ସ୍ପିରିଟ ଢାଳି ନିଆଁ ଲଗାଇଥିଲେ ପ୍ରେମିକ

ପୁରୁଷୋତ୍ତମପୁର,୨୯ା୭(ଡି.ଏନ.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଗ୍ରାମରେ ପ୍ରେମିକା ଶୁଭସ୍ମିତା ଖାଡ଼ଙ୍ଗାଙ୍କୁ ଜୀଅନ୍ତା ଜାଳିଦେବା ଘଟଣାରେ ଅଭିଯୁକ୍ତ କୃଷ୍ଣଚନ୍ଦ୍ର ସାହୁଙ୍କୁ ପୋଲିସ ବୁଧବାର ଗିରଫ କରିଛି। ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣା ଘଟିଥିବା ପରିତ୍ୟକ୍ତ ଗୃହରେ ପହଞ୍ଚି ତଦନ୍ତ କରିଛନ୍ତି। ସେଠାରୁ ଶୁଭସ୍ମିତାଙ୍କ ଚପଲ, ୨ଟି ମୋବାଇଲ ଫୋନ୍‌, ଚୁନି, ଭ୍ୟାନିଟ ବ୍ୟାଗ, ଦିଆସିଲି, ସ୍ପିରିଟ ବୋତଲ, ସାର୍ଟିଫିକେଟ ଓ କିଛି କାଗଜପତ୍ର ଥିବା ଏକ ବ୍ୟାଗକୁ ଜବତ କରାଯାଇଛି। ଶୁଭସ୍ମିତା ବାହା ହେବାକୁ ଜିଦ୍‌ କରିବାରୁ କୃଷ୍ଣଚନ୍ଦ୍ର ତାଙ୍କୁ ଗାଁକୁ ଡାକି ଉକ୍ତ ପରିତ୍ୟକ୍ତ ଘରେ ସ୍ପିରିଟ ଢାଳି ନିଆଁ ଲଗାଇ ଦେଇଥିଲେ ବୋଲି ପୋଲିସ କହିଛି। ପାରିପାର୍ଶ୍ୱିକ ସ୍ଥିତି ଓ ମେଡିକାଲରେ ଶୁଭସ୍ମିତା ଦେଇଥିବା ବୟାନ ଓ ତାଙ୍କ ବାପାଙ୍କ ଅଭିଯୋଗ ଆଦି ବିଭିନ୍ନ ଦିଗକୁ ନେଇ ଘଟଣାର ତଦନ୍ତ ଚାଲିଥିବା ପୁରୁଷୋତ୍ତମପୁର ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ କହିଛନ୍ତି। ଅନ୍ୟପକ୍ଷରେ ଅଭିଯୁକ୍ତ କୃଷ୍ଣଚନ୍ଦ୍ର ଘଟଣା ସମ୍ପର୍କରେ କିଛି ଜାଣି ନ ଥିବା କହିଛନ୍ତି।
ସୂଚନା ଅନୁଯାୟୀ, ଶୁଭସ୍ମିତାଙ୍କ ଘର ବୁଗୁଡା ଥାନା ଅନ୍ତର୍ଗତ ସଦାଶିବପୁର ଶାସନ ଗ୍ରାମରେ। ସେ ଗତ ୧୫ ଦିନ ତଳେ ଭଞ୍ଜନଗର ବ୍ଲକ ମୁଜାଗଡ଼ ସ୍ବାସ୍ଥ୍ୟକେନ୍ଦ୍ରରେ ଲାବରେଟୋରି ଟେକ୍ନିସିଆନ ଭାବେ ନିଯୁକ୍ତି ପାଇଥିଲେ। ସେ ମୁଜାଗଡ଼ରେ ଘରଭଡ଼ା ନେଇ ରହୁଥିଲେ। ୨୦୧୫ ମସିହାରେ ବ୍ରହ୍ମପୁରରେ ଟ୍ରେନିଂ ସମୟରେ ଏକ କମ୍ପାନୀରେ କାର୍ଯ୍ୟ କରୁଥିବା ପ୍ରତାପୁରର କୃଷ୍ଣଚନ୍ଦ୍ରଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା। ଏହାକୁ ଶୁଭସ୍ମିତାଙ୍କ ବାପା ବିରୋଧ କରୁଥିଲେ। ୨୦୧୭ରେ ଉଭୟେ ଭୁବନେଶ୍ୱରରେ ୬ ମାସ ପାଇଁ ଲିଭ ଇନ୍‌ ରିଲେଶନଶିପ୍‌ରେ ରହିଥିଲେ। ପରେ କୃଷ୍ଣଚନ୍ଦ୍ର ଶୁଭସ୍ମିତାଙ୍କ ଘରକୁ ବିବାହ ପ୍ରସ୍ତାବ ନେଇ ଯାଇଥିଲେ ମଧ୍ୟ ତାଙ୍କ ବାପା ରାଜି ହୋଇ ନ ଥିଲେ। ଇତିମଧ୍ୟରେ କୃଷ୍ଣଚନ୍ଦ୍ରଙ୍କର ଅନ୍ୟତ୍ର ବିବାହ ସ୍ଥିର କରାଯାଇଥିଲା। ଶୁଭସ୍ମିତା ଏହା ଜାଣିବା ପରେ କୃଷ୍ଣଚନ୍ଦ୍ରଙ୍କୁ ବିବାହ କରିବାକୁ ଜିଦ୍‌ ଧରିଥିଲେ। ତେଣୁ ତାଙ୍କୁ ସବୁଦିନ ଲାଗି ରାସ୍ତାରୁ ହଟାଇ ଦେବାକୁ ଯୋଜନା କରି କୃଷ୍ଣଚନ୍ଦ୍ର ଶୁଭସ୍ମିତାଙ୍କୁ ମଙ୍ଗଳବାର ନିଜ ଗ୍ରାମ ପ୍ରତାପୁରକୁ ଡକାଇଥିଲେ। ତାଙ୍କୁ ଏକ ପରିତ୍ୟକ୍ତ ଘରକୁ ନେଇ ସ୍ପିରିଟ ଢାଳି ନିଆଁ ଲଗାଇ ଦେଇ ବାଇକ ଧରି ପଳାଇଥିଲେ। ସ୍ଥାନୀୟ ଲୋକଙ୍କଠାରୁ ଖବରପାଇ ପୋଲିସ ପହଞ୍ଚି ଗୁରୁତର ଶୁଭସ୍ମିତାଙ୍କୁ ପ୍ରଥମେ ପୁରୁଷୋତ୍ତମପୁର ଡାକ୍ତରଖାନାକୁ ନେଇଥିଲା। ସେଠାରେ ପୋଲିସ ଓ ତହସିଲଦାରଙ୍କ ଉପସ୍ଥିତିରେ ତାଙ୍କର ବୟାନ ରେକର୍ଡ କରାଯାଇଥିଲା। ଶରୀରର ଅଧିକାଂଶ ଅଂଶ ପୋଡି ଯାଇଥିବାରୁ ଶୁଭସ୍ମିତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ନିଆଯାଇଥିଲେ ମଧ୍ୟ ରାତିରେ ମୃତ୍ୟୁ ଘଟିଥିଲା। ତାଙ୍କ ବୟାନ ଆଧାରରେ ଅଭିଯୁକ୍ତ କୃଷ୍ଣଚନ୍ଦ୍ରଙ୍କ ଫୋନ ଟ୍ରାକିଂ କରି ପୋଲିସ ତାଙ୍କୁ ଅଟକ ରଖିଥିଲା। ପୁରୁଷୋତ୍ତମପୁର ଥାନାରେ ଶୁଭସ୍ମିତାଙ୍କ ବାପାଙ୍କ ଅଭିଯୋଗ ପ୍ରକାରେ ନଂ.୩୩୪/୨୧ରେ ହତ୍ୟା ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଥିବା ଆଇଆଇସି ଜଗନ୍ନାଥ ମଲ୍ଲିକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା: ସବୁଠି ଚର୍ଚ୍ଚା

ଭଦ୍ରକ,୩୧।୧୨(ସନାତନ ରାଉତ): ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକି ଦଲୱାଜ। ସାଧୀନ ଭାବେ ଜିତି ବିଜେଡିରେ ଯୋଗ ଦେଇଥିଲେ ଗୁଲମକି। ବର୍ତ୍ତମାନ ଗୁଲମକି ମୋକିମଙ୍କ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri