ଥରେ ନୁହେଁ ଏକାଧିକ ଥର ପ୍ରେମରେ ପଡ଼ିଥାନ୍ତି ଏହି ୩ ରାଶିର ପୁରୁଷ; ରୋମାଣ୍ଟିକ୍‌ ସତ୍ତ୍ୱେ ହୃଦୟ ଭାଙ୍ଗେ

ପ୍ରତ୍ୟେକ ରାଶିର ବ୍ୟକ୍ତିବିଶେଷଙ୍କ ବ୍ୟବହାର ଏବଂ ପସନ୍ଦ-ନାପସନ୍ଦ ଭିନ୍ନ ଭିନ୍ନ। କିଛି ଶାନ୍ତ ସ୍ବଭାବର ହୋଇଥିବା ବେଳେ କିଛି ବହୁତ ରାଗି। ପ୍ରେମକୁ ନେଇ ମଧ୍ୟ ସବୁ ରାଶିର ସ୍ବଭାବ ଭିନ୍ନ। କେହି କେହି ଜୀବନକାଳ ଭିତରେ ଥରେ ପ୍ରେମରେ ପଡ଼ିଥିବା ବେଳେ କେହି ଏକାଧିକ ଥର ପ୍ରେମରେ ପଡ଼ିଥାନ୍ତି। ଆଜି ଆମେ ଆଲୋଚନା କରିବା ଏଭଳି ୩ ରାଶି ବିଷୟରେ, ଯେଉଁଥିରେ ଜନ୍ମିତ ପୁଅମାନେ ସବୁଠାରୁ ଅଧିକ ରୋମାଣ୍ଟିକ୍‌ ହୋଇଥିଲେ ହେଁ ସେମାନଙ୍କ ପ୍ରେମସମ୍ପର୍କ ସ୍ଥାୟୀ ନ ଥାଏ।

ମେଷ ରାଶି: ଏହି ରାଶିର ପୁଅମାନଙ୍କ ପାଇଁ ଭଲପାଇବା ସବୁକିଛି। ହେଲେ କୌଣସି ନା କୌଣସି କାରଣରୁ ଏମାନଙ୍କ ପ୍ରେମ ସମ୍ପର୍କ ଠିକ୍‌ ଭାବେ ଚାଲି ନ ଥାଏ। ପାର୍ଟନରଙ୍କ ସହ ସମ୍ପର୍କ ଖରାପ ରହିବା କାରଣରୁ ଏମାନଙ୍କ ପ୍ରେମ କାହାଣୀ ବିଚ୍ଛେଦର ରୂପ ନେଇଥାଏ। ହେଲେ ଏମାନଙ୍କୁ ଜଣଙ୍କୁ ଭୁଲି ଅନ୍ୟଜଣଙ୍କ ପ୍ରେମରେ ପଡ଼ିବାକୁ ବେଶି ସମୟ ଲାଗି ନ ଥାଏ। ଜୀବନରେ ଏମାନେ ଏକାଧିକ ଥର ପ୍ରେମରେ ପଡ଼ିଥାଏ। ଜ୍ୟୋତିଷ ଅନୁଯାୟୀ ଏମାନଙ୍କ ପ୍ରେମ ସମ୍ପର୍କ ସ୍ଥାୟୀ ନ ଥାଏ।

ବୃଷ ରାଶି: ଏହି ରାଶିର ପୁଅ ସ୍ବଭାବରେ ଭାରି ରୋମାଣ୍ଟିକ୍‌। ବହୁତ ଶୀଘ୍ର ଏମାନେ ପ୍ରେମରେ ପଡ଼ିଯାଇଥାନ୍ତି। ଅନେକ ଥର ନ ବୁଝି ବିଚାରି ପ୍ରେମ ସମ୍ପର୍କ ଗଢ଼ିବା କାରଣରୁ ଏମାନେ ପରେ ପଶ୍ଚାତାପ କରିଥାନ୍ତି। ଏହି କାରଣରୁ ଜୀବନକାଳରେ ଦୁଇଥର ପ୍ରେମରେ ପଡ଼ିବାର ସମ୍ଭାବନା ଏମାନଙ୍କର ବେଶି ଥାଏ। ହେଲେ ଏମାନେ ନିଜର ପ୍ରେମକୁ ବେଶ ସଚ୍ଚୋଟତାର ସହ ନିର୍ବାହ କରିଥାନ୍ତି। ହେଲେ ପାର୍ଟନରଙ୍କୁ ଭୁଲ ଚୟନ କରିବାକୁ ନେଇ ତାଙ୍କୁ ଧୋକା ମିଳିଥାଏ।

କର୍କଟ ରାଶି: ଏହି ରାଶିର ପୁଅମାନେ ପ୍ରେମକୁ ନେଇ ବେଶ ଗମ୍ଭୀର ଥାନ୍ତି। ଏମାନେ ନିଜ ପାର୍ଟନରଙ୍କୁ ବହୁତ ଭଲପାଇଥାନ୍ତି। ତାଙ୍କୁ ଖୁସିରେ ରଖିବାକୁ ଯଥାସମ୍ଭବ ଚେଷ୍ଟା କରିଥାନ୍ତି। ସଚ୍ଚୋଟତାର ସହ ସମ୍ପର୍କ ତୁଲାଇଥାନ୍ତି। ହେଲେ ଏମାନଙ୍କୁ ପ୍ରତାରଣା ବିଲ୍‌କୁଲ ପସନ୍ଦ ନୁହେଁ। ଜ୍ୟୋତିଷ ଅନୁଯାୟୀ ଜୀବନରେ ଥରେ ଏମାନଙ୍କ ହୃଦୟ ନିଶ୍ଚିତ ଭାଙ୍ଗିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?