ବ୍ରହ୍ମପୁର ସିଟି ହସ୍ପିଟାଲ: ଅଲଟ୍ରାସାଉଣ୍ଡ୍‌ ପାଇଁ କ୍ଲିନିକ୍‌ ପଠାଉଛନ୍ତି ଡାକ୍ତର

ବ୍ରହ୍ମପୁର ଅଫିସ,୨୭ା୧୦: ରୋଗୀ ସେବାରେ ଅବ୍ୟବସ୍ଥାକୁ ନେଇ ବ୍ରହ୍ମପୁର ବଡ ମେଡିକାଲ ପରେ ଏବେ ସିଟି ହସ୍ପିଟାଲ ଚର୍ଚ୍ଚାକୁ ଆସିଛି। ଲୋକଙ୍କୁ ମାଗଣା ଚିକିତ୍ସା ସୁବିଧା ଦେବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ବିଭିନ୍ନ କାରଣ ଯୋଗୁ ରୋଗୀ ଏହି ସୁବିଧାଗୁଡ଼ିକ ବିଷୟରେ ଜାଣିପାରୁ ନାହାନ୍ତି। ଏପରିକି ରୋଗୀଙ୍କୁ କ୍ଲିନିକ୍‌ ଓ ଡାଇଗ୍ନୋଷ୍ଟିକ୍‌ ସେଣ୍ଟରକୁ ପରୀକ୍ଷା ପାଇଁ ପଠାଯାଉଥିବା ଅଭିଯୋଗ ହୋଇଛି। ବୁଧବାର ସିଟି ହସ୍ପିଟାଲକୁ ଚିକିତ୍ସା ପାଇଁ ଆସିଥିବା ଜଣେ ରୋଗୀଙ୍କୁ ସେଠାରେ କାର୍ଯ୍ୟରତ ଥିବା ଡାକ୍ତର ଅଲଟ୍ରାସାଉଣ୍ଡ୍‌ କରିବା ପାଇଁ ଘରୋଇ କ୍ଲିନିକକୁ ପଠାଇଥିବା ଅଭିଯୋଗ ଆସିଛି। ସନ୍ତୋଷ କୁମାର ପ୍ରଧାନ ତାଙ୍କର ଗଭର୍ବତୀ ସ୍ତ୍ରୀ’ ଙ୍କୁ ବୁଧବାର ସିଟି ହସ୍ପିଟାଲ୍‌ ଆଣିଥିଲେ। ଡାକ୍ତର ଦେଖିବା ପରେ ଘରୋଇ କ୍ଲିନିକରେ ଅଲଟ୍ରାସାଉଣ୍ଡ୍‌ କରିବା ପାଇଁ ସନ୍ତୋଷଙ୍କୁ ପରାମର୍ଶ ଦେଇଥିଲେ। ଫଳରେ ଡାକ୍ତର କହିଥିବା କ୍ଲିନିକକୁ ଯାଇ ସନ୍ତୋଷ ତାଙ୍କ ସ୍ତ୍ରୀଙ୍କ ଅଲଟ୍ରାସାଉଣ୍ଡ୍‌ କରିଥିଲେ। ଏଥିପାଇଁ ତାଙ୍କୁ ୧ହଜାର ୫୦ଟଙ୍କା ଦେବାକୁ ପଡ଼ିଥିବା ସେ କହିଛନ୍ତି। ସିଟି ହସ୍ପିଟାଲରେ ଏହି ପରୀକ୍ଷା ମାଗଣାରେ ହେଉଛି। ଅଥଚ ଡାକ୍ତର ତାଙ୍କୁ ହସ୍ପିଟାଲରେ ପରୀକ୍ଷା କରିବାକୁ ନ କହି କ୍ଲିନିକକୁ ପଠାଇଥିଲେ। ଏହି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଘଟଣାର ତଦନ୍ତ କରି ଦୋଷୀ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ଏନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ାକ୍ତର ଉମା ଶଙ୍କର ମିଶ୍ର କହିଛନ୍ତି, ଘଟଣା ସମ୍ପର୍କରେ ଆମ ନିକଟରେ ଅଭିଯୋଗ ହୋଇଛି। ରୋଗୀଙ୍କ ଅଲଟ୍ରା ସାଉଣ୍ଡ ସିଟି ହସ୍ପିଟାଲରେ ନ କରି ବାହାର କ୍ଲିନିକରେ କରିବା ପାଇଁ ଡ଼ାକ୍ତର କାହିଁକି ନିର୍ଦ୍ଦେଶ ଦେଇଥିଲେ। ଏହାର ତଦନ୍ତ ଜାରି ରହିଛି। ଅନ୍ୟପଟେ ସମ୍ପୃକ୍ତ ଡ଼ାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ଦଶମ ଶ୍ରେଣୀ ନାବାଳିକାଙ୍କୁ ଅପହରଣ କରି କରିଥିଲେ ବଳାତ୍କାର, ମୋବାଇଲ୍‌ ଟ୍ରାକିଂ କରି ଅଭିଯୁକ୍ତଙ୍କୁ ମାଡ଼ି ବସିଲା…

ଦିଗପହଣ୍ଡି, ୪।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ୧୫ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri