ସ୍ପିରିଟ ଢାଳି ନିଆଁ ଲଗାଇଥିଲେ ପ୍ରେମିକ

ପୁରୁଷୋତ୍ତମପୁର,୨୯ା୭(ଡି.ଏନ.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଗ୍ରାମରେ ପ୍ରେମିକା ଶୁଭସ୍ମିତା ଖାଡ଼ଙ୍ଗାଙ୍କୁ ଜୀଅନ୍ତା ଜାଳିଦେବା ଘଟଣାରେ ଅଭିଯୁକ୍ତ କୃଷ୍ଣଚନ୍ଦ୍ର ସାହୁଙ୍କୁ ପୋଲିସ ବୁଧବାର ଗିରଫ କରିଛି। ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣା ଘଟିଥିବା ପରିତ୍ୟକ୍ତ ଗୃହରେ ପହଞ୍ଚି ତଦନ୍ତ କରିଛନ୍ତି। ସେଠାରୁ ଶୁଭସ୍ମିତାଙ୍କ ଚପଲ, ୨ଟି ମୋବାଇଲ ଫୋନ୍‌, ଚୁନି, ଭ୍ୟାନିଟ ବ୍ୟାଗ, ଦିଆସିଲି, ସ୍ପିରିଟ ବୋତଲ, ସାର୍ଟିଫିକେଟ ଓ କିଛି କାଗଜପତ୍ର ଥିବା ଏକ ବ୍ୟାଗକୁ ଜବତ କରାଯାଇଛି। ଶୁଭସ୍ମିତା ବାହା ହେବାକୁ ଜିଦ୍‌ କରିବାରୁ କୃଷ୍ଣଚନ୍ଦ୍ର ତାଙ୍କୁ ଗାଁକୁ ଡାକି ଉକ୍ତ ପରିତ୍ୟକ୍ତ ଘରେ ସ୍ପିରିଟ ଢାଳି ନିଆଁ ଲଗାଇ ଦେଇଥିଲେ ବୋଲି ପୋଲିସ କହିଛି। ପାରିପାର୍ଶ୍ୱିକ ସ୍ଥିତି ଓ ମେଡିକାଲରେ ଶୁଭସ୍ମିତା ଦେଇଥିବା ବୟାନ ଓ ତାଙ୍କ ବାପାଙ୍କ ଅଭିଯୋଗ ଆଦି ବିଭିନ୍ନ ଦିଗକୁ ନେଇ ଘଟଣାର ତଦନ୍ତ ଚାଲିଥିବା ପୁରୁଷୋତ୍ତମପୁର ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ କହିଛନ୍ତି। ଅନ୍ୟପକ୍ଷରେ ଅଭିଯୁକ୍ତ କୃଷ୍ଣଚନ୍ଦ୍ର ଘଟଣା ସମ୍ପର୍କରେ କିଛି ଜାଣି ନ ଥିବା କହିଛନ୍ତି।
ସୂଚନା ଅନୁଯାୟୀ, ଶୁଭସ୍ମିତାଙ୍କ ଘର ବୁଗୁଡା ଥାନା ଅନ୍ତର୍ଗତ ସଦାଶିବପୁର ଶାସନ ଗ୍ରାମରେ। ସେ ଗତ ୧୫ ଦିନ ତଳେ ଭଞ୍ଜନଗର ବ୍ଲକ ମୁଜାଗଡ଼ ସ୍ବାସ୍ଥ୍ୟକେନ୍ଦ୍ରରେ ଲାବରେଟୋରି ଟେକ୍ନିସିଆନ ଭାବେ ନିଯୁକ୍ତି ପାଇଥିଲେ। ସେ ମୁଜାଗଡ଼ରେ ଘରଭଡ଼ା ନେଇ ରହୁଥିଲେ। ୨୦୧୫ ମସିହାରେ ବ୍ରହ୍ମପୁରରେ ଟ୍ରେନିଂ ସମୟରେ ଏକ କମ୍ପାନୀରେ କାର୍ଯ୍ୟ କରୁଥିବା ପ୍ରତାପୁରର