Categories: ଜାତୀୟ

୧୪ ଥର ଗର୍ଭପାତ କରାଇଥିଲେ ପ୍ରେମିକ

ନୂଆଦିଲ୍ଳୀ ୧୬ା୭: ପ୍ରେମିକ ଜୋରଜବରଦସ୍ତି ଗର୍ଭପାତ କରାଇବା କାରଣରୁ ଦିଲ୍ଲୀର ଜଣେ ୩୩ ବର୍ଷୀୟା ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମହିଳା ଜଣକ ଗତ ୫ ତାରିଖରେ ଜଇତପୁର ଅଞ୍ଚଳରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପୋଲିସ କହିଛି। ତାଙ୍କ ନିକଟରୁ ଏକ ସୁଇସାଇଡ ନୋଟ୍‌ ଜବତ ହୋଇଛି। ସମ୍ପୃକ୍ତା ମହିଳା ପ୍ରେମିକଙ୍କ ସହ ଲିଭ୍‌-ଇନ୍‌ରେ ରହୁଥିଲେ ଏବଂ ତାଙ୍କ ସହ ଶାରୀରିକ ସମ୍ପର୍କ ଥିବା କଥା ଉକ୍ତ ନୋଟରେ ରହିଛି।
ସୂଚନା ଅନୁସାରେ, ପ୍ରେମିକ ଜଣକ ଏକ ସଫ୍ଟଓ୍ବେର କମ୍ପାନୀରେ କାର୍ଯ୍ୟ କରନ୍ତି। ମହିଳା ଜଣକ ବିବାହିତ ହୋଇଥିବାବେଳେ ୬/୭ ବର୍ଷ ହେବ ସ୍ବାମୀଙ୍କଠାରୁ ଅଲଗା ରହୁଥିଲେ। ବିବାହ ପ୍ରତିଶ୍ରୁତି ଦେଇ ଯୁବକ ଜଣକ ତାଙ୍କ ସହ ଲିଭ୍‌-ଇନ୍‌ରେ ରହୁଥିଲେ। ସେ ଗର୍ଭବତୀ ହେବା ପରେ ପ୍ରେମିକ ବାରମ୍ବାର ତାଙ୍କ ଗର୍ଭପାତ କରାଉଥିଲେ। ପ୍ରାୟ ୧୪ ଥର ସେ ଜବରଦସ୍ତି ପ୍ରେମିକାଙ୍କ ଗର୍ଭପାତ କରାଇଥିବା ଜଣାପଡ଼ିଛି। ପରେ ଯୁବକ ଜଣକ ତାଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ। ଫଳରେ ମହିଳା ଚରମ ପନ୍ଥା ଆପଣାଇଥିଲେ ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ବଳାତ୍କାର, ଆତ୍ମହତ୍ୟା କରିବାକୁ ଉସୁକାଇବା ଅଭିଯୋଗରେ ଯୁବକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

Share