ବ୍ରେନ୍‌ ଟ୍ୟୁମର: କାରଣ, ସତର୍କତା

ମନୁଷ୍ୟ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଲା ବ୍ରେନ୍‌ ବା ମସ୍ତିଷ୍କ। ଏହା ୨୮ଟି ଛୋଟବଡ଼ ହାଡ଼କୁ ନେଇ ଗଠିତ। ଖପୁରି ଭିତରେ ମସ୍ତିଷ୍କ ସୁରକ୍ଷିତ ହୋଇ ରହିଛି, ପୁଣି ପ୍ରାକୃତିକ ଉପାୟରେ। ମସ୍ତିଷ୍କଟି ବେଶ୍‌ ନରମ ଓ ଧଳା ଏହାର ଭିତର ଅଂଶ। ସେଥିପାଇଁ ଦୁର୍ଘଟଣାରେ ପଡ଼ି ଖପୁରି ଫାଟିଗଲେ ‘ଦହି ବାହାରି ଆସିଲା’ ବୋଲି ଲୋକେ କହିଥାଆନ୍ତି। ମସ୍ତିଷ୍କର ଓଜନ ଦେଢ଼ କିଗ୍ରା ଓ ଏହା ସ୍ନାୟୁକୋଷଗୁଡ଼ିକୁ ନେଇ ଗଠିତ। ମସ୍ତିଷ୍କର ରହିଛି ବିଭିନ୍ନ ଅଂଶ, ଯଥା- ସିରିବ୍ରମ, ସେରିବେଲମ୍‌, ବ୍ରେନ୍‌ ଷ୍ଟେମ୍‌ ଇତ୍ୟାଦି। ଅଂଶଭେଦରେ ସେଗୁଡ଼ିକର କାର୍ଯ୍ୟ ମଧ୍ୟ ଭିନ୍ନ ଭିନ୍ନ। ମସ୍ତିଷ୍କକୁ ଦେହର ‘ହେଡ୍‌ ଅଫିସ’ ବୋଲି କୁହାଯାଇଛି। କାରଣ ସମଗ୍ର ଦେହଟିର ସମସ୍ତ କାର୍ଯ୍ୟକୁ ନିୟନ୍ତ୍ରଣ କରିବାର ସୁଖୀ କାରିଗର ହେଉଛି ମସ୍ତିଷ୍କ। ଆମର ସୁଖ ଦୁଃଖ, କ୍ରୋଧ, ପ୍ରେମ, ଅଭିମାନ ସହ ବିଭିନ୍ନ ଅଭିବ୍ୟକ୍ତ ସମେତ ଶାରୀରିକ ସୁସ୍ଥଅସୁସ୍ଥ ମଧ୍ୟ ମସ୍ତିଷ୍କ ହାତରେ ରହିଛି। ଅନୁଭବ କରିବା, ଚଲାବୁଲା କରିପାରିବା, ଶ୍ୱାସକ୍ରିୟା କରିବା, ଚିନ୍ତା କରିବା, ମନେରଖିବା, ମନେପକାଇବା ଆଦି ଯାବତୀୟ କାମର ପଶ୍ଚାତ୍‌ରେ ରହିଛି ମସ୍ତିଷ୍କର ଭୂମିକା। ମସ୍ତିଷ୍କର ବିକାଶ ପ୍ରକ୍ରିୟାଟି ଆରମ୍ଭ ହୋଇଥାଏ ଭ୍ରୂଣ ଅବସ୍ଥାରୁ।
ବ୍ରେନ୍‌ ଟ୍ୟୁମର ବିଷୟରେ ଆମେ ଜାଣିବା ନିହାତି ଦରକାର। ଏହାର କାରଣ ଏବଂ କେଉଁ ପ୍ରକାର ସତର୍କତା ଅବଲମ୍ବନ କଲେ ସେଭଳି ଗୁରୁତର ସ୍ବାସ୍ଥ୍ୟ ସମସ୍ୟାର ଆମେ ସମ୍ମୁଖୀନ ହେବା ନାହିଁ, ସେ ବିଷୟରେ ଜନସାଧାରଣ ଅବଗତ ହେବା ଦରକାର। ତେଣୁ ଏ ନେଇ ଯେତେ ଜନସଚେତନତା ସୃଷ୍ଟି କରାଯାଇ ପାରିବ ତାହା ସେତେ ଭଲ। ଏହାଦ୍ୱାରା ସାଧାରଣ ଲୋକ ଏଭଳି ସମସ୍ୟାର କାରଣ ବିଷୟରେ ଭଲ ଭାବରେ ଜାଣିପାରିବେ ଏବଂ ଠିକ୍‌ ସମୟରେ ତାହାର ଚିକିତ୍ସା ମଧ୍ୟ କରାଇପାରିବେ। ତେବେ ରୋଗର ଭାବୀ ପରିଣତି ଭଲ ହୋଇ ନ ଥିବାରୁ ରୋଗୀର ଚିକିତ୍ସାରେ ଅବହେଳା ନ କରି ରୋଗୀକୁ ସବୁ ପ୍ରକାର