କୃଷ୍ଣଚନ୍ଦ୍ରଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା। ଏହାକୁ ଶୁଭସ୍ମିତାଙ୍କ ବାପା ବିରୋଧ କରୁଥିଲେ। ୨୦୧୭ରେ ଉଭୟେ ଭୁବନେଶ୍ୱରରେ ୬ ମାସ ପାଇଁ ଲିଭ ଇନ୍‌ ରିଲେଶନଶିପ୍‌ରେ ରହିଥିଲେ। ପରେ କୃଷ୍ଣଚନ୍ଦ୍ର ଶୁଭସ୍ମିତାଙ୍କ ଘରକୁ ବିବାହ ପ୍ରସ୍ତାବ ନେଇ ଯାଇଥିଲେ ମଧ୍ୟ ତାଙ୍କ ବାପା ରାଜି ହୋଇ ନ ଥିଲେ। ଇତିମଧ୍ୟରେ କୃଷ୍ଣଚନ୍ଦ୍ରଙ୍କର ଅନ୍ୟତ୍ର ବିବାହ ସ୍ଥିର କରାଯାଇଥିଲା। ଶୁଭସ୍ମିତା ଏହା ଜାଣିବା ପରେ କୃଷ୍ଣଚନ୍ଦ୍ରଙ୍କୁ ବିବାହ କରିବାକୁ ଜିଦ୍‌ ଧରିଥିଲେ। ତେଣୁ ତାଙ୍କୁ ସବୁଦିନ ଲାଗି ରାସ୍ତାରୁ ହଟାଇ ଦେବାକୁ ଯୋଜନା କରି କୃଷ୍ଣଚନ୍ଦ୍ର ଶୁଭସ୍ମିତାଙ୍କୁ ମଙ୍ଗଳବାର ନିଜ ଗ୍ରାମ ପ୍ରତାପୁରକୁ ଡକାଇଥିଲେ। ତାଙ୍କୁ ଏକ ପରିତ୍ୟକ୍ତ ଘରକୁ ନେଇ ସ୍ପିରିଟ ଢାଳି ନିଆଁ ଲଗାଇ ଦେଇ ବାଇକ ଧରି ପଳାଇଥିଲେ। ସ୍ଥାନୀୟ ଲୋକଙ୍କଠାରୁ ଖବରପାଇ ପୋଲିସ ପହଞ୍ଚି ଗୁରୁତର ଶୁଭସ୍ମିତାଙ୍କୁ ପ୍ରଥମେ ପୁରୁଷୋତ୍ତମପୁର ଡାକ୍ତରଖାନାକୁ ନେଇଥିଲା। ସେଠାରେ ପୋଲିସ ଓ ତହସିଲଦାରଙ୍କ ଉପସ୍ଥିତିରେ ତାଙ୍କର ବୟାନ ରେକର୍ଡ କରାଯାଇଥିଲା। ଶରୀରର ଅଧିକାଂଶ ଅଂଶ ପୋଡି ଯାଇଥିବାରୁ ଶୁଭସ୍ମିତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ନିଆଯାଇଥିଲେ ମଧ୍ୟ ରାତିରେ ମୃତ୍ୟୁ ଘଟିଥିଲା। ତାଙ୍କ ବୟାନ ଆଧାରରେ ଅଭିଯୁକ୍ତ କୃଷ୍ଣଚନ୍ଦ୍ରଙ୍କ ଫୋନ ଟ୍ରାକିଂ କରି ପୋଲିସ ତାଙ୍କୁ ଅଟକ ରଖିଥିଲା। ପୁରୁଷୋତ୍ତମପୁର ଥାନାରେ ଶୁଭସ୍ମିତାଙ୍କ ବାପାଙ୍କ ଅଭିଯୋଗ ପ୍ରକାରେ ନଂ.୩୩୪/୨୧ରେ ହତ୍ୟା ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଥିବା ଆଇଆଇସି ଜଗନ୍ନାଥ ମଲ୍ଲିକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri