Categories: ଫୁରସତ

ପ୍ରେମିକା କରୋନା ଟିକା ନେଲେ ଏମିତି ପଦକ୍ଷେପ ନେବା ପାଇଁ ଧମକାଇଲେ ପ୍ରେମିକ,ଜାଣିଲେ ହେବେ ଆଶ୍ଚର୍ଯ୍ୟ

କରୋନା ମହାମାରୀରୁ ବଞ୍ଚିବା ପାଇଁ ଟିକା ନେବା ଜରୁରୀ। ମାତ୍ର ବ୍ରିଟେନର ଜଣେ ଯୁବକ ନିଜ ପ୍ରେମିକାଙ୍କୁ ଟିକା ନେବାକୁ ମନା କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଖାଲି ଏତିକି ନୁହେଁ, ଯୁବକ ଜଣକ ତାଙ୍କ ପ୍ରେମିକାଙ୍କୁ ଧମକାଇଛନ୍ତି କରୋନା ଟିକା ନେଲେ ସେ ତାଙ୍କ ସହ ବ୍ରେକ୍‌ଅପ୍‌ କରିଦେବେ।

ଏକ ରିପୋର୍ଟ ଅନୁଯାୟୀ, ପ୍ରେମିକାଙ୍କୁ ତାଙ୍କ ପ୍ରେମିକ ଧମକାଇଥିବା ସୋସିଆଲ ମିଡିଆରେ ଶେୟାର କରି କହିଛନ୍ତି ପ୍ରେମିକା। ସେ କହିଛନ୍ତି, ତାଙ୍କ ପ୍ରେମିକଙ୍କ ସହ ସେ ବର୍ଷେରୁ ଅଧିକ ସମୟ ରିଲେସନଶିପ୍‌ରେ ରହିଆସୁଛି। ଏହା ପୂର୍ବରୁ ମୁଁ ପ୍ରଥମ ଡୋଜ୍‌ ଟିକା ନେଇସାରିଥିଲି। ମାତ୍ର ଦ୍ୱିତୀୟ ଡୋଜ୍‌ ଟିକା ନେବା ପାଇଁ ଯିବା ବେଳେ ତାଙ୍କ ପ୍ରେମିକ ଅଜବ ଧମକ ଦେଇଛନ୍ତି। ପ୍ରେମିକ କହିଛନ୍ତି, ତୁମେ କରୋନା ଟିକା ନେଲେ ମୁଁ ତୁମ ସହ ବ୍ରେକ୍‌ଅପ୍‌ କରିଦେବି। ପ୍ରେମିକା ଏହି କଥାକୁ ହାଲୁକା ଭାବେ ନେଇଥିଲେ। ଭାବିଥିଲେ ପ୍ରେମିକ ତାଙ୍କ ସହ ମଜା କରୁଛନ୍ତି। ମାତ୍ର ପରେ ଜଣାପଡ଼ିଲା କି ସେ ସତରେ କହୁଛନ୍ତି।

ତେଣୁ ପ୍ରେମିକା ଚିନ୍ତାରେ ପଡ଼ିଥିଲେ। ଟିକା ନେଇ ନ ପାରିଲେ ସେ ପାଠ ପଢ଼ିବାକୁ ଯାଇପାରିବେନି। ଏପଟେ ଟିକା ନେଲେ ପ୍ରେମିକ ଛାଡ଼ିଦେବେ। ସେ ଦ୍ୱନ୍ଦ୍ୱରେ ପଡ଼ି ସୋସିଆଲ ମିଡିଆ ଜରିଆରେ ସମସ୍ତଙ୍କ ମତାମତ ଲୋଡ଼ିଥିଲେ। ଜଣେ ୟୁଜର କହିଛନ୍ତି, ପ୍ରେମିକଙ୍କ କଥାକୁ ଖାତିର ନ କରି ଟିକା ନିଅ। ସେହିପରି ଆଉ ଜଣେ ୟୁଜର କହିଛନ୍ତି, ପ୍ରେମିକ ତୁମ ଜୀବନ। ତାଙ୍କ ସହ ଖେଳ ଖେଳନାହିଁ। ଅନ୍ୟ ଜଣେ ୟୁଜର କହିଛନ୍ତି, ପ୍ରେମିକଙ୍କୁ ଟିକା ନେବା କେତେ ଜରୁରୀ ବୁଝାଅ ଆଉ ଟିକା ନିଅ।

Share