କେରଳରେ ପ୍ରେମିକାଙ୍କୁ ହତ୍ୟା, କନ୍ଧମାଳରୁ ଗିରଫ ହେଲେ ପ୍ରେମିକ

ବାଲିଗୁଡ଼ା,୧୦ା୪(ସଞ୍ଜୟ କୁମାର ପାଣିଗ୍ରାହୀ): ଯୁବକ ଓ ଯୁବତୀ ଦୁହେଁ କନ୍ଧମାଳ ଜିଲାର। ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। କାମଧନ୍ଦା ପାଇଁ କେରଳ ଚାଲିଯାଇଥିଲେ। ସେଠାରେ କୌଣସି କାରଣରୁ ପ୍ରେମିକାଙ୍କୁ ହତ୍ୟା କରିଥିଲେ ପ୍ରେମିକ। ଏହି ଘଟଣାରେ କେରଳ ପୋଲିସ ଅଭିଯୁକ୍ତ ପ୍ରେମିକ ସାମୁଏଲ ବଡ଼ମାଝିଙ୍କୁ କନ୍ଧମାଳ ଜିଲା ଅନ୍ତର୍ଗତ କୋଟଗଡ ଥାନାର ସୁବର୍ଣ୍ଣଗିରି ପଞ୍ଚାଯତ ରାମିନିଗୁଡ଼ାରୁ ଗିରଫ କରିଛି। ପ୍ରେମିକା ରୀତିକାଙ୍କ ଘର ରାଇକିଆ ଥାନା ଅନ୍ତର୍ଗତ ଛାଞ୍ଚେଡି ଗ୍ରାମରେ। ଦୁହେଁ କାମଧନ୍ଦା ପାଇଁ କେରଳ ଯାଇଥିଲେ। ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବାରୁ  ଦୁହେଁ କେରଳ ରାଜ୍ୟର ଆରପୁଜା ଜିଲା ପୁଚାକାରୁ ଗ୍ରାମରେ ରହୁଥିଲେ। ପ୍ରେମିକା ରୀତିକା କାହା ସହିତ ସବୁବେଳେ ଫୋନ୍‌ରେ କଥାବାର୍ତ୍ତା କରୁଥିବା ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାକୁ ନେଇ ଏପ୍ରିଲ ୨ ତାରିଖରେ ସାମୁଏଲ ଏକ ଛୁରିରେ ରୀତିକାଙ୍କ ଉପରେ ମରାଣାତ୍ମକ ଆକ୍ରମଣ କରିଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ରୀତିକାଙ୍କ ଆଖପାଖଲୋକ ଉଦ୍ଧାର କରି ସ୍ଥାନୀୟ ଚିକିତ୍ସାଳୟକୁ ନେଇଥିଲେ। ଏହି ଘଟଣା ପରେ ସାମୁଏଲ ଫେରାର ହୋଇଯାଇଥିଲା। ଘଟଣା ସମ୍ପର୍କରେ ସେଠାକାର ଲୋକେ ରୀତିକାଙ୍କ ପରିବାର ଲୋକଙ୍କୁ ଫୋନ୍‌ ଯୋଗେ ଘଟଣା ବିଷୟରେ କହିଥିଲେ। ପରେ ରୀତିକାଙ୍କ ବାପା ଶରତ ସାହୁ ଗାଁରୁ କେରଳ ଯାଇଥିଲେ। ସେଠାରେ ପହଞ୍ଚିବା ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଝିଅର ମୃତ୍ୟୁ ହୋଇ ଯାଇଥିଲା। ଏହାକୁ ନେଇ ବାପା ଶରତ କେରଳର ପୁଚାକାରୁ ଥାନାରେ ଏକ ଲିଖିତ ଏତଲା କେସ ନଂ.୨୬୮/୨୪ ରେ ରୁଜୁକରି ତଦନ୍ତ ଆରମ୍ଭ କରିଥିଲା କେରଳ ପୋଲିସ। ଅଭିଯୁକ୍ତକୁ ଖୋଜାଖୋଜି ପରେ କେରଳରେ ନ ପାଇବାରୁ ଅଧିକ ତନାଘନା ପାଇଁ କୋଟଗଡ଼ ପୋଲିସର ସହାୟତା ନେଇଥିଲେ। କୋଟଗଡ଼ ପୋଲିସ ସହାୟତାରେ ଅଭିଯୁକ୍ତ କୋଟଗଡ଼ ଥାନା ଅନ୍ତର୍ଗତ ସୁବର୍ଣ୍ଣଗିରି ପଞ୍ଚାୟତ ରାମନିଗୁଡ଼ାରେ ରହୁଥିବା ସୂଚନା ପାଇ ସେଠାରୁ ଗିରଫ କରିଛି କେରଳ ପୋଲିସ। ଅଭିଯୁକ୍ତଙ୍କ ଘର କୋଟଗଡ଼ ଥାନା ଅନ୍ତର୍ଗତ ରାଙ୍ଗାପାଙ୍ଗା ଗ୍ରାମରେ ବୋଲି କୋଟଗଡ଼ ଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri