ବ୍ରାଣ୍ଡେଡ୍‌ ପୋଷାକ କିଣୁଥିଲେ…

ମାର୍କେଟ୍‌କୁ ଆସୁଥିବା ବିଭିନ୍ନ ବ୍ରାଣ୍ଟର ନୂଆ କଲେକ୍ସନ କିଣିବାକୁ ମହିଳାମାନେ ବେଶ୍‌ ତତ୍ପର। ହେଲେ ବେଳେବେଳେ ଏହି ଆଳରେ ସେମାନେ ଅଜାଣତରେ ଠକାମିର ଶିକାର ହୋଇଥା’ନ୍ତି। କାରଣ ବର୍ତ୍ତମାନ ବିଭିନ୍ନ ବ୍ରାଣ୍ଡେଡ୍‌ ସାମଗ୍ରୀର ଏକାଧିକ ନକଲ ମାର୍କେଟ୍‌କୁ ଆସୁଛି, ଯାହାକି ସହଜରେ ଚିହ୍ନିବା କଷ୍ଟ। ତେଣୁ କିଣିବାବେଳେ କେତେକ ଦିଗ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ…

ଷ୍ଟିଚିଂ: ବ୍ରାଣ୍ଡେଡ୍‌ ଡ୍ରେସ୍‌ରେ ଷ୍ଟିଚିଂ ସିଧା ଏବଂ ଚାରିଆଡ଼େ ଏକା ପ୍ରକାରର ହୋଇଥାଏ। ସୂତା ମଧ୍ୟ ଏକା ପ୍ରକାରର ବ୍ୟବହାର ହୋଇଥାଏ। କେତେକ ବ୍ରାଣ୍ଡ ଷ୍ଟିଚିଂ ଉପରେ କମ୍ପାନୀର ଲୋଗୋ ଟ୍ୟାଗ୍‌ ମଧ୍ୟ ଷ୍ଟିଚ୍‌ ହୋଇଥାଏ।
ଜିପ୍‌: ନାମୀଦାମୀ ବ୍ରାଣ୍ଡେଡ୍‌ ଡ୍ରେସ୍‌ରେ ଭଲ କ୍ୱାଲିଟିର ଜିପ୍‌ ଦେଇଥାଏ। ଏହାକୁ ଚଲାଇବା ବେଳେ ମଧ୍ୟ ଅଟକି ନ ଥାଏ କିମ୍ବା ଭାଙ୍ଗି ପଡି ନ ଥାଏ। ଏଥିରେ ନନ୍‌ବ୍ରାଣ୍ଡ ପ୍ୟାଣ୍ଟ କିମ୍ବା ଅନ୍ୟ ଡ୍ରେସ୍‌ ଭଳି ଜିପ୍‌ ଟାଇଟ୍‌ ହେବା, ଭାଙ୍ଗିବା ସମସ୍ୟା ନ ଥାଏ। ଏମିତିକି କେତେକ ବ୍ରାଣ୍ଡ ଜିପ୍‌ରେ ଏହାର ନାମ କିମ୍ବା ସିମ୍ବଲ ମଧ୍ୟ ରଖିଥା’ନ୍ତି।
ବଟନ: ଜିପ୍‌ ଭଳି ବଟନ୍‌ରେ ମଧ୍ୟ ଅନେକ ବ୍ରାଣ୍ଡେଡ୍‌ କମ୍ପାନୀ ବ୍ରାଣ୍ଡନେମ୍‌ ଛପାଇଥାନ୍ତି, ଯାହାକି ଚିହ୍ନିବାରେ ସହଜ ହୋଇଥାଏ।
ଟ୍ୟାଗ୍‌: ଟ୍ୟାଗ୍‌ରେ ବ୍ରାଣ୍ଡ ନେମ୍‌ ଥିବା ଏକାଧିକ ନକଲି ପୋଷାକ ଏବେ ମାର୍କେଟ୍‌ରେ ଉପଲବ୍ଧ। ତେଣୁ କିଣିବା ପୂର୍ବରୁ ଟ୍ୟାଗ୍‌କୁ ଭଲ ଭାବେ ଦେଖନ୍ତୁ।