Categories: ଖେଳ

ମ୍ୟାଚ୍‌ ସମୟରେ ଗର୍ଲଫ୍ରେଣ୍ଡକୁ ପ୍ରପୋଜ୍‌ କଲେ ଯୁବକ: ଭିଡିଓ ଭାଇରାଲ

ସିଡନୀ,୨୭।୧୦: ଟି-୨୦ ବିଶ୍ୱ କପ୍‌ରେ ବର୍ତ୍ତମାନ ସୁପର-୧୨ ମ୍ୟାଚ ଚାଲୁଛି। ଏହିକ୍ରମରେ ଅକ୍ଟୋବର ୨୭ ତଥା ଗୁରୁବାର ଭାରତୀୟ ଓ ନେଦରଲାଣ୍ଡ ମଧ୍ୟରେ ସିଡନୀ କ୍ରିକେଟ ପଡ଼ିଆରେ ମ୍ୟାଚ ଆୟୋଜିତ ହୋଇଥିଲା। ଏହି ମ୍ୟାଚରେ ଭାରତ ଦମ୍‌ଦାର ପ୍ରଦର୍ଶନ କରି ୫୬ରନ୍‌ରେ ବଡ଼ ବିଜୟ ଲାଭ କରି ନେଦରଲାଣ୍ଡକୁ ପରାସ୍ତ କରିଥିଲା। ତେବେ ଭାରତ-ନେଦରଲାଣ୍ଡର ମ୍ୟାଚ ସମୟରେ ଏକ ଏଭଳି ଘଟଣା ଘଟିଛି ଯାହା ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା। ସିଡନୀରେ ମ୍ୟାଚ ସମୟରେ ଜଣେ ଯୁବତୀଙ୍କୁ ତାଙ୍କ ପ୍ରେମିକ ପ୍ରପୋଜ୍‌ କରିଥିଲେ। ଯେତେବେଳ ନେଦରଲାଣ୍ଡ ଇନିଂସର ୭ମ ଓଭର ଚାଲିଥିଲା, ସେତେବେଳେ ଏହି କପଲଙ୍କୁ ଟିଭି ସ୍କ୍ରିନ୍‌ରେ ଦେଖିବାକୁ ମିଳିଥିଲା। ଯୁବକ ଜଣକ ପ୍ରଥମେ ନିଜ ଗର୍ଲଫ୍ରେଣ୍ଡକୁ ପ୍ରେମ ନିବେଦନ କରିଥିଲେ ପରେ ତାଙ୍କୁ ଏକ ମୁଦି ପିନ୍ଧାଇଥିଲେ। ଏହାପରେ ଦୁହେଁ ପରସ୍ପରକୁ ଆଲିଙ୍ଗନ କରିଥିଲେ। ଏହାକୁ ଦେଖି ସମସ୍ତଙ୍କ ଆଖି ମ୍ୟାଚରୁ ବାହାରକୁ ଯାଇ କିଛି ସମୟ ପାଇଁ ଏହି କପଲଙ୍କ ପାଖରେ ଅଟକି ଯାଇଥିଲା। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

 

Share