Categories: ଜାତୀୟ

ପ୍ରେମିକାଙ୍କ ସହମତିରେ ତାଙ୍କ ଉପରେ ଏସିଡ୍‌ ଆକ୍ରମଣ କଲେ ପ୍ରେମିକ; କାରଣ ଜାଣିଲେ ହୋଇଯିବେ…

ପାଟଣା,୨୧।୮: ବିହାରର ନାଳନ୍ଦା ଜିଲାରୁ ଏସିଡ୍‌ ଆକ୍ରମଣର ଏକ ଚକିତ କଲାଭଳି ମାମଲା ସାମ୍ନାକୁ ଆସିଛି। ଏଥିରେ ପ୍ରେମିକା ନିଜ ଦେହରେ ଏସିଡ୍‌ ପକାଇବାକୁ ପ୍ରେମିକଙ୍କୁ କହିଥିବା ଜଣାପଡ଼ିଛି। ଏପରି କରିବା ଦ୍ୱାରା ସେ ତାଙ୍କ ପ୍ରେମିକଙ୍କୁ ସହଜରେ ବିବାହ କରିବେ ବୋଲି ଆଶା ରଖିଥିଲେ। ହେଲେ କଥାଟି ଓଲଟା ହୋଇଯାଇଛି। ବିହାର ପୋଲିସ ପ୍ରେମିକଙ୍କ ସହ ଅନ୍ୟ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି।

ପୋଲିସର ସୂଚନାନୁସାରେ, ଗତ ୭ ବର୍ଷ ଧରି ନାଲନ୍ଦାର ଜଣେ ଝିଅ ସେଠାର ଜଣେ ପୁଅଙ୍କ ସହ ପ୍ରେମ ସମ୍ପର୍କ ଥିଲା। ହେଲେ ଝିଅଙ୍କ ପରିବାର ଉଭୟଙ୍କ ବିବାହ କରିବାକୁ ମନା କରିଦେଇଥିଲେ। ଏଥିଯୋଗୁ ଯୁବତୀ ଏବଂ ତାଙ୍କ ପ୍ରେମିକ ଏକତ୍ର ଏସିଡ୍‌ ପକାଇ ଶରୀରର କିଛି ଅଂଶକୁ ପୋଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ଏପରି କଲେ ଝିଅଙ୍କ ପରିବାର ବିବାହ ପାଇଁ ପ୍ରସ୍ତୁତ ହୋଇଯିବେ।

ଏହି ଷଡଯନ୍ତ୍ରରେ ଯୁବତୀଙ୍କ ପ୍ରେମିକରେ ଅନ୍ୟ ଚାରିଜଣ ଯୁବକଙ୍କୁ ମଧ୍ୟ ସାମିଲ କରିଥିଲେ। ବର୍ତ୍ତମାନ ପୋଲିସ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୋଲିସ ୪୮ ଘଣ୍ଟା ମଧ୍ୟରେ ଏହି ମାମଲାକୁ ସମାଧାନ କରିଛି।

Share