Posted inଫୁରସତ

ଦୁଃସାହସୀ ବାପିନା

କଥାରେ ଅଛି ଦୃଢ଼ ମନୋବଳ ଥିଲେ ‘ପଙ୍ଗୁ ଲଙ୍ଘୟତେ ଗିରିମ୍‌’। ଅର୍ଥାତ୍‌ ଆତ୍ମବିଶ୍ୱାସ ଓ ନିଷ୍ଠା ବଳରେ ଅସମ୍ଭବ ବି ସମ୍ଭବ ହୋଇପାରେ। ଏହାର ଜ୍ୱଳନ୍ତ ଉଦାହରଣ ପାଲଟିଛନ୍ତି ସେ। ଜଣେ ଦୃଷ୍ଟିହୀନ ଭାବେ ଦୁନିଆର ଆଲୋକ ନ ଦେଖିପାରୁଥିଲେ ବି ନିଜ ଦୃଢ଼ ଇଚ୍ଛାଶକ୍ତି ବଳରେ ଆକାଶରେ ଉଡ଼ିବାଠାରୁ ଆରମ୍ଭ କରି ଦୁର୍ଗମ ପାହାଡ଼ ଶିଖର ଛୁଇଁବା ଭଳି ଦୁଃସାହସିକ କାର୍ଯ୍ୟ ଦ୍ୱାରା ସଭିଙ୍କ ମନରେ ଜଣେ ରିୟଲ ହିରୋ ଭାବେ ନିଜର ଏକ ପରିଚୟ ସୃଷ୍ଟି କରିବାରେ ହୋଇଛନ୍ତି ସକ୍ଷମ। ସେ ହେଉଛନ୍ତି ନୟାଗଡ଼ ଜିଲା ଶରଣକୁଳ ଭିକାରୀପଡା ଗ୍ରାମର ମାଆ ଚଞ୍ଚଳା ଓ ବାପା ପ୍ରଫୁଲ୍ଲ ନାୟକଙ୍କ ପୁଅ ବାପିନା। ଜନ୍ମରୁ ସେ ଦୃଷ୍ଟିବାଧିତ। ଏଣେ ପରିବାରର ଆର୍ଥିକ ପରିସ୍ଥିତି ମଧ୍ୟ ନ ଥିଲା ସ୍ବଚ୍ଛଳ। ତଥାପି ଅଭାବ, ଅନଟନ ଓ ଅନେକ ବାଧାବିଘ୍ନ ସତ୍ତ୍ୱେ ସେ ନିଜକୁ ମାନସିକସ୍ତରରେ ଦୃଢ଼ ରଖି ରାଜ୍ୟର ପ୍ରଥମ ଦୃଷ୍ଟିବାଧିତ ପାରାସେଲର ଏବଂ ପର୍ବତାରୋହୀ ଭାବେ ଇତିହାସ ସୃଷ୍ଟି କରିପାରିଛନ୍ତି। ଆଉ ନା କେବଳ ଦିବ୍ୟାଙ୍ଗମାନଙ୍କ ପାଇଁ ବରଂ ସମସ୍ତ ଯୁବପିଢ଼ିଙ୍କ ପାଇଁ ପାଲଟିଛନ୍ତି ଉଦାହରଣ। ପିଲାଦିନୁ ଆକାଶରେ ଉଡ଼ିବାକୁ ନେଇ ସେ ସ୍ବପ୍ନ ଦେଖୁଥିଲେ। ଏଥିପାଇଁ ପାରାଚ୍ୟୁଟ୍‌ରେ ଉଡ଼ିବା ତାଲିମ ମଧ୍ୟ ନେଲେ। ନିକଟରେ ବଙ୍ଗୋପସାଗରର ଚନ୍ଦ୍ରଭାଗା ମୁହାଣରେ ସମୁଦ୍ର ପତନଠାରୁ ୩୩୦ ଫୁଟ୍‌ ଉଚ୍ଚତାରେ ଏକାକୀ ଉଡ଼ି ରେକର୍ଡ ସୃଷ୍ଟି କରିଛନ୍ତି। ସେହିପରି ଚନ୍ଦକା- ଡମପଡା ହସ୍ତୀ ଅଭୟାରଣ୍ୟ ଘେର ମଧ୍ୟରେ ଥିବା ୧୧୦୦ ଫୁଟ୍‌ ଉଚ୍ଚତା କନ୍ଦଳେଇ ପାହାଡ଼ରେ ସଫଳତାର ସହ ଚଢ଼ି ଶିଖରରେ ଜାତୀୟ ପତାକା ଉଡ଼ାଇ ଇତିହାସ ରଚିଛନ୍ତି। କ୍ରିକେଟ୍‌ ଏବଂ ଫୁଟ୍‌ବଲ୍‌ ଖେଳିବାରେ ମଧ୍ୟ ତାଙ୍କର ବିଶେଷ ରୁଚି ରହିଛି। ଏହାବ୍ୟତୀତ ଦୃଷ୍ଟିହୀନଙ୍କ ବିକାଶ ନିମନ୍ତେ କାର୍ଯ୍ୟ କରୁଥିବା ସାମାଜିକ ଅନୁଷ୍ଠାନ ‘ବୁଲ୍ସ ଆଇ’ର ସମ୍ପାଦକ ଭାବେ ସେ କାର୍ଯ୍ୟ ମଧ୍ୟ କରୁଛନ୍ତି। ତାଙ୍କର ଏଭଳି ସଫଳତା ପାଇଁ ସ୍ଥାନୀୟ ବିଧାୟକଙ୍କ ଠାରୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ମିଳିଛି ପ୍ରଶଂସା ଓ ପୁରସ୍କାର। ନିଜର ସମସ୍ତ ସଫଳତାର ଶ୍ରେୟ ଅଭିଭାବକ, ସାମାଜିକ କର୍ମୀ ସୁଶାନ୍ତ ସାହୁ ଏବଂ କୋଚ ତ୍ରିଲୋଚନ ବେଉରାଙ୍କୁ ଦେଉଥିବା ବାପିନା ଚଳିତବର୍ଷ ସ୍ନାତକଡିଗ୍ରୀ ହାସଲ କରିବା ପରେ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଆଗକୁ ଆହୁରି ଦୁଃସାହସିକ କାର୍ଯ୍ୟ କରି ଜଣେ ଦିବ୍ୟାଙ୍ଗ ବି ସବୁ କରିପାରିବେ ଏକଥା ପ୍ରମାଣିତ କରିବାର ଲକ୍ଷ୍ୟ ରଖି ଆଗେଇ ଚାଲିଛନ୍ତି।
– ସୁବାସ ଚନ୍ଦ୍ର ପ୍ରଧାନ


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲା ଇସ୍ରାଏଲ, ନେତାନ୍ୟାହୁ କରିବେ ଏମିତି କାମ, ଇରାନ କାବା

ନୂଆଦିଲ୍ଲୀ,୧।୪: ଇରାନ ବିରୁଦ୍ଧରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକ ନୂତନ ଏବଂ ପ୍ରମୁଖ ରଣନୈତିକ ପଦକ୍ଷେପର ସଙ୍କେତ ଦେଇଛନ୍ତି। ନେତାନ୍ୟାହୁ କହିଛନ୍ତି…

ସାବଧାନ! ୧ ଏପ୍ରିଲରୁ ବଦଳିଲା UPIର ପ୍ରକ୍ରିୟା, ପେମେଣ୍ଟ ଉପରେ ଲାଗିଲା…

ନୂଆଦିଲ୍ଲୀ,୧।୪: ଯଦି ଆପଣ ଚା ଦୋକାନ ଠାରୁ ଆରମ୍ଭ କରି ସପିଂ ମଲ ପର୍ଯ୍ୟନ୍ତ ସବୁଠି ପେମେଣ୍ଟ ପାଇଁ PhonePe, Google Pay, କିମ୍ବା Paytm ଭଳି…

ବଢିଲା ପେଟ୍ରୋଲ-ଡିଜେଲ ଦାମ୍‌, ଏଥର ମୁଣ୍ଡରେ ହାତ ଦେବେ ଗ୍ରାହକ

ନୂଆଦିଲ୍ଲୀ,୧।୪: ଦେଶବ୍ୟାପୀ ପ୍ରିମିୟମ ପେଟ୍ରୋଲ ମୂଲ୍ୟ ବୃଦ୍ଧି ପରେ, ପ୍ରିମିୟମ ଡିଜେଲ ମଧ୍ୟ ମହଙ୍ଗା ହୋଇଯାଇଛି। ତେଲ କମ୍ପାନୀଗୁଡ଼ିକ ସୋମବାର ମଧ୍ୟରାତ୍ରିରୁ ପ୍ରିମିୟମ ଡିଜେଲ ମୂଲ୍ୟ ପ୍ରାୟ…

ରାହୁଲଙ୍କ ବଡ଼ ଚେତାବନୀ, ଦେଶରେ ଆସିବ ‘Economic Earthquake’, ମୋଦି କହିଲେ…

ନୂଆଦିଲ୍ଲୀ,୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଭାଷଣରେ ପଶ୍ଚିମ ଏସିଆର ସଙ୍କଟ କେନ୍ଦ୍ରବିନ୍ଦୁ ପାଲଟିଥିଲା। ଉଭୟ ନେତା ଭାରତ ଉପରେ…

ନା ଖୋଲିଲା ହର୍ମୁଜ, ନା ହେଲା କୌଣସି ଚୁକ୍ତି… ଏହାପରେ ବି କାହିଁକି ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛନ୍ତି ଟ୍ରମ୍ପ୍‌? ଜାଣନ୍ତୁ କ’ଣ ରହିଛି ଏହାର ବଡ଼ କାରଣ

ଓ୍ବାଶିଂଟନ,୧।୪: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଏକ ନୂତନ ମୋଡ଼ ନେଇଛି। ଇରାନ ସହିତ ଯୁଦ୍ଧ ଏବେ ଯେକୌଣସି ମୁହୂର୍ତ୍ତରେ ଶେଷ ହୋଇପାରେ। ଆମେରିକା ମଧ୍ୟ…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri