Categories: ଫୁରସତ

ପ୍ରେମିକାଙ୍କ ପାଇଁ ପ୍ରେମିକଙ୍କ ଘର ପାଉଁଶ ହୋଇଗଲା, ଜାଣନ୍ତୁ କେମିତି

ଇଂଲଣ୍ଡର ସେଫିଲ୍ଡ ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ଯୁବକ ପ୍ରେମିକାଙ୍କୁ ବିବାହ ପାଇଁ ପ୍ରପୋଜ କରିବା ବେଳେ ଏକ ଅଘଟଣ ଘଟିଛି। ଯୁବକ ଜଣଙ୍କ ପ୍ରେମିକାଙ୍କୁ ରୋମାଣ୍ଟିକ ଅନ୍ଦାଜରେ ପ୍ରପୋଜ କରିବା ପାଇଁ ଘରକୁ ୧୦୦ଟି ମହମବତୀରେ ସଜାଇଥିଲେ। କିନ୍ତୁ ଅସାବଧାନତା କାରଣରୁ ଉକ୍ତ ମହମବତୀ ଯୋଗୁ ଘରେ ନିଆଁ ଲାଗିଯାଇଥିଲା। ସାଉଥ୍‌ ୟର୍କଶାୟାର ଆଣ୍ଡ୍‌ ରେସକ୍ୟୁ ସର୍ଭିସ୍‌ ଟୁଇଟ୍‌ କରି ଏହି ଘଟଣା ବିଷୟରେ ଟୁଇଟ୍‌ ଯୋଗେ ସୂଚନା ଦେଇଛି। ପ୍ରେମିକ ଜଣଙ୍କ ଘରେ ମହମବତୀ ଲଗାଇ ପ୍ରେମିକାଙ୍କୁ ଆଣିବାକୁ ଯାଇଥିଲେ। ଫେରିଲା ବେଳକୁ ଘରେ ନିଆଁ ଲାଗିଥିବାର ଦେଖିବାକୁ ପାଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ କରିଥିଲେ। ଏସବୁ ପରେ ପ୍ରେମିକା ନିଜ ପ୍ରେମିକଙ୍କ ବିବାହ ପାଇଁ ରାଜି ହୋଇଥିଲେ।

Share