙ୍କୁ ସିଂ ହେଉଛନ୍ତି ଏହାର ଏକ ଜ୍ୱଳନ୍ତ ଉଦାହରଣ। ଆଇପିଏଲ୍‌ କିଭଳି ଜଣଙ୍କୁ ଦାରିଦ୍ର୍ୟରୁ ଉଠାଇ ସୁପରଷ୍ଟାର ବନାଇଥାଏ ରିଙ୍କୁଙ୍କ କାହାଣୀ ଏହାର ଅନ୍ୟତମ ଉଦାହରଣ। ଆଇପିଏଲ୍‌-୨୦୨୨ରେ ରିଙ୍କୁଙ୍କ ବ୍ୟାଟିଂ ଦକ୍ଷତାର ଝଲକ ଦେଖିବାକୁ ମିଳିଥିଲା। ତେବେ ସେ କ’ଣ କରିବାରେ ସମର୍ଥ ତାହା ୨୦୨୩ ସିଜନରେ ଦେଖାଇଛନ୍ତି। ଗତ ରବିବାର ଗୁଜରାଟ ଟାଇଟନ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚ୍‌ରେ ତାଙ୍କ ଦଳ ବିଜୟ ପାଇଁ ଅନ୍ତିମ ଓଭରର ଶେଷ ୫ ବଲ୍‌ରେ ୨୮ ରନ୍‌ ଆବଶ୍ୟକ କରୁଥିବାବେଳେ ସେ ୫ଟି ଛକାମାରି ଦଳକୁ ଜିତାଇଥିଲେ।
୨୫ ବର୍ଷୀୟ ରିଙ୍କୁ ଅତ୍ୟନ୍ତ ସାଧାରଣ ପରିବାରରୁ ଆସିଛନ୍ତି। ତାଙ୍କ ପିତା ଖାନ୍‌ଚାନ୍ଦ ହେଉଛନ୍ତି ଜଣେ ଗ୍ୟାସ୍‌ ସିଲିଣ୍ଡର ଡେଲିଭରି ମ୍ୟାନ୍‌। ଘରକୁ ଘର ଯାଇ ଗ୍ୟାସ୍‌ ସିଲିଣ୍ଡର ଦେଇ ଆସିଥାନ୍ତି। ତାଙ୍କ ବଡ଼ ପୁଅମାନେ ଏଥିରେ ତାଙ୍କୁ ସହାୟତା କରିଥାନ୍ତି। ଖାନ୍‌ଚାନ୍ଦ ଓ ତାଙ୍କ ସ୍ତ୍ରୀ ବୀଣା ଏକ ଗ୍ୟାସ୍‌ ସିଲିଣ୍ଡର ଗୋଦାମ ନିକଟରେ ଦୁଇ କୋଠରିବିଶିଷ୍ଟ ଘରେ ରୁହନ୍ତି। ରିଙ୍କୁ ଏକ ସାକ୍ଷାତ୍‌କାରରେ କହିଛନ୍ତି, ସେ କ୍ରିକେଟ ଖେଳିବା ଆରମ୍ଭ କରିବା ବେଳେ ତାଙ୍କୁ ଅନ୍ୟ ଭାଇଙ୍କ ଭଳି କାମଧନ୍ଦା କରିବା ଲାଗି ଘରୁ ଚାପ ପଡ଼ିଥିଲା। ତାଙ୍କୁ ଏକ କୋଚିଂ ସେଣ୍ଟରରେ ଝାଡୁଦାର ଚାକିରି ମଧ୍ୟ ମିଳିଥିଲା। ମାତ୍ର ଏହି କାର୍ଯ୍ୟ ତାଙ୍କୁ ପସନ୍ଦ ଲାଗି ନ ଥିଲା। ଉତ୍ତର ପ୍ରଦେଶ ଅନ୍ତର୍ଗତ ଆଲିଗଡ଼ର ରିଙ୍କୁଙ୍କର ଶିକ୍ଷାଗତ ଯୋଗ୍ୟତା କମ୍‌ ରହିଥିଲା। କେବଳ କ୍ରିକେଟ ହିଁ ତାଙ୍କ ଭାଗ୍ୟ ବଦଳାଇପାରିବ ବୋଲି ତାଙ୍କର ଦୃଢ଼ ବିଶ୍ୱାସ ଥିଲା। ଏହା ବ୍ୟତୀତ ତାଙ୍କ ନିକଟରେ ଅନ୍ୟ କୌଣସି ବିକଳ୍ପ ମଧ୍ୟ ନ ଥିଲା। ତେଣୁ ଏହି ଖେଳରେ ସେ ସମ୍ପୂର୍ଣ୍ଣ ମନୋନିବେଶ କରିଥିଲେ। ବର୍ତ୍ତମାନ ତାଙ୍କ କଠିନ ପରିଶ୍ରମର ଫଳ ତାଙ୍କୁ ମିଳିଛି। ରବିବାର ମ୍ୟାଚ୍‌ରେ ନିଜ ଦକ୍ଷତା ଉପରେ ରିଙ୍କୁ ସମ୍ପୂର୍ଣ୍ଣ ଭରସା ଦେଖାଇଥିଲେ। ଜୀବନର ପରିସ୍ଥିତି ଓ ପଡ଼ିଆର ପରିସ୍ଥିତି ତାଙ୍କ ପାଇଁ ସମାନ ରହିଥିଲା। ”ମୁଁ ଜଣେ ପ୍ରଫେସନାଲ କ୍ରିକେଟର ହେବା ଯେତିକି ଅସମ୍ଭବ ଥିଲା ସମାନ ଭାବରେ ଅସମ୍ଭବ ଥିଲା ଡିଫେଣ୍ଡି ଚାମ୍ପିୟନ୍‌ ଗୁଜରାଟ ବିପକ୍ଷରେ ବିଜୟ। ତେବେ ଧୈର୍ଯ୍ୟ ଓ ସାହସ ବଳରେ ସବୁକିଛି ସମ୍ଭବ ହେଲା“ ବୋଲି ସେ କହିଛନ୍ତି।
-ବିଜୟ ରଣା


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri