Categories: ଜାତୀୟ

ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି ଗିରଫ

ଜୟପୁର,୧୪।୮: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିଙ୍କୁ ୟୁପି ପୋଲିସ ରାଜସ୍ଥାନର ଭରତପୁରରୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣଙ୍କ ହେଲେ ସରଫରାଜ। ଡାଏଲ ୧୧୨ର ହ୍ବାଟସ୍‌ଆପ୍‌ରେ ମେସେଜ୍‌ ଯୋଗେ ଯୋଗୀ ଆଦିତ୍ୟନାଥଙ୍କୁ ସେ ହତ୍ୟା ଧମକ ଦେଇଥିଲେ। ଅଗଷ୍ଟ ୨ରେ ଏନେଇ ଏକ ମାମଲା ରୁଜୁ ହୋଇଥିଲା। ସେବେଠାରୁ ପୋଲିସ ଏହି ଘଟଣାର ତଦନ୍ତରେ ନିୟୋଜିତ ଥିଲା। ସାଇବର ଟିମ ସରଫରାଜଙ୍କ ଉପରେ ନଜର ରଖିଥିଲେ। ଭରତପୁରରୁ ସରଫରାଜଙ୍କୁ ଗିରଫ କରି ଲକ୍ଷ୍ନୌ ଅଣାଯାଇଛି। ଲକ୍ଷ୍ନୌ ପୋଲିସ ବର୍ତ୍ତମାନ ତାଙ୍କୁ ପଚରାଉଚରା କରୁଛି।
ସୂଚନାଯୋଗ୍ୟ, ଅଗଷ୍ଟ ୧୩ରେ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ହତ୍ୟା ଧମକ ଦିଆଯାଇଛି। କିଛି ଅଜ୍ଞାତ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କୁ ବୋମା ଫିଙ୍ଗି ଉଡାଇ ଦେବାକୁ ଧମକ ଦେଇଛନ୍ତି। ହିନ୍ଦୁବାଦୀ ନେତା ଦେବେନ୍ଦ୍ର ତିୱାରୀଙ୍କ ଘରେ ବ୍ୟାଗ ଫିଙ୍ଗି ଏକ ଧମକପୂର୍ଣ୍ଣ ଚିଠି ଦିଆଯାଇଛି। ଚିଠିରେ ମୁଖ୍ୟମନ୍ତ୍ରୀ ଏବଂ ଦେବେନ୍ଦ୍ରଙ୍କୁ ଉଡାଇ ଦେବାକୁ ଧମକ ଦିଆଯାଇଛି।

Share