ପ୍ରେମିକାଙ୍କୁ ଭେଟିବାକୁ ଆସି ଧରାପଡ଼ିଲେ ଯୁବକ, ଭୟରେ ସୀମାରେଖା ଡେଇଁ ପଳାଇଲେ ପାକିସ୍ତାନ; ଏବେ..

ବାର୍‌ମେର,୨୪।୧: କିଛି ଦିନ ଅନ୍ତରରେ ପ୍ରେମିକାଙ୍କୁ ଲୁଚିଛପି ଭେଟୁଥିଲେ ପ୍ରେମିକ। ଦିନେ ତାଙ୍କୁ ଭେଟିବା ପାଇଁ ଘର ପର୍ଯ୍ୟନ୍ତ ମଧ୍ୟ ଚାଲିଗଲେ। ହେଲେ ପ୍ରେମିକାଙ୍କ ଘରଲୋକ ତାଙ୍କୁ ଧରି ପକାଇଥିଲେ। ଏହାପରେ ଯାହା ହେଲା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଯେକୌଣସି ପ୍ରକାରେ ସେମାନଙ୍କ ନିକଟରୁ ଖସି ଆସିବା ପରେ ସୀମାରେଖା ଡେଇଁ ସେ ପାକିସ୍ତାନ ଚାଲିଯାଇଛନ୍ତି। ଯୁବକଙ୍କ ଘର ଲୋକ ତାହା ଜାଣିବା ପରେ ଖୋଜାଖୋଜିରେ ଲାଗିପଡ଼ିଛନ୍ତି। ଏପରିକି ଭାରତୀୟ ଅଧିକାରୀ ପାକିସ୍ତାନ ପୋଲିସର ସହାୟତା ଲୋଡିଛି। ସୁରୁଖୁରୁରେ ତାଙ୍କୁ ଘରକୁ ଫେରାଇ ଆଣିବାକୁ ପ୍ରୟାସ କରାଯାଉଛି।

ଘଟଣାଟି ରାଜସ୍ଥାନର ବାର୍‌ମେରର। ବିଜରାଜ ଥାନା ଅଧିନରେ ଯାଉଥିବା ଏକ ଅଞ୍ଚଳର ପାକିସ୍ତାନ ସୀମା ସହ ମିଶିକରି ଅଛି। ସେଠାରେ ରହୁଥିବା ଗେମରା ରାମ ମେଘଓ୍ବାଲ ପଡୋଶୀ ଯୁବତୀଙ୍କ ପ୍ରେମରେ ପଡ଼ିଥିଲେ। ଲୁଚିଛପି ଉଭୟ ମିଳାମିଶା କରୁଥିଲେ। ହେଲେ ତାଙ୍କ ଘରକୁ ଯାଇଥିବା ସମୟରେ ପ୍ରେମିକାଙ୍କ ପରିବାରଲୋକେ ତାଙ୍କୁ ଦେଖି ନେଇଥିଲେ। ବଦ୍‌ନାମ ହେବାର ଭୟରେ ସେ ନିକଟରେ ଥିବା ସୀମାରେଖା ଡେଇଁ ପାକିସ୍ତାନ ଚାଲିଯାଇଥିଲେ। ଘରକୁ ନ ଫେରିବା ଯୋଗୁ ପରିବାରଲୋକେ ଚିନ୍ତାରେ ପଡ଼ିଥିଲେ। ଖୋଜାଖୋଜି କରି ନ ପାଇବା ଯୋଗୁ ନିରୁଦ୍ଧିଷ୍ଟ ଥିବା ନେଇ ଅଭିଯୋଗ କରାଯାଇଥିଲା। ପାକିସ୍ତାନରେ ତାଙ୍କ ପରିବାରର ବନ୍ଧୁ ରହୁଥିବାରୁ ସେ ସେଠାକୁ ଚାଲିଯାଇପାରିଥାନ୍ତି ବୋଲି ଘରଲୋକେ ଆଶଙ୍କା କରୁଥିଲେ। ହେଲେ ପାକିସ୍ତାନ ପୋଲିସ ତାଙ୍କୁ ଗିରଫ କରିନେଇଥିବା ଜଣାପଡ଼ିଥିଲା। ଏବେ ଯବାନମାନେ ପାକିସ୍ତାନର ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଉଛି।

Share