ସହାୟତା ଯୋଗାଇ ଦେବା ଓ ତାହାର ମନୋବଳ ବୃଦ୍ଧି କରାଇବା ପାଇଁ ଯତ୍ନଶୀଳ ହେବା ହେଉଛି ପରମ କର୍ତ୍ତବ୍ୟ। ରୋଗୀ, ରୋଗୀ ପରିବାର ସଦସ୍ୟ, ରୋଗୀ ଚିକିତ୍ସାରେ ନିୟୋଜିତ ଚିକିତ୍ସକ, ସ୍ବାସ୍ଥ୍ୟକର୍ମୀମାନଙ୍କର ସମ୍ମିଳିତ ସହଯୋଗ ଏଥିପାଇଁ କାମ୍ୟ। ରୋଗ ସମ୍ବନ୍ଧୀୟ ଗବେଷଣା ପାଇଁ ମଧ୍ୟ ପର୍ଯ୍ୟାପ୍ତ ଅନୁଦାନ ଉପଲବ୍ଧ ହେବା ଉଚିତ।
ମସ୍ତିଷ୍କର କ୍ରିୟା ସମ୍ପୂର୍ଣ୍ଣ ବନ୍ଦ ହୋଇଗଲେ ଆମେ ତାହାକୁ ‘ମସ୍ତିଷ୍କ ମୃତ୍ୟୁ’ ବା ବ୍ରେନ୍‌ ଡେଡ୍‌ ବୋଲି କହିଥାଉ। ସେପରି ଅବସ୍ଥା ଉପୁଜିଲେ ବିଭିନ୍ନ ଯାନ୍ତ୍ରିକ ଉପକରଣ ବିନିଯୋଗ କରି ରୋଗୀକୁ ବଞ୍ଚେଇ ରଖିହେଲେ ମଧ୍ୟ ମୃତ୍ୟୁ ହିଁ ହେଉଛି ଅବଶ୍ୟମ୍ଭାବୀ ପରିଣତି। ଏହି ବ୍ରେନ୍‌ ଡେଡ୍‌ ଅବସ୍ଥାରେ ହିଁ ଅଙ୍ଗ ପ୍ରତିରୋପଣ ପାଇଁ ତା’ର ଶରୀରରୁ ବିଭିନ୍ନ ଅଙ୍ଗ ସଂଗ୍ରହ କରାଯାଇଥାଏ।
ଅନ୍ୟାନ୍ୟ ଅଙ୍ଗଭଳି ମସ୍ତିଷ୍କଟି ମଧ୍ୟ ଜୀବକୋଷଗୁଡ଼ିକୁ ନେଇ ଗଠିତ ହୋଇଥିବାରୁ ମସ୍ତିଷ୍କରେ ମଧ୍ୟ ଅର୍ବୁଦ ବା ‘ଟ୍ୟୁମର’ ଜାତ ହୋଇଥାଏ। ତେବେ ମସ୍ତିଷ୍କଟି ଖପୁରି ହାଡ଼ଗୁଡ଼ିକ ଦ୍ୱାରା ଆବଦ୍ଧ ହୋଇଥିବାରୁ ମସ୍ତିଷ୍କରେ ଅର୍ବୁଦ ଶରୀରର ଅନ୍ୟ ଅଙ୍ଗଗୁଡ଼ିକୁ ପ୍ରସରି ପାରେ ନାହିଁ। କିନ୍ତୁ ଶରୀରର ଅନ୍ୟ ଅଙ୍ଗଗୁଡ଼ିକରେ କ୍ୟାନ୍‌ସର ବା କର୍କଟ ରୋଗ ହେଲେ ତାହା ମସ୍ତିଷ୍କକୁ ପ୍ରସରି ଯାଇପାରେ। ମସ୍ତିଷ୍କରେ ବିଭିନ୍ନ ପ୍ରକାର ଟ୍ୟୁମର ହେଉଥିଲେ ମଧ୍ୟ ‘ଗ୍ଲାୟୋମା’ ନାମକ ଟ୍ୟୁମର ସବୁଠାରୁ ବେଶି ମାରାତ୍ମକ। ମସ୍ତିଷ୍କରେ କାହିଁକି ଟ୍ୟୁମର ହୋଇଥାଏ ତାହାର ସ୍ପଷ୍ଟ କାରଣ ଜଣାପଡ଼ିନି। ଅଥଚ କେବଳ ଆମେରିକାରେ ରହିଛନ୍ତି ପାଖାପାଖି ୭ ଲକ୍ଷ ବ୍ରେନ୍‌ ଟ୍ୟୁମର ରୋଗୀ।
ପିଲାଠାରୁ ବୁଢ଼ା- ସମସ୍ତେ ବ୍ରେନ୍‌ ଟ୍ୟୁମରରେ ଆକ୍ରାନ୍ତ ହୋଇପାରନ୍ତି। ମହିଳାମାନଙ୍କ ଅପେକ୍ଷା ବେଶି ଆକ୍ରାନ୍ତ ହୋଇଥାଆନ୍ତି ପୁରୁଷମାନେ। ତେବେ ବ୍ରେନ୍‌ ଟ୍ୟୁମର କହିଲେ ଆମେ ସାଧାରଣତଃ ବ୍ରେନ୍‌ କ୍ୟାନ୍‌ସରକୁ ହିଁ ବୁଝିଥାଉ।
ଖପୁରି ପରିବେଷ୍ଟିତ ହୋଇଥିବାରୁ ବ୍ରେନ୍‌ରେ ଟ୍ୟୁମର ହେଲେ ବ୍ରେନ୍‌ଟି ପ୍ରସାରିତ ହେବାର ବାଟ ନ ଥାଏ। ଫଳରେ ଟ୍ୟୁମରର ଅବସ୍ଥିତି ଯୋଗୁ ବ୍ରେନ୍‌ରେ ଚାପ ବଢ଼ି ବଢ଼ି ଯାଏ। ପ୍ରକାଶ ପାଏ ଭୀଷଣ ମୁଣ୍ଡ ବ୍ୟଥା, ବାନ୍ତି, ଆଖିକୁ ଭଲ ଦେଖାଯାଏନା, କାନରେ ଭଲ ଶୁଣିହୁଏନି। ରୋଗୀ ସ୍ବଚ୍ଛନ୍ଦରେ ଚଲାବୁଲା କରି ନ ପାରି ଟଳଟଳ ହୁଏ। ଭଲ ଭାବରେ କଥା କହିପାରେନି। କୌଣସି କଥା ମନେରଖିପାରନି। ପରିଲକ୍ଷିତ ହୁଏ ମାନସିକ ଅସ୍ଥିରତା। ମସ୍ତିଷ୍କର କେଉଁ ସ୍ଥାନରେ ଟ୍ୟୁମର ହୋଇଛି ତାହା ଉପରେ ହିଁ ଲକ୍ଷଣମାନ ନିର୍ଭର କରିଥାଏ।
ରୋଗ ନିର୍ଣ୍ଣୟ ପାଇଁ ଡାକ୍ତରମାନେ ରୋଗୀର ଶାରୀରିକ ପରୀକ୍ଷା କରନ୍ତି। ଖପୁରିକୁ ଏକ୍ସ-ରେ, ମସ୍ତିଷ୍କର ସିଟି ସ୍କାନ, ଏମ୍‌ଆର୍‌ଆଇ ସ୍କାନ୍‌, ପେଟ ସ୍କାନ୍‌, ଇସିଜି, ଆଞ୍ଜିଓଗ୍ରାମ୍‌, ଭେଣ୍ଟିକ୍ୟୁଲୋଗ୍ରାମ ଇତ୍ୟାଦି ପରୀକ୍ଷା କରେଇ ନିଅନ୍ତି। ଅପରେଶନ କରିବା ସମୟରେ ଆକ୍ରାନ୍ତ ଅଂଶରୁ ତନ୍ତୁ ସଂଗ୍ରହ କରି କରେଇଥାଆନ୍ତି ତା’ର ବାୟୋଲୋଜି ପରୀକ୍ଷା।
ଅପରେଶନ ସମୟରେ ଖୁବ୍‌ ସାବଧାନତା ଅବଲମ୍ବନ କରାଯାଇଥାଏ। କାରଣ ମସ୍ତିଷ୍କରେ ଅତ୍ୟନ୍ତ ଗୁରୁତ୍ୱର୍ପୂ୍‌ଣ୍ଣ କେନ୍ଦ୍ରମାନ ଥିବାରୁ ସତର୍କ ନ ରହିଲେ ତାହା କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିବା ସ୍ବାଭାବିକ। ଅପରେଶନ କରି ସାରି କରାଯାଏ ରଶ୍ମି ଚିକିତ୍ସା ବା ‘ରେଡିଓଥେରାପି’। ସ୍ଥଳବିଶେଷରେ ରସାୟନ ଚିକିତ୍ସା ବା କେମୋଥେରାପି। ସଅଳ ଚିକିତ୍ସା କରା ନ ଗଲେ ରୋଗୀର ଭବିଷ୍ୟତ ଭଲ ନୁହେଁ।

ଡା. ନିତ୍ୟାନନ୍ଦ ସ୍ବାଇଁ
-‘ଅଭୀପ୍‌ସା’, ସେକ୍ଟର-୬,
ପ୍ଲଟ ନଂ-୧୧୩୧,
ଅଭିନବ ବିଡ଼ାନାସୀ, କଟକ-୧୪
ମୋ: ୯୪୩୭୭୬୬୧୧୭


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

Under 19 World Cup 2026: ଷଷ୍ଠ ଥର ପାଇଁ ଭାରତ ଚାମ୍ପିୟନ, ୧୭୫ ରନ୍‌ର ଇନିଂସ ଖେଳି ଇଂଲଣ୍ଡର ଆଶାକୁ ଧୂଳିସାତ କଲେ…

ହରାରେ, ୬।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୬ଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି।…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri