ନାବାଳିକାଙ୍କୁ ଗଣବଳାତ୍କାର କଲେ ବୟଫ୍ରେଣ୍ଡ: ମୋବାଇଲରେ ଶୁଟିଂ କରୁଥିଲେ ସାଙ୍ଗ, ଆଉ ତା’ପରେ…

ବାଲେଶ୍ୱର, ୨୭।୮(ବାଞ୍ଛାନିଧି ଦେ):ବାଲେଶ୍ୱର ଜିଲା ବସ୍ତା ଥାନା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ବିଶ୍ୱାସରେ ବିଷ ଦେଇ ପୁରୁଷବନ୍ଧୁ ତାଙ୍କ ୩ଜଣ ସହଯୋଗୀଙ୍କ ସହ ଜଣେ ନାବାଳିକାଙ୍କୁ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏହି ଗଣବଳାତ୍କାରର ଭିଡିଓ ଭାଇରାଲ ହେବା ପରେ ନାବାଳିକାଙ୍କ ପରିବାର ଲୋକେ ଏ ସମ୍ପର୍କରେ ବସ୍ତା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ସୋମବାର ଏକ ମାମଲା (ନଂ. ୩୦୫/୨୫) ରୁଜୁ କରି ପୁରୁଷବନ୍ଧୁଙ୍କୁ ଗିରଫ କରିଛି। ଅନ୍ୟ ୩ଜଣ ନାବାଳକଙ୍କୁ ଅଟକ ରଖି ପୋଲିସ ପଚରାଉଚୁରା କରୁଛି। ମଙ୍ଗଳବାର ପୀଡ଼ିତା ନାବାଳିକା, ୩ ନାବାଳକ ଓ ଗିରଫ ଅଭିଯୁକ୍ତଙ୍କ ଡାକ୍ତରୀମାଇନା କରାଯାଇଛି। ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ବେଳେ ୩ ନାବାଳକଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯାଇଛି। ପ୍ରକାଶ ଯେ, ୭ ମାସ ପୂର୍ବରୁ ଏହି ଘଟଣା ଘଟିଥିଲା। ବସ୍ତା ଥାନା ଅଞ୍ଚଳର ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ବୁଲାଇ ନେବା ବାହାନାରେ ତାଙ୍କର ପୁରୁଷ ବନ୍ଧୁ ଏକ ନିଛାଟିଆ ସ୍ଥାନକୁ ନେଇଥିଲେ। ସେଠାରେ ଅନ୍ୟ ୩ ସହଯୋଗୀଙ୍କୁ ଡକାଇ ସେଠାରେ ବଳାତ୍କାର କରିବା ପରେ ଏହାର ଭିଡିଓ ଓ ଫଟୋ ମୋବାଇଲରେ ଉତ୍ତୋଳନ କରିଥିଲେ। ଏ ସମ୍ପର୍କରେ କାହାରିକୁ ନ ଜଣାଇବାକୁ ଧମକ ମଧ୍ୟ ଦେଇଥିଲେ। ଜଣାଇଲେ ଭିଡିଓ ଓ ଫଟୋ ଭାଇରାଲ କରିଦେବେ ବୋଲି ତାଗିଦ୍‌ କରିଥିଲେ। ଭୟରେ ହେଉ କି ଲଜ୍ଜାରେ ନାବାଳିକା ଜଣକ ଚୁପ୍‌ ରହିଥିଲେ। ଗତ ୧୪ ତାରିଖରେ ସମ୍ପୃକ୍ତ ପୁରୁଷ ବନ୍ଧୁ ଓ ୩ ନାବାଳକ ପୁଣି ନାବାଳିକାଙ୍କୁ ଉକ୍ତ ନିଛାଟିଆ ସ୍ଥାନକୁ ଡାକିଥିଲେ। ମାତ୍ର ନାବାଳିକା ଜଣକ ଏଥିରେ ରାଜି ହୋଇ ନ ଥିଲେ। ସମ୍ପୃକ୍ତ ଅଭିଯୁକ୍ତମାନେ ନାବାଳିକାଙ୍କ ସହିତ ଘଟିଥିବା ପୂର୍ବ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରିଦେବାର ଧମକ ଦେଇଥିଲେ। ଏହି ଧମକ ପରେ ମଧ୍ୟ ନାବାଳିକା ଜଣକ ସେମାନଙ୍କ କଥାକୁ ଶୁଣି ନ ଥିଲେ। ପରେ ସମ୍ପୃକ୍ତ ୪ ଅଭିଯୁକ୍ତ ନାବାଳିକାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡ଼ିଓକୁ ନାବାଳିକାଙ୍କ ଭାଇଙ୍କ ମୋବାଇଲ୍‌କୁ ପଠାଇଥିଲେ। ଏନେଇ ନାବାଳିକାଙ୍କ ଭାଇ ପରିବାର ଲୋକଙ୍କୁ ଅବଗତ କରାଇଥିଲେ। ନାବାଳିକା ଜଣକ ଘରେ ଘଟଣା ସମ୍ପର୍କରେ ସତ କଥା କହିଥିଲେ। ଏ ସମ୍ପର୍କରେ ନାବାଳିକାଙ୍କ ବାପା ବସ୍ତା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମଙ୍ଗଳବାର କୋର୍ଟରେ ନାବାଳିକାଙ୍କ ବୟାନ ରେକର୍ଡ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ବନ୍ଦର ପ୍ରଭାବ: ବଡ଼ ଗାଡିଚଳାଚଳ, ଦୋକାନବଜାର ବନ୍ଦ 

କୋରାପୁଟ,୨୮।୧(ଅମିତାଭ ବେହେରା ): ବୁଧବାର ସକାଳ ୬ଟାରୁ ଅପରାହ୍ନ ୨ଟା ଯାଏ ଓଡିଶା ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହାକୁ ଉଭୟ କଂଗ୍ରେସ ଓ ବିଜେଡି ପକ୍ଷରୁ…

କର୍ଲାମୁଣ୍ଡାରେ ସବୁ ଅଫିସ ବନ୍ଦ

କର୍ଲାମୁଣ୍ଡା,୨୮ା୧(ପ୍ରଦୀପ କୁମାର ସାହୁ): ରାଜ୍ୟରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିଭିନ୍ନ ଦାବି ନେଇ ବୁଧବାର ବନ୍ଦ ଡାକରା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲା…

ଉପମୁଖ୍ୟମନ୍ତ୍ରୀଙ୍କ ମୃତ୍ୟୁକୁ ବିଶ୍ୱାସ କରିପାରୁନାହାନ୍ତି ମୁଖ୍ୟମନ୍ତ୍ରୀ: ଭାବପ୍ରବଣ ହୋଇ କହିଲେ…

ନୂଆଦିଲ୍ଲୀ,୨୮।୧: ପୁଣେ,୨୮।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏବଂ ଏନସିପି ମୁଖ୍ୟ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ପରଲୋକ ଘଟିଛି। ଏହି ଦୁର୍ଘଟଣା ମହାରାଷ୍ଟ୍ରର ବାରମତିରେ ଘଟିଛି। ବିମାନଟି ବାରମତିରେ…

ବନ୍ଦ ପ୍ରଭାବ: ଜାତୀୟ ରାଜପଥ ଅବରୋଧ, ଯାନବାହନ ଅଚଳାବସ୍ଥା

କେସିଙ୍ଗା,୨୮।୧(ତୁମେଶ୍ୱର ସାହୁ): ରାଜ୍ୟରେ ଧାନମଣ୍ଡି ଖୋଲିବା ଏବଂ ଧାନ ବିକ୍ରିରେ ଅବ୍ୟବସ୍ଥା କାରଣରୁ ଚାଷୀମାନେ ବହୁ ହଇରାଣ ହେଉଛନ୍ତି। ପ୍ରଦୂଷଣ ସାର୍ଟିଫିକେଟ ନାଁରେ ସାଧାରଣ ଲୋକମାନଙ୍କଠାରୁ ସରକାର…

ଜାତୀୟ ରାଜପଥ ଅବରୋଧ କଲା ନବ ନିର୍ମାଣ କୃଷ ସଂଗଠନ

ପାଟଣା,୨୮ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲାପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ତୁରୁମୁଙ୍ଗା ନିହ୍ନୁଆ ଛକ ନିକଟରେ ବୁଧବାର ନବ ନିର୍ମାଣ କୃଷକ…

ଓଡ଼ିଶା ବନ୍ଦର ପ୍ରଭାବ: କଳାହାଣ୍ଡିରେ ଅଧା ଖୋଲା ଅଧା ବନ୍ଦ

ଭବାନୀପାଟଣା,୨୮।୧(ଉତ୍ତମ କୁମାର ଦାଶ): ଧାନ ମଣ୍ଡିରେ ଅବ୍ୟବସ୍ଥା , ପ୍ରଦୂଷଣ ନାଁରେ ସାଧାରଣ ବ୍ୟକ୍ତିଙ୍କ ଠାରୁ ଫାଇନ ଆଦାୟ, ଟାଟା ପାୱାରର ସ୍ମାର୍ଟ ମିଟର ନାଁରେ ଶୋଷଣ…

ବଂଶଧାରା ମହୋତ୍ସବରେ ଚାଲିଛି ଜୁଆଖେଳ, ଭିଡିଓ ସାମ୍ନାକୁ ଆସିବା ପରେ…

ଗୁଣପୁର,୨୮ା୧(ସଙ୍କେତ ପାତ୍ର): ରାୟଗଡ଼ା ଜିଲା ଗୁଣପୁରରେ ଆୟୋଜିତ ବଂଶଧାରା ବସନ୍ତ ମହୋତ୍ସବ ପରିସରରେ ଜୁଆଖେଳ ଚାଲିଥିବା ନେଇ ଗୁରୁତର ଅଭିଯୋଗ ହୋଇଛି। ଖାଲି ଏତିକି ନୁହେଁ, ସାମ୍ନାକୁ…

ବନ୍ଦ ଡାକରା ଭିତରେ ଅଫିସରେ କାମ କରୁଥିଲେ ଅତିରିକ୍ତ ଜିଲାପାଳ, ପହଞ୍ଚିଗଲେ ଚାଷୀ ନେତା, ତା’ପରେ…

ବଲାଙ୍ଗୀର ୨୮।୧ (ସୁନିଲ କୁମାର ମହାନ୍ତି): ରାଜ୍ୟରେ ଧାନମଣ୍ଡି ଖୋଲିବା ଏବଂ ଧାନ ବିକ୍ରିରେ ଅବ୍ୟବସ୍ଥା କାରଣରୁ ଚାଷୀମାନେ ବହୁ ହଇରାଣ ହେଉଛନ୍ତି। ପ୍ରଦୂଷଣ ସାର୍ଟିଫିକେଟ ନାଁରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri