Categories: ଫୁରସତ

ସୋସିଆଲ ମିଡିଆରେ ହୋଇଥିଲା ପ୍ରେମ, ପ୍ରେମିକାଙ୍କୁ ଦେଖିବା ପରେ ପ୍ରେମିକ ମାରିଲେ ଛୁ; କାରଣ ଜାଣିଲେ…

ଆଜିକାଲି ଯୁଗରେ ପ୍ରେମୀଯୁଗଳ ଡେଟ୍‌ରେ ଯିବାକୁ ଭାରି ପସନ୍ଦ କରୁଛନ୍ତି। କିନ୍ତୁ ଥରେ ଭାବିଲେ ପ୍ରେମିକା ଜଣକ ପ୍ରେମିକଙ୍କ ସହ ଡେଟ୍‌ରେ ଯିବାକୁ ଉତ୍ସାହିତ ହୋଇ ଅପେକ୍ଷା କରିଥିବେ ଆଉ ପ୍ରେମିକ ପ୍ରବର ପହଞ୍ଚି ତାଙ୍କୁ ଅଧା ରାସ୍ତାରେ ଛାଡ଼ି ଚାଲିଯିବେ। ବିଚରା ସେ ଝିଅଟିର ମାନସିକ ଅବସ୍ଥା କିପରି ହେବ କହିଲେ। ଠିକ୍‌ ସେମିତି ଏକ ଘଟଣା ଘଟିଛି ଜଣେ ଯୁବତୀଙ୍କ କ୍ଷେତ୍ରରେ। ସିଙ୍ଗ୍‌ଲାଟନ ସାମନ୍ଥା ନାମକ ଜଣେ ଯୁବତୀ ନିଜ ପ୍ରେମିକଙ୍କ ସହ ଡେଟ୍‌ରେ ଯିବାକୁ ଅପେକ୍ଷା କରିଥିଲେ। କିନ୍ତୁ ସାମନ୍ଥାଙ୍କୁ ଦେଖିବା ପରେ ପ୍ରେମିକ ଜଣକ ଛୁ ମାରିଛନ୍ତି। କାରଣ ଏହି ଯୁବକଙ୍କ ସହ ସୋସିଆଲ ମିଡିଆରେ ସାମନ୍ଥାଙ୍କର ପ୍ରେମ ସମ୍ପର୍କ ହୋଇଥିଲା। କେହି କାହାକୁ କେବେ ଦେଖି ନ ଥିଲେ। କିନ୍ତୁ ଡେଟ୍‌ରେ ଯିବାକୁ ଯୋଜନା କରିଥିଲେ।

ଯୋଜନା ମୁତାବକ ପ୍ରେମିକ କାର୍‌ ଧରି ପ୍ରେମିକା ସାମନ୍ଥାଙ୍କ ନିକଟରେ ପହଞ୍ଚତ୍ଥିଲେ। ପ୍ରେମିକ ପହଞ୍ଚିବା ପରେ ଖୁସିରେ ଆତ୍ମହରା ହୋଇ କାର୍‌ ନିକଟକୁ ଦୌଡ଼ି ଯାଇଥିଲେ ସାମନ୍ଥା ମାତ୍ର ପ୍ରେମିକ କାର୍‌ଟିକୁ ତୀବ୍ର ବେଗରେ ଚଳାଇ ସେଠାରୁ ଛୁ ମାରିଥିଲେ। ବିଚରା ସାମନ୍ଥା ରାସ୍ତାରେ ଠିଆ ହୋଇ କାନ୍ଦିଥିଲେ। ଆଉ କାରଣ ଖୋଜୁଥିଲେ କାହିଁକି ତାଙ୍କ ପ୍ରେମିକ ଡେଟ୍‌ରେ ନ ନେଇ ଛାଡ଼ି ଚାଲିଗଲେ। ତାଙ୍କର ଭୁଲ୍‌ କେଉଁଠି ରହିଲା।

ଏହି ସମସ୍ତ ଘଟଣାକୁ ସାମନ୍ଥା ନିଜେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ସେ କହିଛନ୍ତି, ମୁଁ ଅସୁନ୍ଦରୀ ବୋଲି ମୋ ପ୍ରେମିକ ମୋତେ ଛାଡ଼ି ଚାଲିଗଲେ। ସାମନ୍ଥାଙ୍କ ପୋଷ୍ଟରେ ୟୁଜରମାନେ ମଧ୍ୟ ଅନେକ କମେଣ୍ଟ ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଆପଣ ବହୁତ ସୁନ୍ଦର, କିଏ କହିଲା ଆପଣ ସୁନ୍ଦର ନୁହନ୍ତି। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ଯିଏ ଗଲା ତାକୁ ଯିବାକୁ ଦିଅ। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ନିଜ ଉପରେ ବିଶ୍ୱାସ ରଖ। ଭାବିନିଅ ଏହା ତୁମ ପାଇଁ ଭୁଲ ଥିଲା।

Share