ଏହି ଦିନ ଓଟିଟିରେ ରିଲିଜ୍‌ ହେବ ‘ବ୍ରହ୍ମାସ୍ତ୍ର’

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ‘ବ୍ରହ୍ମାସ୍ତ୍ର’ ସେପ୍ଟେମ୍ବର ୯ରେ ରିଲିଜ୍‌ ହୋଇଯାଇଛି। ଯାହାକୁ ଦେଖିବାକୁ ଦର୍ଶକ ଅନେକ ଦିନରୁ ଅପେକ୍ଷା କରିଥିଲେ। ଫିଲ୍ମଟି ରିଲିଜ୍‌ ହେବାର ୪ ଦିନ ହୋଇଥିଲେ ମଧ୍ୟ ଏହା ବକ୍ସ ଅଫିସ୍‌ରେ ୧୦୦ କୋଟିରୁ ଅଧିକ ରୋଜ କରିସାରିଲାଣି। ଆଉ ଫିଲ୍ମଟି ବକ୍ସ ଅଫିସ୍‌ରେ ସୁପରହିଟ୍‌ ମଧ୍ୟ ହୋଇଛି। ଏହାରି ଭିତରେ ଆଉ ଏକ ଖବର ସାମ୍ନାକୁ ଆସିଛି ଯେ, ‘ବ୍ରହ୍ମାସ୍ତ୍ର’ ଅକ୍ଟୋବର ଆଡକୁ ଓଟିଟି ପ୍ଲାର୍ଟଫର୍ମରେ ରିଲିଜ୍‌ ହେବ। ଯେଉଁମାନେ ସିନେମା ହଲ୍‌ରେ ଦେଖିବାକୁ ସୁଯୋଗ ପାଇନାହାନ୍ତି, ସେମାନେ ଓଟିଟି ପ୍ଲାର୍ଟଫର୍ମରେ ଦେଖିପାରିବେ। ଆୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ରଣବୀର-ଆଲିଆଙ୍କ ବ୍ୟତିତ ମୌନି ରୟ, ଅମିତାଭ ବଚ୍ଚନ, ନାଗାର୍ଜୁନ ଆଦି ମୁଖ୍ୟ ଚରିତ୍ରରେ ଅଛନ୍ତି।

Share