୫ରେ ବିପିୟୁଟିର ସମାବର୍ତ୍ତନ ସମାରୋହ: ଯୋଗଦେବେ ରାଜ୍ୟପାଳ

ରାଉରକେଲା,୩।୨(ଦିନେଶ ମିଶ୍ର): ରାଉରକେଲାସ୍ଥିତ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି)ର ଏକାଦଶ ତମ ସମାବର୍ତ୍ତନ ସମାରୋହ ଆସନ୍ତା ୫ ତାରିଖରେ ବିପିୟୁଟି ନେତାଜୀ ସୁବାଷ ବୋଷ ପ୍ରେକ୍ଷାଳୟରେ ଅନୁଷ୍ଠିତ ହେବ।

ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ବିପିୟୁଟି କୁଳପତି ପ୍ରଫେସର ଅମୀୟ କୁମାର ରଥ ଯୋଗଦେଇ କହିଥିଲେ, ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମପତି ଅଧ୍ୟକ୍ଷତା କରିବେ। ବିଶିଷ୍ଟ ବୈଜ୍ଞାନିକ ଡ. ବିନୟ କୁମାର ଦାସ ମୁଖ୍ୟ ଅତିଥି ଭାବେ ଉତ୍ସବରେ ଯୋଗଦେବେ। ସମାବର୍ତ୍ତନ ଉତ୍ସବରେ ୟୁଜି, ପିଜି ଓ ପିଏଚ୍‌ଡି ପାଠ୍ୟକ୍ରମ ସମାପ୍ତ କରିଥିବା ଛାତ୍ରୀଛାତ୍ରମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରାଯିବା ବ୍ୟବସ୍ଥା ହୋଇଛି ବୋଲି ପ୍ରଫେସର ରଥ ସୂଚନା ପ୍ରଦାନ କରିଥିଲେ।

ଏଥିସହ ବିଭିନ୍ନ ବିଭାଗର ଶ୍ରେଷ୍ଠ ପ୍ରତିଯୋଗୀମାନଙ୍କୁ ସ୍ବର୍ଣ୍ଣ ପ୍ରଦକ ପ୍ରଦାନ କରାଯିବ। ୟୁଜି ଓ ପିଜି କାର୍ଯ୍ୟକ୍ରମ ପାଇଁ ୨୦୨୩-୨୪ ପର୍ଯ୍ୟନ୍ତ ମୋଟ ୨୯୨୮୩ ଜଣଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବାକୁ ଥିବାବେଳେ ୧୯ ଜଣ ବିଶ୍ୱବିଦ୍ୟାଳୟ ସ୍ବର୍ଣ୍ଣ ପଦକ ପାଇବେ। ବିଶେଷ ସ୍ବର୍ଣ୍ଣ ପଦକ ୩ ଜଣଙ୍କୁ ପ୍ରଦାନ କରାଯିବ।

ସେହିଭଳି ୬୬ଜଣ ଛାତ୍ରୀଛାତ୍ରଙ୍କୁ ପିଏଚ୍‌ଡି ଡିଗ୍ରୀ ମଧ୍ୟ ପ୍ରଦାନ କରାଯିବ। ଇଞ୍ଜିନିୟରିଂ ବିଭାଗରେ ୩୦ ଜଣ ଓ ମାନେଜମେଣ୍ଟ ବିଭାଗରେ ୬ ଜଣଙ୍କ ସହିତ ଫାର୍ମାସୀ ବିଷୟରେ ୨୭ ଜଣ ଓ କମ୍ପ୍ୟୁଟର ଆପ୍ଲିକେସନ୍‌ ଓ ସାଇନ୍ସର ୩ ଜଣଙ୍କୁ ପଦକ ସହ ସାର୍ଟିଫିକେଟ୍‌ ପ୍ରଦାନ କରାଯିବ। ଏଥିସହ ବିପିୟୁଟି ଟେକ୍‌ କାର୍ନିଭାଲ, ବିପିୟୁଟି ରିସର୍ଚ୍ଚ କନ୍‌କ୍ଲେଭ ସହ ବିଭିନ୍ନ ପ୍ରୋଜେକ୍ଟ ପ୍ରଦର୍ଶନ କରାଯିବ।

୨୦୨୪-୨୫ ବର୍ଷ ମଧ୍ୟରେ ବିଶ୍ୱବିଦ୍ୟାଳୟ ପରିଚାଳନା କରିଥିବା ନୂତନ କାର୍ଯ୍ୟକ୍ରମ ବିପିୟୁଟି ହାକାଥନ୍‌ ଓ ବିପିୟୁଟି ଇଣ୍ଡଷ୍ଟ୍ରି ଏକାଡେମିକ୍‌ କନ୍‌କ୍ଲେଭର ସଫଳତା ଉପରେ ବିବରଣୀ ପ୍ରଦାନ କରାଯିବ ବୋଲି ପ୍ରଫେସର ରଥ କହିଥିଲେ। ଖବରଦାତା ସମ୍ମିଳନୀରେ ବିପିୟୁଟି ରେଜିଷ୍ଟ୍ରାର ନିଶି ପୁନମ ମିଞ୍ଜ, ଫାଇନାନ୍ସ ଅଫିସର ସେବତୀ ଦନସନା, ପିୟୁଷ ରଞ୍ଜନ ଦାସ, ମାନସ ରଞ୍ଜନ ନାୟକ, ଡ. ସୁଜିତ କୁମାର ଖୁଣ୍ଟିଆ, ମନୋରଞ୍ଜନ ମହାପାତ୍ର, ପ୍ରରମଜିତ ସିଂ, ଶିବକୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri