ଏହି ୪ ରାଶିର ଯୁବକ ରୋମାଣ୍ଟିକ କମ୍‌, ଅଧିକ ସ୍ନେହୀ; ପାଲଟିଥାନ୍ତି ସବୁଠାରୁ ଭଲ ଜୀବନସାଥୀ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କୌଣସି ବ୍ୟକ୍ତିର ରାଶିରୁ ତାର ବ୍ୟକ୍ତିତ୍ୱ, ସ୍ବଭାବ,ପ୍ରେମ ସମ୍ପର୍କ, ସ୍ବାସ୍ଥ୍ୟ ଏବଂ ଆର୍ଥିକ ଜୀବନ ବିଷୟରେ ଜଣାପଡ଼ିଥାଏ। ଆଜି ଆମେ ସେଭଳି ୪ ରାଶି ବିଷୟରେ କଥାହେବା, ଯେଉଁଥିରେ ଜନ୍ମିତ ଯୁବକମାନେ ନିଜ ପ୍ରେମ ବିଷୟରେ ଅନ୍ୟକୁ ମୁହଁ ଖୋଲି ସହଜରେ କହିପାରନ୍ତି ନାହିଁ। ହେଲେ ଏମାନେ ନିଜର ସ୍ତ୍ରୀ ଅଥବା ପ୍ରେମିକାଙ୍କ ମନର କଥାକୁ ବୁଝନ୍ତି। ତାଙ୍କର ସମସ୍ତ ଆବଶ୍ୟକତାକୁ ପୂରଣ କରନ୍ତି। ଏଥିପାଇଁ ଏମାନେ ଭଲ ଜୀବନସାଥୀ ସାବ୍ୟସ୍ତ ହୋଇଥାନ୍ତି।

ମେଷ ରାଶି: ଏହି ରାଶିର ଯୁବକମାନଙ୍କୁ ଦେଖାଇବା ପାଇଁ ଭଲପାଇବା ବିଲ୍‌କୁଲ୍‌ ପସନ୍ଦ ନୁହେଁ। ଏମାନେ ନିଜ ପାର୍ଟନରଙ୍କୁ ବହୁତ ଭଲପାଇଥାନ୍ତି। ହେଲେ ତାହା ଦେଖାଇପାରନ୍ତି ନାହିଁ। ସ୍ବଭାବରେ ଏମାନେ ବହୁତ ସ୍ନେହୀ ହୋଇଥାନ୍ତି। ହେଲେ ଏମାନେ ଅଧିକ ରୋମାଣ୍ଟିକ୍‌ ହୋଇ ନ ଥାନ୍ତି। ଜୀବନସାଥୀଙ୍କ ଆବଶ୍ୟକତାକୁ ଏମାନେ ଭଲଭାବେ ବୁଝିଥାନ୍ତି। ଏମାନେ ତାଙ୍କୁ କେବେହେଲେ ଦୁଃଖରେ ଦେଖିପାରନ୍ତି ନାହିଁ। ଏମାନଙ୍କ ପ୍ରେମ ସମ୍ପର୍କ ମଜଭୂତ ଥାଏ।

କର୍କଟ ରାଶି: ଏହି ରାଶିର ଯୁବକ ବହୁତ ସ୍ନେହୀ ସ୍ବଭାବର ହୋଇଥାଏ। ଏମାନେ ସେତେ ରୋମାଣ୍ଟିକ ହୋଇ ନ ଥାନ୍ତି। ହେଲେ ଏମାନେ ପାର୍ଟନରଙ୍କୁ ବହୁତ ଭଲପାଇଥାନ୍ତି। ଜୀବନସାଥୀଙ୍କ ମନକଥା ସେ ତୁରନ୍ତ ବୁଝି ଯାଇଥାନ୍ତି। ପାର୍ଟନର ସବୁବେଳେ ଖୁସିରେ ରୁହନ୍ତୁ ବୋଲି ସେ ଚାହଁାନ୍ତି।

କନ୍ୟା ରାଶି: ଏହି ରାଶିର ଯୁବକ ପ୍ରେମକୁ ଗମ୍ଭିରତାର ସହ ନିଅନ୍ତି। ଟାଇମ୍‌ ପାସ୍‌ ପାଇଁ ଏମାନେ ସମ୍ପର୍କ ଯୋଡ଼ନ୍ତି ନାହିଁ। ଯେଉଁ ଯୁବତୀ ସହ ଏମାନେ ସମ୍ପର୍କ ଯୋଡ଼ିଥାନ୍ତି ତାଙ୍କ ସହ ସାରା ଜୀବନ ରହିବାକୁ ଚିନ୍ତା କରିଥାନ୍ତି। ରୋମାଣ୍ଟିକ୍‌ ତ ନୁହେଁ ବରଂ ବହୁତ ସ୍ନେହୀ ହୋଇଥାନ୍ତି ଏମାନେ। ଏମାନେ ନିଜ ସ୍ତ୍ରୀ ଅଥବା ପ୍ରେମିକାଙ୍କୁ ଦୁଃଖରେ ଦେଖିପାରନ୍ତି ନାହିଁ।

ବିଛା ରାଶି: ଏହି ରାଶିର ଯୁବକ କମ୍‌ ରୋମାଣ୍ଟିକ୍‌ ହୋଇଥାନ୍ତି। ତା ଅର୍ଥ ନୁହେଁ ଏମାନଙ୍କ ହୃଦୟରେ ଭଲପାଇବା ନ ଥାଏ। ଏମାନେ ପରସ୍ପର ପ୍ରତି ସ୍ନେହ ମନୋଭାବ ଏବଂ ସମସ୍ତ ଆବଶ୍ୟକତାକୁ ନ କହି ବୁଝିପାରିବାକୁ ପ୍ରେମ ବୋଲି ଭାବିଥାନ୍ତି। ପାର୍ଟନରଙ୍କୁ ଖୁସି ରଖିବା ପାଇଁ ଏମାନେ ପ୍ରୟାସ କରିଥାନ୍ତି। ପ୍ରେମ ସମ୍ପର୍କକୁ ନେଇ ଏମାନେ ବହୁତ ସଚ୍ଚୋଟ ହୋଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri