Categories: ଫୁରସତ

ପାଣିରେ ବୁଡ଼ି ଯାଉଥିଲେ ପୁଅ, ସୁପରହିରୋ ସାଜି ଏମିତି ଜୀବନ ବଞ୍ଚାଇଲେ ବାପା; ଭିଡିଓ ଦେଖିଲେ…

ଜୀବନରେ ଅନେକ ଘଟଣା ଘଟିଥାଏ। ସାମାନ୍ୟ ଭୁଲ୍‌ରୁ ବଡ଼ ବଡ଼ ଦୁର୍ଘଟଣା ଘଟେ। ଯଦି ସଠିକ୍‌ ସମୟରେ ସଠିକ୍‌ ପଦକ୍ଷେପ ନିଆଯାଏ, ତେବେ ଯେତେ ବଡ଼ ବିପଦ ହେଲେ ମଧ୍ୟ ଏଡ଼ାଇ ଦିଆଯାଇପାରେ। ସେମିତି ଏକ ଘଟଣା ଘଟିଛି ଆମେରିକାରେ।

କାନ୍‌ସାସର ଜଣେ ଶିଶୁପୁତ୍ର ପାଣିରେ ବୁଡ଼ି ଯାଉଥିବା ବେଳେ ତାଙ୍କ ପିତା ପାଣିକୁ ଡେଇଁ ତା’ର ଜୀବନ ବଞ୍ଚାଇଛନ୍ତି। ଏବେ ଏହି ବାପାଙ୍କୁ ଲୋକେ ସୁପରହିରୋ କହୁଛନ୍ତି। ଏହି ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ୪ ବର୍ଷର ଶିଶୁଟି ଦୌଡ଼ି ଦୌଡ଼ି ଆସି ସୁଇମିଂ ପୁଲ୍‌କୁ ଡେଉଁଛି। ପାଣିକୁ ଡେଇଁବା ପରେ ସେ ବୁଡ଼ି ଯାଇ ପାଣି ବି ପିଇ ଯାଇଥିଲା। ଏହି ସମୟରେ ବାପା ଲରେନ୍ସଙ୍କୁ ଏକ ୧୨ ବର୍ଷର ଝିଅ ଖବର ଦେଇଥିଲା। ସେ ସଙ୍ଗେ ସଙ୍ଗେ ଦୌଡ଼ି ଯାଇ ପୁଅକୁ ପାଣିରୁ ଉଦ୍ଧାର କରିଥିଲେ। ସେତେବେଳକୁ ପୁଅ ବହୁତ ପାଣି ପିଇଯାଇଥିଲା। ଲରେନ୍ସ ପୁଅକୁ ପାଣିରୁ ଉଠାଇ କୂଳକୁ ଆଣିଥିଲେ। ତା’ର ପେଟରେ ଚାପ ପ୍ରୟୋଗ କରି ପାଣି ବାହାରି କରିଥିଲେ। ଏହା ପରେ ପିଲାଟିର ଚେତା ଫେରିଥିଲା। ଲରେନ୍ସ ପୂର୍ବରୁ ଲାଇଫ୍‌ଗାର୍ଡ ଭାବରେ କାର୍ଯ୍ୟ କରିଥିଲେ। ତେଣୁ ପୁଅକୁ ତୁରନ୍ତ ପାଣିରୁ ଉଦ୍ଧାର କରି ଜୀବନ ବଞ୍ଚାଇ ପାରିଥିଲେ।

ବାପା ପହଞ୍ଚିବା ବେଳକୁ ପିଲାଟି ୩ ମିନିଟ୍‌ ୨୨ ସେକେଣ୍ଡ ପାଣିରେ ଥିଲା ଏବଂ ପେଟରେ ଯଥେଷ୍ଟ ପାଣି ଭରିଯାଇଥିଲା। ଶିଶୁର ବୁଡ଼ିଯିବା ବିଷୟରେ ସୂଚନା ଦେଇଥିବା ୧୨ ବର୍ଷର ଜଣେ ନାବାଳିକାକୁ ମଧ୍ୟ ପୋଲିସ ସମ୍ମାନିତ କରିଛି। ଏହା ସହିତ ଇନ୍‌ଷ୍ଟାଗ୍ରାମରେ goodnews_movement ନାମକ ଏକ ଆକାଉଣ୍ଟରେ ଏହି ଭିଡିଓଟି ଶେୟାର କରାଯାଇଛି। ବର୍ତ୍ତମାନ ସୁଦ୍ଧା ଭିଡିଓକୁ ୧ ଲକ୍ଷ ୮୮ ହଜାରରୁ ଅଧିକ ଲୋକ ଦେଖସାରିଲେଣି। ଭିଡିଓ ଦେଖିବା ପରେ ୟୁଜରମାନେ ଲରେନ୍ସଙ୍କୁ ସୁପରମ୍ୟାନ୍‌ ବୋଲି କହିଛନ୍ତି।

Share