ବ୍ରଜରାଜନଗର ଉପନିର୍ବାଚନ: ଆଶାୟୀଙ୍କ ମଧ୍ୟରେ ରହିଛି ନୂଆମୁହଁ

ଝାରସୁଗୁଡ଼ା ଅଫିସ,୬ା୫: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ତତ୍ପରତା ଦେଖାଦେଇଛି। ଅନ୍ୟପକ୍ଷେ ଦଳୀୟ ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଶାୟୀ ବାୟୋଡାଟା ସହ ଦଳୀୟ ନେତାମାନଙ୍କୁ ଧରି ଲବି ଆରମ୍ଭ କରିଦେଇଛନ୍ତି। ଏଥିମଧ୍ୟରେ ବହୁ ନୂଆମୁହଁ ରହିଛନ୍ତି। ସମର୍ଥକମାନେ ଦଳୀୟ ନେତାଙ୍କ ନିକଟରେ ଆଶାୟୀ ପ୍ରାର୍ଥୀଙ୍କ ପାଇଁ ନାମ ସୁପାରିସ କରିବାରେ ଲାଗିପଡିଛିନ୍ତି। ଏପରି କି ଆଶାୟୀ ପ୍ରାର୍ଥୀମାନେ ସାମାଜିକ ଗଣମାଧ୍ୟମରେ ପ୍ରଚାର କରି ଭୋଟରଙ୍କ ନିକଟରେ ନିଜ ପରିଚୟ ସୃଷ୍ଟି କରିବା ପାଇଁ ପ୍ରୟାସ ଚଳାଇଛନ୍ତି।

ଏହି ଉପନିର୍ବାଚନ ମଇଦାନରେ ୪ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା, କଂଗ୍ରେସ ଓ କମ୍ୟୁନିଷ୍ଟ ପାର୍ଟି ରହିଛନ୍ତି। ଗତ ନିର୍ବାଚନରେ ବିଜେଡି ଟିକେଟରେ ବିଧାୟକ କିଶୋର ମହାନ୍ତି ବିଜୟୀ ହୋଇଥିଲେ। ତାଙ୍କ ଦେହାନ୍ତ ପରେ ବିଜେଡି ପରମ୍ପରା ଅନୁଯାୟୀ ଉପନିର୍ବାଚନରେ ସ୍ବର୍ଗତ ମହାନ୍ତିିଙ୍କ ସ୍ତ୍ରୀଙ୍କୁ ଟିକେଟ ଦେବା ନିୟମ ରହିଥିବା ବେଳେ ଏବେ ଦଳରେ ବହୁ ଆଶାୟୀ ପ୍ରାର୍ଥୀଙ୍କ ନାମ ଚର୍ଚ୍ଚାକୁ ଆସୁଛି। ଏଥିମଧ୍ୟରେ ସ୍ବର୍ଗତ ମହାନ୍ତିଙ୍କ ସ୍ତ୍ରୀ ଅଳକା ମହାନ୍ତି, ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଝିଅ ଦୀପାଳି ଦାସ, ପୂର୍ବତନ ବାଚସ୍ପତି କିଶୋର ପଟେଲଙ୍କ ବୋହୂ ତଥା ସାମାଜିକ କର୍ମୀ ଅନନ୍ୟା ପଟେଲ ଓ ବିଜେଡି ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ପ୍ରମୁଖ ରହିଛନ୍ତି। ଏପରିସ୍ଥଳେ ଦଳର ମୁଖ୍ୟ ଯେଉଁ ନିଷ୍ପତ୍ତି ନେବେ ତାକୁ ସମସ୍ତେ ଗ୍ରହଣ କରିବେ ବୋଲି ଦଳର ସାଙ୍ଗଠନିକ ବୈଠକରେ ପ୍ରସ୍ତାବ ଗୃହୀତ ହୋଇଛି।

ସେହିପରି ଭାଜପା ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା, ଭାଜପା ପୂର୍ବତନ ଯୁବମୋର୍ଚ୍ଚା ରାଜ୍ୟ ସମ୍ପାଦକ ସୁଜିତ ସିଂହ, ଜିଲା ସଭାପତି ମଙ୍ଗଳ ସାହୁ, ଏମ୍‌ପି ପ୍ରତିନିଧି ରଘୁନନ୍ଦନ ପଣ୍ଡା, ପୂର୍ବତନ ଜିଲାପରିଷଦ ସଦସ୍ୟ ସାମଲ ନାଏକ ଓ ଲଖନପୁର ସରପଞ୍ଚ ଆରତୀ ପ୍ରଧାନ ପ୍ରମୁଖ ରହିଛନ୍ତି। କଂଗ୍ରେସ ଦଳରେ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ପୂର୍ବତନ ବାଚସ୍ପତି କିଶୋର ପଟେଲ, ଜିଲା ସାଧାରଣ ସମ୍ପାଦକ ଜୀବନ ସାର୍ଥକ ଦାସ, ପୂର୍ବତନ ବ୍ରଜରାଜନଗର ଟାଉନ ସଭାପତି ପ୍ରମୋଦ ପଣ୍ଡା ଓ ଜିଲା ଓବିସି ସେଲ୍‌ ଅଧ୍ୟକ୍ଷ ସୁବ୍ରତ ପ୍ରଧାନ ପ୍ରମୁଖ ରହିଛନ୍ତି। କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ପକ୍ଷରୁ ଏକମାତ୍ର ପ୍ରାର୍ଥୀ ରମେଶ ତ୍ରିପାଠୀ ରିଟର୍ନିଂ ଅଫିସରଙ୍କ ନିକଟରୁ ନାମାଙ୍କନ ଫର୍ମ ସଂଗ୍ରହ କରିଥିବା ଜଣାପଡିଛି। ଉପନିର୍ବାଚନରେ କମ୍ୟୁନିଷ୍ଟ ପାର୍ଟି କୌଣସି ଦଳ ସହିତ ବୁଝାମଣା ନ କରି ଏକାକୀ ନିର୍ବାଚନ ଲଢି ଅଧିକ ଭୋଟ ପାଇବା ଆଶା ରଖିଛି ବୋଲି ତ୍ରିପାଠୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri