Categories: ଫୁରସତ

ବିବାହ ଭୋଜିରେ ସରିଗଲା ଖାଦ୍ୟ, ବାସନ ବଜାଇ ଡିଜେର ତାଳେ ତାଳେ ନାଚିଲେ ଯୁବକ, ଭିଡିଓ ଦେଖିଲେ…

ସାଧାରଣତଃ ବିବାହ ପ୍ରୋସେଶନରେ ବରଯାତ୍ରୀମାନେ ଡିଜେର ତାଳେ ତାଳେ ନାଚିଥାନ୍ତି। କନ୍ୟା ଘରେ ପହଞ୍ଚିବା ପରେ ଭୋଜନର ବ୍ୟବସ୍ଥା ହୋଇଥାଏ। ମାତ୍ର ଏକ ବିବାହ ଭୋଜିରେ ଖାଦ୍ୟ ସରିଯିବାରୁ ଯୁବକମାନେ ଖାଲି ବାସନ ବଜାଇ ଡିଜେର ତାଳେ ତାଳେ ନାଚିଛନ୍ତି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଭିଡିଓରେ ଦେଖିବେ କିଛି ଯୁବକଙ୍କ ହାତରେ ବିଭିନ୍ନ ବାସନ ଅଛି, ଯାହାକୁ ସେମାନେ ପିଟି ନାଚୁଛନ୍ତି। ଖାଲି ଏତିକି ନୁହେଁ, ସେମାନଙ୍କ ସହ କିଛି ଛୋଟ ପିଲା ଏବଂ ଲୋକମାନେ ମଧ୍ୟ ନାଚୁଛନ୍ତି।

ଏହି ମଜାଳିଆ ଭିଡିଓଟି @imoriginalankit ନାମକ ଏକ ଟୁଇଟର ଆକାଉଣ୍ଟରେ ଶେୟାର କରାଯାଇଛି। ଏଥିରେ କ୍ୟାପଶନ ଲେଖାଯାଇଛି, ‘ଝିଅମାନେ ଭାବନ୍ତି ସେମାନେ ଏତେ ବାଦ୍ୟଯନ୍ତ୍ରରେ ନାଚିବେ ନାହିଁ, କିନ୍ତୁ ପୁଅମାନେ ତାହା କରନ୍ତି।’ ଭିଡିଓ ଦେଖି ଲୋକମାନେ ବିଭିନ୍ନ ମନ୍ତବ୍ୟ ମଧ୍ୟ ଦେଇଛନ୍ତି।

Share