Posted inଫୁରସତ

ପାଣିରେ ବୁଡ଼ି ଯାଉଥିଲେ ପୁଅ, ସୁପରହିରୋ ସାଜି ଏମିତି ଜୀବନ ବଞ୍ଚାଇଲେ ବାପା; ଭିଡିଓ ଦେଖିଲେ…

ଜୀବନରେ ଅନେକ ଘଟଣା ଘଟିଥାଏ। ସାମାନ୍ୟ ଭୁଲ୍‌ରୁ ବଡ଼ ବଡ଼ ଦୁର୍ଘଟଣା ଘଟେ। ଯଦି ସଠିକ୍‌ ସମୟରେ ସଠିକ୍‌ ପଦକ୍ଷେପ ନିଆଯାଏ, ତେବେ ଯେତେ ବଡ଼ ବିପଦ ହେଲେ ମଧ୍ୟ ଏଡ଼ାଇ ଦିଆଯାଇପାରେ। ସେମିତି ଏକ ଘଟଣା ଘଟିଛି ଆମେରିକାରେ।

କାନ୍‌ସାସର ଜଣେ ଶିଶୁପୁତ୍ର ପାଣିରେ ବୁଡ଼ି ଯାଉଥିବା ବେଳେ ତାଙ୍କ ପିତା ପାଣିକୁ ଡେଇଁ ତା’ର ଜୀବନ ବଞ୍ଚାଇଛନ୍ତି। ଏବେ ଏହି ବାପାଙ୍କୁ ଲୋକେ ସୁପରହିରୋ କହୁଛନ୍ତି। ଏହି ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ୪ ବର୍ଷର ଶିଶୁଟି ଦୌଡ଼ି ଦୌଡ଼ି ଆସି ସୁଇମିଂ ପୁଲ୍‌କୁ ଡେଉଁଛି। ପାଣିକୁ ଡେଇଁବା ପରେ ସେ ବୁଡ଼ି ଯାଇ ପାଣି ବି ପିଇ ଯାଇଥିଲା। ଏହି ସମୟରେ ବାପା ଲରେନ୍ସଙ୍କୁ ଏକ ୧୨ ବର୍ଷର ଝିଅ ଖବର ଦେଇଥିଲା। ସେ ସଙ୍ଗେ ସଙ୍ଗେ ଦୌଡ଼ି ଯାଇ ପୁଅକୁ ପାଣିରୁ ଉଦ୍ଧାର କରିଥିଲେ। ସେତେବେଳକୁ ପୁଅ ବହୁତ ପାଣି ପିଇଯାଇଥିଲା। ଲରେନ୍ସ ପୁଅକୁ ପାଣିରୁ ଉଠାଇ କୂଳକୁ ଆଣିଥିଲେ। ତା’ର ପେଟରେ ଚାପ ପ୍ରୟୋଗ କରି ପାଣି ବାହାରି କରିଥିଲେ। ଏହା ପରେ ପିଲାଟିର ଚେତା ଫେରିଥିଲା। ଲରେନ୍ସ ପୂର୍ବରୁ ଲାଇଫ୍‌ଗାର୍ଡ ଭାବରେ କାର୍ଯ୍ୟ କରିଥିଲେ। ତେଣୁ ପୁଅକୁ ତୁରନ୍ତ ପାଣିରୁ ଉଦ୍ଧାର କରି ଜୀବନ ବଞ୍ଚାଇ ପାରିଥିଲେ।

ବାପା ପହଞ୍ଚିବା ବେଳକୁ ପିଲାଟି ୩ ମିନିଟ୍‌ ୨୨ ସେକେଣ୍ଡ ପାଣିରେ ଥିଲା ଏବଂ ପେଟରେ ଯଥେଷ୍ଟ ପାଣି ଭରିଯାଇଥିଲା। ଶିଶୁର ବୁଡ଼ିଯିବା ବିଷୟରେ ସୂଚନା ଦେଇଥିବା ୧୨ ବର୍ଷର ଜଣେ ନାବାଳିକାକୁ ମଧ୍ୟ ପୋଲିସ ସମ୍ମାନିତ କରିଛି। ଏହା ସହିତ ଇନ୍‌ଷ୍ଟାଗ୍ରାମରେ goodnews_movement ନାମକ ଏକ ଆକାଉଣ୍ଟରେ ଏହି ଭିଡିଓଟି ଶେୟାର କରାଯାଇଛି। ବର୍ତ୍ତମାନ ସୁଦ୍ଧା ଭିଡିଓକୁ ୧ ଲକ୍ଷ ୮୮ ହଜାରରୁ ଅଧିକ ଲୋକ ଦେଖସାରିଲେଣି। ଭିଡିଓ ଦେଖିବା ପରେ ୟୁଜରମାନେ ଲରେନ୍ସଙ୍କୁ ସୁପରମ୍ୟାନ୍‌ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

US Israel Iran War: ଯୁଦ୍ଧ ବନ୍ଦ ହେବା ନେଇ କାହା ସହ କଥା ହେଉଛନ୍ତି ଟ୍ରମ୍ପ, ନିଜେ ଉଠାଇଲେ ରହସ୍ୟ ଉପରୁ ପରଦା, ସଭିଏଁ ଚକିତ!

ଓ୍ବାଶିଂଟନ,୩୧।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ୱାଶିଂଟନ ତେହରାନ ସହିତ ଆଲୋଚନା କରିବା ବିଷୟରେ ସପ୍ତାହେ ଧରି କଥାବାର୍ତ୍ତା କରିଆସୁଛି; କିନ୍ତୁ, ଏହି ଆଲୋଚନା ହେଉଥିବା…

ତୀବ୍ର ହେଉଛି ସଂଘର୍ଷ, କୁଏତ୍‌ର ଏକ ତେଲ ଟ୍ୟାଙ୍କରକୁ ଟାର୍ଗେଟ କଲା ଇରାନ!

ଆବୁଧାବି,୩୧।୩: ପଶ୍ଚିମ ଏସିଆରେ ସଂଘର୍ଷ ନିରନ୍ତର ଜାରି ରହିଛି, ଉଭୟ ପକ୍ଷରୁ ଆକ୍ରମଣ କରାଯାଉଛି । ଇରାନ ମଧ୍ୟ ପ୍ରତିଶୋଧମୂଳକ କାର୍ଯ୍ୟରେ ନିୟୋଜିତ ଅଛି, ଆକ୍ରମଣର ଏକ…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଡିଏମ୍‌ -ଜିଲା ଆଦିବାସୀ ନେତା ମୁହାଁମୁହିଁ: ଖବରପାଇ ପହଞ୍ଚିଲା ପୋଲିସ

ଲୋଇସିଂହା,୩୧।୩(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ସଭାଗୃହରେ ସୋମବାର ବ୍ଲକସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିରରେ ବଲାଙ୍ଗୀର ଏଡିଏମ୍‌ ପବିତ୍ର ବେହେରା ଓ ଜିଲା ଆଦିବାସୀ ସଂଘ…

ପରାଜୟ ପରେ ବାହାନା କରିବା ଆରମ୍ଭ କଲେ ଋତୁରାଜ ଗାୟକୱାଡ; ଦର୍ଶାଇଲେ ଦଳର ନୈରାଶ୍ୟଜନକ ପ୍ରଦର୍ଶନର ପ୍ରମୁଖ କାରଣ

ନୂଆଦିଲ୍ଲୀ,୩୧।୩: ଗୁଆହାଟୀରେ ଖେଳାଯାଇଥିବା ଏକ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଦମ ଦାର ପରାଜୟ ପରେ, ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ଋତୁରାଜ ଗାୟକୱାଡ ପରାଜୟର କାରଣ…

ବିଶ୍ୱବିଦ୍ୟାଳୟ ପାଇଁ ଗୌରବ ଆଣିଲେ ୨ ଛାତ୍ରୀ: ଚାରିଆଡ଼ୁ ଶୁଭେଚ୍ଛା

ଭବାନୀପାଟଣା,୩୧ା୩(ଉତ୍ତମ କୁମାର ଦାଶ):ମାଇଁ ଭାରତ ଓ ଜାତୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେ ବିକଶିତ ଭାରତ ଯୁବ ପାର୍ଲାମେଣ୍ଟ ପାଇଁ କଳାହାଣ୍ଡି ଜିଲାରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ…

ଏପ୍ରିଲରେ ଏହି ୪ଟି ରାଶିର ବ୍ୟକ୍ତିଙ୍କ ପାଇଁ ଆସୁଛି ଭଲ ସମୟ, ମାଲାମାଲ୍ ହେବେ….

ଏପ୍ରିଲ ମାସ ଚାରୋଟି ନିର୍ଦ୍ଦିଷ୍ଟ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି। ଏହି ରାଶିଗୁଡ଼ିକ ପ୍ରତ୍ୟେକ ପ୍ରୟାସରେ ସଫଳତା ହାସଲ କରିବେ। ବିଶେଷକରି,…

ଯୁଦ୍ଧ ମଧ୍ୟରେ କାହିଁକି ଭାଇରାଲ ହେଲା ଟ୍ରମ୍ପଙ୍କ ପୁରୁଣା ବୟାନ? ଜାଣନ୍ତୁ କ’ଣ କହିଛନ୍ତି ସବୁଠାରୁ ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି

ଓ୍ବାଶିଂଟନ,୩୧।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ୧୯୮୭ ମସିହାର ଏକ ପୁରୁଣା ସାକ୍ଷାତକାର ଶେୟାର କରିଛନ୍ତି, ଯେଉଁଥିରେ ସେ ଇରାନ ସମ୍ପର୍କରେ ଅତ୍ୟନ୍ତ ଆକ୍ରମଣାତ୍ମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri